Sushant Singh Rajput Suicide Case: ସୁଶାନ୍ତଙ୍କ ମୃତ୍ୟୁ ପାଇଁ ନିଜକୁ ଦାୟୀ କଲେ Amit Sadh, ଅଢେଇ ବର୍ଷ ପରେ ଖୋଲିଲେ ଆତ୍ମହତ୍ୟାର ରହସ୍ୟ
Advertisement
Article Detail0/zeeodisha/odisha1497443

Sushant Singh Rajput Suicide Case: ସୁଶାନ୍ତଙ୍କ ମୃତ୍ୟୁ ପାଇଁ ନିଜକୁ ଦାୟୀ କଲେ Amit Sadh, ଅଢେଇ ବର୍ଷ ପରେ ଖୋଲିଲେ ଆତ୍ମହତ୍ୟାର ରହସ୍ୟ

Sushant Singh Rajput Suicide Case: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷ ବିତିଗଲାଣି । ହେଲେ ଆଜି ବି ଲୋକମାନେ ସ୍ୱର୍ଗତ ଅଭିନେତାଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରିନାହାଁନ୍ତି । ତାଙ୍କ ପ୍ରଶଂସକଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି ।

Sushant Singh Rajput Suicide Case: ସୁଶାନ୍ତଙ୍କ ମୃତ୍ୟୁ ପାଇଁ ନିଜକୁ ଦାୟୀ କଲେ Amit Sadh, ଅଢେଇ ବର୍ଷ ପରେ ଖୋଲିଲେ ଆତ୍ମହତ୍ୟାର ରହସ୍ୟ

Sushant Singh Rajput Suicide Case: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷ ବିତିଗଲାଣି । ହେଲେ ଆଜି ବି ଲୋକମାନେ ସ୍ୱର୍ଗତ ଅଭିନେତାଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରିନାହାଁନ୍ତି । ତାଙ୍କ ପ୍ରଶଂସକଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି । ଏପରିକି ସୁଶାନ୍ତଙ୍କ ବନ୍ଧୁ ତଥା ଅଭିନେତା ଅମିତ ଶାଧ୍ ମଧ୍ୟ ତାଙ୍କୁ ଭୁଲି ପାରୁ ନାହାଁନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ଅଭିନେତା ଅମିତଙ୍କ ଅବସ୍ଥା କିପରି ଥିଲା ସେ ବଖାଣିଛନ୍ତି । ଅଭିନେତା ସୁଶାନ୍ତ ଓ ଅମିତ ଦୁହେଁ ଫିଲ୍ମ 'କାଇ ପୋଛେ'(Kai Po Che!)ରୁ କ୍ୟାରିୟର ଆରମ୍ଭ କରିଥିଲେ। 

ଅମିତ ସାଧ ସୁଶାନ୍ତ ସିଂ ରାଜପୁତଙ୍କ ମାନସିକତା କିପରି ଥିଲା କହିଛନ୍ତି ?

ବର୍ତ୍ତମାନ ଅମିତ ସାଧ୍ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଖବର ତାଙ୍କୁ ସ୍ତବ୍ଧ କରିଦେଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ତାଙ୍କ ଉପରେ ଏତେ ଗଭୀର ପ୍ରଭାବ ପକାଇଥିଲା ଯେ, ଅମିତ ବଲିଉଡ ଅଣ୍ତଷ୍ଟ୍ରି ଛାଡିବାକୁ ଚିନ୍ତା କରିଥିଲେ। ନିକଟରେ ଅଭିନେତା ଏକ ପୋଷ୍ଟକାଷ୍ଟରେ କହିଥିଲେ, 'ମୁଁ ସୁଶାନ୍ତଙ୍କ ମାନସିକତାକୁ ବହୁତ ଭଲ ଭାବରେ ଜାଣିଥିଲି। ଯେତେବେଳେ କେହି ଆତ୍ମହତ୍ୟା କରିଥିଲେ, ତା’ପୂର୍ବରୁ ତାଙ୍କ ଜୀବନ ସମ୍ପୂର୍ଣ୍ଣ ଅନ୍ଧକାର ବୋଲି ସେ ଭାବି ନେଇଥିଲେ। 

ଅମିତ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସମାଜକୁ ଦାୟୀ କରିଥିଲେ :
ଅମିତ ଆହୁରି କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରେ । ସେତେବେଳେ ତାର କୌଣସି ଦୋଷ  ନଥାଏ । ବରଂ ଏହା  ସମାଜର ଦୋଷ ଅଟେ । ଏହାସହ ତାଙ୍କ ଆଖପାଖରେ ରହୁଥିବା ଲୋକଙ୍କ ଦୋଷ । କାରଣ ସେହି ବ୍ୟକ୍ତି ସେହି ସମୟରେ ନିଜ ଲୋକଙ୍କ ଠାରୁ ସମସ୍ତ ଆଶା ହରାଇଥାଏ । ଏବଂ କୌଣସି ବିଷୟରେ ଚିନ୍ତା କରି ପାରେ ନାହିଁ ।

ଅମିତ ସାଧ ମଧ୍ୟ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ :
ଏହି ସାକ୍ଷାତକାରରେ ଅମିତ କହିଛନ୍ତି ଯେ, 'ମୁଁ ମଧ୍ୟ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ। ବର୍ତ୍ତମାନ ତାଙ୍କ ଜୀବନରେ ସବୁକିଛି ଠିକ ଅଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ମୁଁ ଏହି ଇଣ୍ଡଷ୍ଟ୍ରି ଛାଡିବା ପାଇଁ ଚିନ୍ତା କରୁଥିଲି । ଏବଂ ସେହି ସମୟରେ ମୁଁ ବହୁତ ଚିଡି ଯାଇଥିଲି। ମୋତ ଅନୁଭବ ହେଉଥିଲା ଯେ, ବଲିଉଡରେ ତିଷ୍ଠିବା ବହୁତ କଷ୍ଟକର।'

ସୂଚନା ଅନୁସାରେ, ୨୦୨୦ ମସିହା ଜୁନ ୧୪ ତାରିଖରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ହୋଇଥିଲା । ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁ ଏକ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପ୍ରଥମେ ମୁମ୍ବାଇ ପୋଲିସ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଥିଲାବେଳେ, ପରେ ସିବିଆଇ ମଧ୍ୟ ଏଥିରେ ପ୍ରବେଶ କରିଥିଲା । ଯେତେବେଳେ ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଡ୍ରଗ୍ସର କଥା ସାମ୍ନାକୁ ଆସିଥିଲା,ଏହାକୁ ନେଇ ଏନସିବି ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । ଯେଉଁଥିରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ବହୁ ବଲିଉଡ ସେଲିବ୍ରିଟି ସ୍କାନରରେ ଆସିଥିଲେ। ଏଥିସହିତ ତଦନ୍ତ ପରିସର ଭୁକ୍ତ ହୋଇଥିଲେ ।