Lata Mangeshkar : ଲତାଙ୍କୁ ମନେ ପକାଇ ଭାବ ବିହ୍ବଳ ହେଲେ ପିଏମ ମୋଦି, ଦେଲେ ଏହି ବଡ ବୟାନ୍
Advertisement
Article Detail0/zeeodisha/odisha1371653

Lata Mangeshkar : ଲତାଙ୍କୁ ମନେ ପକାଇ ଭାବ ବିହ୍ବଳ ହେଲେ ପିଏମ ମୋଦି, ଦେଲେ ଏହି ବଡ ବୟାନ୍

Late singer Lata Mangeshkar : ଆଜି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ (Lata Mangeshkar ) ୯୩ ତମ  ଜନ୍ମ ଜୟନ୍ତୀ ।  ଜନ୍ମ ବାର୍ଷିକୀରେ ଅବସରରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ  ୪୦ ଫୁଟର ଏକ ବୀଣା ସ୍ଥାପନ କରାଯାଇଛି। 

ସୌଜନ୍ୟ : ସୋସିଆଲ ମିଡିଆ

Late singer Lata Mangeshkar : ଆଜି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ (Lata Mangeshkar ) ୯୩ ତମ  ଜନ୍ମ ଜୟନ୍ତୀ ।  ଜନ୍ମ ବାର୍ଷିକୀରେ ଅବସରରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ  ୪୦ ଫୁଟର ଏକ ବୀଣା ସ୍ଥାପନ କରାଯାଇଛି। ଏହାସହ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ସେଠାରେ ଏକ ଛକକୁ ତାଙ୍କ ନାଁରେ ଉତ୍ସର୍ଗୀକୃତ କରାଯାଇଛି । ଏହି ଉଦଘାଟନୀ ଉତ୍ସବରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଯୋଗେ ଯୋଡି ହୋଇଥିଲେ । ଏ ଅବସରରେ ସେ ଲତାଦିଦିଙ୍କୁ ମନେଇ ପକାଇବା ସହ ତାଙ୍କ ସହ ବିତାଇଥିବା ଅନେକ ସୁବର୍ଣ୍ଣ ମୂହୁର୍ତ୍ତକୁ ସ୍ମରଣ କରିଥିଲେ।  

“ଅଯୋଧ୍ୟାରେ ଏକ ସ୍ଥାନର ନାମ ଲତା ମଙ୍ଗେସକର ଛକ ନାମରେ ନାମିତ ହୋଉଛି । ଯେଉଁଠାରେ ମା ସରସ୍ୱତୀଙ୍କ ବିରାଟ ବିରାଟ ବୀଣା ସ୍ଥାପନ କରାଯାଉଛି। ଯାହା  ସଂଗୀତ ସମନ୍ୱୟର ପ୍ରତୀକ ହେବ । ଛକ କମ୍ପ୍ଲେକ୍ସରେ ଥିବା ୯୨ଟି ଧଳା ମାର୍ବଲ ଲତା ଲତା ମଙ୍ଗେସକରଙ୍କ ଜିବନୀକୁ ଚିତ୍ରଣ କରାଯାଇଛି ” । “ ଏହି ଅବସରରେ ମୁଁ ମୋର ଦେଶବାସୀଙ୍କ ତରଫରୁ ଭାରତ ରତ୍ନ ଲତାଜୀଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କ ସହିତ ମୋର ବହୁତ ସୁଖଦ ସ୍ମୃତି ଅଛି ।  ତାଙ୍କ ସ୍ୱର ମୋତେ ସବୁବେଳେ ମନ୍ତ୍ରମୁଗ୍ଧ କରିଥାଏ । ଯେତେବେଳେ ଅଯୋଧ୍ୟାଙ୍କ ରାମ ମନ୍ଦିରର ଭୂମି ପୂଜନ ଶେଷ ହୋଇଥିଲା ସେତେବେଳେ ସେ ବହୁତ ଖୁସି ଥିଲେ , ଭୂମି ପୂଜନ କାର୍ଯ୍ୟ ଶେଷ ହେବା ପରେ ସେ ମୋତେ ଖୁସିରେ ମୋତେ ଡାକିଥିଲେ । ଯାହାକୁ ଆଜିବି ମୁଁ ମନେ ରଖିଛି  ” । ଲତାଙ୍କ ଜନ୍ମ ଜୟନ୍ତୀଙ୍କୁ ସ୍ମରଣୀୟ ରଖିବା ପାଇଁ ସରୟୁ ନଦୀ କୂଳରେ ଏକ ୪୦ ଫୁଟର ବୀଣା ସ୍ଥାପନ କରାଯାଇଛି । ଯାହାର ଓଜନ ୧୪ ଟନ୍ ରହିଛି। ଏହାକୁ ପଦ୍ମଶ୍ରୀ ରାମ ସୁତାର ନିର୍ମାଣ କରିଛନ୍ତି । ଏହି ବୀଣାର ନିର୍ମାଣ ପାଇଁ ୭.୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।  

  ଏହାବି ପଢନ୍ତୁ : Lata Mangeshkar Birth Anniversary : ସୁର ସାମ୍ରାଜ୍ଞୀଙ୍କୁ ମନେପକାଉଛି ଦେଶ, ଜନ୍ମବାର୍ଷିକୀରେ ମୋଦି କଲେ କିଛି ଏମିତି ଟ୍ବିଟ୍

ଲତା ମଙ୍ଗେସକର ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ। ଲତାଙ୍କ କଣ୍ଠରେ ଯାଦୁ ଥିଲା। ତାଙ୍କ ସ୍ବରରେ ସେ ସମଗ୍ର ଭାରତବାସୀଙ୍କୁ ମୁଗ୍ଧ କରିଆସିଛନ୍ତି। ତାଙ୍କ ବାପା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ। ମାତ୍ର ୫ବର୍ଷ ବୟସରୁ ଲତା ତାଙ୍କ ବାପାଙ୍କ ପାଖରୁ ସଙ୍ଗୀତ ଶିକ୍ଷା କଲେ। ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବାର ଦାୟିତ୍ବ ଲତାଙ୍କ ଉପରକୁ ଆସିଲା। ସଙ୍ଗୀତକୁ ପେଶା କରି ସେ ଆଗକୁ ବଢ଼ିଲେ। କେବଳ ହିନ୍ଦୀ ନୁହେଁ, ୩୬ଟି ଭାଷାରେ ଲତା ଗୀତ ଗାଇଛନ୍ତି। ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ପାଇଁ ୨୦୦୧ରେ ସେ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ ହୋଇଥିଲେ। ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର 'କିଟ୍ଟି ହାସଲ'ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୨୨ ଫେବୃଆରୀ ୬ରେ ୯୨ ବର୍ଷ ବୟସରେ ଲତା ମଙ୍ଗେସକର ପ୍ରାଣ ହରାଇଥିଲେ।