Ekta Kapoor :  ଫିଲ୍ମ ନିର୍ମାତା ଏକତା କପୁର(Ekta Kapoor )ଙ୍କ ପାଇଁ ବଢିବାରେ ଲାଗିଛି ଅଡୁଆ । ଏକତା କପୁର ଓ ତାଙ୍କ ମାଆ ଶୋଭା କପୁର (Shobha Kapoor )ଙ୍କ ବିରୋଧର ଗିରଫ ପରୱାନା ଜାରି କରାଯାଇଛି । ବିହାର କୋର୍ଟ ଉଭୟ ଏକତା ଏବଂ ତାଙ୍କ ମାଆ ଶୋଭାଙ୍କ ବିରୋଧରେ ଗିରଫ ମାମଲା ଜାରି କରିଛନ୍ତି। ୱେବ୍‌ ସିରିଜ୍ ‘ଟ୍ରିପଲ୍ ଏକ୍ସ’ (web series `XXX` Season 2) ସମ୍ପର୍କରେ କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଏହି ୱେବ୍ ସିରିଜରେ ସୈନିକଙ୍କ ପତ୍ନୀଙ୍କର ଅନେକ ଆପତ୍ତିଜନକ ଦୃଶ୍ୟ ଦେଖାଯାଇଥିଲା ।  ଯାହାକୁ ନେଇ ଗତ ବର୍ଷ ବିହାରର ବେଗୁସରାଇରେ ଏକତା କପୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

 


ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ ୱେବ୍ ସିରିଜରେ ସୈନିକ ଏବଂ ସେମାନଙ୍କ ପତ୍ନୀଙ୍କୁ ଭୁଲ୍ ଚିତ୍ରଣ କରିଛନ୍ତି । ଯେଉଁଥିପାଇଁ ଲୋକଙ୍କ ଭାବନା ଆଘାତ ପାଇଛି। ଏହି ମାମଲାରେ ବେଗୁସରାଇ କୋର୍ଟ ଏକତା କପୁର ଏବଂ ତାଙ୍କ ମାଆ ଶୋଭା କପୁରଙ୍କୁ ସମନ ଜାରି କରି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ପୂର୍ବତନ ସୈନିକ ସଂଘର ଜିଲ୍ଲା ସଭାପତି ଶମ୍ଭୁ କୁମାର ଏକ ବର୍ଷ ପୂର୍ବେ ଏତଲା ରୁଜୁ କରିଥିଲେ। ଶମ୍ଭୁ କୁମାରଙ୍କ କହିବାକଥା, ଏହି ସିରିଜରେ ଦେଖାଯାଇଥିବା ଦୃଶ୍ୟ ଦ୍ୱାରା ତାଙ୍କୁ ବହୁତ ଆଘାତ ଲାଗିଛି। ସେ କହିଥିଲେ ଯେ, ଭାରତୀୟ ସୈନିକମାନେ ନିଜକୁ ବିପଦରେ ପକାଇ ଦେଶ ସେବା କରନ୍ତି। ତେଣୁ ସେମାନଙ୍କୁ ସମ୍ମାନ ଦେବା ଉଚିତ୍, କିନ୍ତୁ ଏଠାରେ ବିପରୀତ ଘଟଣା ଘଟୁଛି। ଏହି ସିରିଜରେ ଭାରତୀୟ ଯବାନ ଏବଂ ତାଙ୍କ ପତ୍ନୀଙ୍କୁ ଭୁଲ ଭାବେ ପ୍ରଦର୍ଶନ କରାଯାଇଛି। ଅପରପକ୍ଷେ, ଏକତା କପୁର ମଧ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଥିଲେ।


 ଏହାବି ପଢନ୍ତୁ : Lata Mangeshkar : ଲତାଙ୍କୁ ମନେ ପକାଇ ଭାବ ବିହ୍ବଳ ହେଲେ ପିଏମ ମୋଦି, ଦେଲେ ଏହି ବଡ ବୟାନ୍


ଏକତା କହିଥିଲେ ଯେ, ସେ ଏ ବିଷୟରେ ସୂଚନା ପାଇବା ମାତ୍ରେ ୱେବସିରିଜରୁ ସେହି ଦୃଶ୍ୟକୁ ହଟାଇ ଦେଇଥିଲେ। ଏହା ସହିତ ଏକତା ତାଙ୍କ ଭୁଲକୁ ସ୍ବୀକାର କରି ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଏକତା କପୁର ଜଣେ ହିନ୍ଦୀ ସିନେମା ଓ ଟେଲି ପ୍ରଯୋଜିକା । ତାଙ୍କ ପ୍ରଯୋଜନା ସଂସ୍ଥା "ବାଲାଜୀ ଟେଲି ଫିଲ୍ମସ"ର ସେ ଯୁଗ୍ମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା । ଏକତାଙ୍କ ପିତା ହେଉଛନ୍ତି ଜଣାଶୁଣା ହିନ୍ଦୀ ଚଳଚ୍ଚିତ୍ର ନାୟକ ଜିତେନ୍ଦ୍ର ଏବଂ ମାତା ହେଉଛନ୍ତି ଶୋଭା କପୁର । ତାଙ୍କ ଛୋଟ ଭାଇ ତୁଷାର କପୁର ମଧ୍ୟ ଜଣେ ବଲିଉଡର ନାୟକ । ସେ ତାଙ୍କ ସ୍କୁଲ ଶିକ୍ଷା ବମ୍ବେ ସ୍କଟିସ୍‌ ସ୍କୁଲ, ମହିମ୍ଠାରେ ଏବଂ ଉଚ୍ଚତର ଶିକ୍ଷା ମିଠିବାଇ ମହାବିଦ୍ୟାଳୟରୁ ସମାପ୍ତ କରିଛନ୍ତି । ମାତ୍ର ୧୯ ବର୍ଷ ବୟସରୁ ସେ ଟେଲି ଧାରାବାହିକ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିଲେ। ସେ ଅନେକ ହିନ୍ଦୀ ଟେଲିଭିଜନ ଧାରାବାହିକ ତଥା ହିନ୍ଦୀ ସିନେମା ପ୍ରଯୋଜନା କରିଛନ୍ତି । ଜଣେ ସୃଜନଶୀଳ ନିର୍ଦ୍ଦେଶିକା ଭାବେ ମଧ୍ୟ ସେ ଜଣାଶୁଣା । ୨୦୦୧ରେ "କ୍ୟୋଁ କି ମେଁ ଝୁଟ ନେହିଁ ବୋଲତା"(Kyo Kii... Main Jhuth Nahin Bolta) ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମ ଥର ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିଲେ । ଏହା ବ୍ୟତୀତ "ଶୁଟ୍ ଆଉଟ୍ ଆଟ୍ ଲୋଖଣ୍ଡବାଲା"ର ସେ ଥିଲେ ସହ-ପ୍ରଯୋଜିକା । ତାଙ୍କଦ୍ୱାରା ପ୍ରଯୋଜିତ କେତେକ ହିନ୍ଦୀ ଧାରାବାହିକ ହେଲା  ହମ୍ ପାଞ୍ଚ, କ୍ୟୋଁ କି ଶାଶ୍ ଭି କଭି ବହୁ ଥି, କାହାନୀ ଘର୍ ଘର୍ କୀ, ପବିତ୍ର ରିସ୍ତା ଇତ୍ୟାଦି ।