Entertainment News: ଲୁହରେ ଭିଜିଲା ସିନେ ଜଗତ। ବଲିଉଡରୁ ଆସିଲା ଦୁଃଖଦ ଖବର। ଆଉ ନାହାଁନ୍ତି ବଲିଉଡର ଭେଟେରାନ୍ ଅଭିନେତା ଫିରୋଜ୍ ଖାନ୍। ହାର୍ଟ ଆଟାର୍କରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡି଼ଛି। ତାଙ୍କର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଫ୍ୟାନ୍ସ । ଏନେଇ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଦେହାନ୍ତ ଖବର ଜଣାପଡିଲା ପରେ ସୋସିଆଲ୍ ମିଡି଼ଆରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

 



ସୂଚନା ଅନୁସାରେ, ଆଜି ସକାଳ ସମୟରେ ମୁମ୍ବାଇ ସ୍ଥିତ ବାସଭବନରେ ଫିରୋଜ ଖାନ୍ ବସିଥିବା ସମୟରେ ହାର୍ଟ ଆଟାର୍କ ର ଶୀକାର ହୋଇଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଘଟ ହେଲା ପରେ ମେଡିକାଲକୁ ଦୌଡି ଯାଇଥିଲେ ସାଥୀ କଳାକାର। ଏବଂ ଫିରୋଜ ଖାନ୍ ଙ୍କ ଦେହାନ୍ତ ଖବର ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଥିଲା। ତାଙ୍କ ତାଙ୍କ ବିୟୋଗରେ ବଲିଉଡ ଓ ଟେଲି ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।  ଫିରୋଜ୍ ଖାନ୍ ତାଙ୍କ କ୍ୟାରିୟର ଭିତରେ ଅନେକ ବଲିଉଡ୍ ଫିଲ୍ମ ଓ ଟେଲି ସିରିୟଲରେ କାମ କରି ଦର୍ଶକ ଙ୍କ ହୃଦୟ ଜିତିଛନ୍ତି। ଫିରୋଜ୍ ଖାନ୍ କେବଳ ଜଣେ ସୁପରଷ୍ଟାର ନୁହଁନ୍ତି ବରଂ ଅମିତାଭଙ୍କ ପରି ଦେଖାଯାଉଥିବା ଆଉ ଏକ ଚେହେରା । ଅନେକ ଲୋକେ ଚାଙ୍କୁ ଅମିତାଭଙ୍କ ଡୁପଲିକେଟ୍ ବୋଲି କୁହନ୍ତି। 


ବିଶେଷ, କରି 'ଭାବିଜୀ ଘର ପର ହେ' ରେ ଅଭିନୟ କରି ଅଧିକ ଲୋକପ୍ରିୟତା ହାସଲ କରିଥିଲେ।  ଏହି ସିରିୟଲ୍ ବ୍ୟତୀତ ଫିରୋଜଙ୍କୁ 'ଜିଜା ଜୀ ଛତ ପାର ହୈ', 'ସାହେବ ବିବି ଅର ବସ୍', 'ହାପୁ କି ଅଲଟାନ ପାଲଟାନ' ଏବଂ 'ଶକ୍ତିମାନ' ଭଳି ସିରିୟଲରେ କାମ କରିଛନ୍ତି। କେବଳ ଏତିକି ନୁହେଁ, ଗାୟକ ଅଦନନ୍ ସାମିଙ୍କ ସୁପରହିଟ୍ ଗୀତ 'ଥୋଡି ସି ତୁ ଲିଫ୍ଟ କର ଦେ' ସମେତ ଅନେକ ଫିଲ୍ମ ରେ କାମ କରି ଫିରୋଜ ଖାନ୍ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି।