Jawan 2: ବକ୍ସ ଅଫିସରେ 'ଜଓ୍ବାନ୍' ନୂଆ ରେକର୍ଡ଼ ସୃଷ୍ଟି କରିଛି। 'ଜଓ୍ବାନ୍' ର ବିପୁଳ ସଫଳତା ପରେ ନିର୍ଦ୍ଦେଶକ ଅଟଲୀ (director Atlee)'ଜଓ୍ବାନ୍ ୨'  ଆଣିବେ ବୋଲି କହିଛନ୍ତି ।  'ଜଓ୍ବାନ୍ ୨' ରେ ଶାହାରୁଖ୍ ଖାନଙ୍କ ସହ ଥଲପତି ବିଜୟ(Thalapathy Vijay) ମଧ୍ୟ ନଜର ଆସିବେ। ତେବେ, ଏହି ଫିଲ୍ମରେ ଅନ୍ୟ କେଉଁ ସବୁ କଳାକାର ନଜର ଆସିବେ ସେନେଇ କୌଣସି ନିସ୍ପତି ଏପର୍ଯ୍ୟନ୍ତ ହୋଇନାହିଁ।  'ଜଓ୍ବାନ୍' ର ନିର୍ଦ୍ଦଶକ ଅଟଲି ଆହୁରି ମଧ୍ୟ କହିଛନ୍ତି ଯେ, ଏହାର ସିକ୍ବେଲ୍ ଖୁବଶିଘ୍ର ପରଦାକୁ ଆସିବ। ବଡ଼ ବଜେଟରେ ଫିଲ୍ମଟି ତିଆରି ହେବ। ଏବଂ ସାଥଉ୍ ଓ ବଲିଉଡ଼ର ନାଁ କରା ଅଭିନେତା ନଜର ଆସିବେ। ତେବେ, ଏଠାରେ ଆମେ ଆପଣଙ୍କୁ କହିରଖୁଛୁ ଯେ, ବଲିଉଡ଼ରେ ଏହା ଅଟଲି ଡେବ୍ୟୁ ଫିଲ୍ମ । ସେ ସାଉଥ୍ ଇଣ୍ତଷ୍ଟ୍ରିରେ  'ବିଗିଲି', 'ଥେରି',  'ମର୍ସଲ',  'ରାଜାରାଣୀ' ଓ 'ନବାନ୍' ଭଳି ସୁପରହିଟ୍ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଯାହା ବକ୍ସ ଅଫିସରେ କୋଟି କୋଟି ଟଙ୍କା ରୋଜଗାର କରିବା ସହ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି। 


COMMERCIAL BREAK
SCROLL TO CONTINUE READING

 



Also Read: Jawan: ବକ୍ସ ଅଫିସରେ 'ଜଓ୍ବାନ୍'ର ନୂଆ ରେକର୍ଡ଼, ୧୧ ଦିନରେ ଆୟ କଲା ଏତେ କୋଟି


ଅଟଲି ଏକ ସାକ୍ଷାତକାରରେ ଏହା ମଧ୍ୟ କହିଛନ୍ତି ଯେ, 'ଜଓ୍ବାନ୍ ୨' ନିର୍ମାଣ କରିବା ପାଇଁ ବର୍ତ୍ତମାନ କୌଣସି ପ୍ରକାରର ପ୍ଲାନ୍ ମୋ ପାଖରେ ନାହିଁ। କିନ୍ତୁ ଜଓ୍ବାନର ସିକ୍ୱେଲ୍ ମୁଁ ନିଶ୍ଚିତ ତିଆରି କରିବି କିନ୍ତୁ ଏବେ ନୁହେଁ । ଏନେଇ କୌଣସି ଡେଡ୍ ଲାଇନ୍ ବି ମୁଁ ଦେଇପାରିବି ନାହିଁ । ଯେତେବେଳେ ମୋ ମନର ଏକ ଭଲ ଆଇଡି଼ଆ ଆସିବେ ,ସେବେ ମୁଁ ସିକ୍ୱେଲ୍ ତିଆରି କରିବି ବୋଲି ସେ କହିଛନ୍ତି। 
 
ଚଳିତ ମାସ ୭ ତାରିଖରେ  'ଜଓ୍ବାନ୍ ' ରିଲିଜ୍ ହୋଇଛି । ତେବେ ଏହି ଫିଲ୍ମରେ ଶାହରୁଖ ଖାନ(Shah Rukh Khan) ବ୍ୟତୀତ ସାଉଥ୍ ଅଭିନେତ୍ରୀ ନୟନ୍ତରା, ଦୀପିକା ପାଦୁକୋନ, ଏବଂ ବିଜୟ ସେଥୁପାଠୀ ବିଶେଷ ରୂପରେ ନଜର ଆସିଛନ୍ତି । ଏଥିସହିତ ସାନିଆ ମଲହୋତ୍ରା, ଗିରିଜା ଓକ, ପ୍ରିୟମାନି, ଆଲିଆ କୁରେଶୀ, ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଲେହର ଖାନ, ରିଦ୍ଧି ଡୋଗ୍ରା ଏବଂ ସୁନୀଲ ପ୍ରମୁଖ ଅଭିନୟ କରିଛନ୍ତି।  ଏଥିରେ ଦୀପିକା ପାଦୁକୋନ (Deepika Padukone) ଓ ସଞ୍ଜୟ ଦତ୍ତଙ୍କୁ ଏଥିରେ ଏକ ସ୍ୱତନ୍ତ୍ର କେମିଓ ଭୂମିକାରେ ଦେଖିବାକୁ ମିଳିଛି।  ଏହି ଫିଲ୍ମରେ କିଙ୍ଗ ଖାନଙ୍କୁ ୫ଟି  ଭୂମିକାରେ ଦେଖିବାକୁ ମିଳିଛି।  ଫିଲ୍ମଟି ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ଫିଲ୍ମ ରିଲିଜ୍ ହୋଇଛି। ସାଉଥର ସିନେମାର ଜଣାଶୁଣା ନିର୍ଦ୍ଦେଶକ ଅଟଲି (Atlee) ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟିର ନିର୍ମାତା ଅଛନ୍ତି କିଙ୍ଗ ଖାନଙ୍କ ପତ୍ନୀ ଗୌରୀ ଖାନ୍ ଓ ଗୌରବ ବର୍ମା। ଫିଲ୍ମଟି ୩୦୦ କୋଟି ବଜେଟରେ ନିର୍ମାଣ ହୋଇଛି। ଶାହରୁଖ ଖାନଙ୍କ ଏହି ଫିଲ୍ମ ହିନ୍ଦୀ ନେଟ୍ ଅଫ୍ ଅଲ୍ ଟାଇମ୍‌ରେ ସର୍ବାଧିକ କୋଟିର ଓପେନିଂ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି।