Deepika Padukone: ବୈବାହିକ ଜୀବନରେ ଖୁସିରେ ନାହାଁନ୍ତି ଦୀପିକା! ମଧ୍ୟରାତ୍ରୀରେ କଲେ ଏଭଳି ପୋଷ୍ଟ...
Ranveer Comment On Deepika: ଗତ କିଛି ଦିନ ତଳେ ଏପରି ଏକ ଖବର ଭାଇରାଲ ହୋଇଥିଲା ଯେ, ରଣବୀର ଓ ଦୀପିକା ଖୁବ୍ ଶିଘ୍ର ଅଲଗା ହେବାକୁ ଯାଉଛନ୍ତି । ସେମାନଙ୍କ ସମ୍ପର୍କ ଭାଙ୍ଗିବାକୁ ଯାଉଛି। କିନ୍ତୁ ଏହି କଥା କେତେ ସତ କେତେ ମିଛ ତାହା ଏ-ଯାବତ ସ୍ପଷ୍ଟ ହୋଇନି। ଦୀପିକା ପାଦୁକୋନ ଗତକାଲି ବିଳମ୍ବିତ ରାତିରେ ଏଭଳି କିଛି ପୋଷ୍ଟ କରିଛନ୍ତି। ଯାହା ବର୍ତ୍ତମାନ ବେଶ ଭାଇରାଲ୍ ହେବାରେ ଲାଗିଛି ।
Ranveer Comment On Deepika: ଦୀପିକା ପାଦୁକୋନ୍ (deepika padukone)ଓ ରଣବୀର ସିଂ ( ranveer singh) ବଲିଉଡ଼ର (bollywood) ମୋଷ୍ଟ ପାଓ୍ବାରଫୁଲ କପଲ। ଏହି ଷ୍ଟାର କପଲ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । ଗତ କିଛି ଦିନ ତଳେ ଏପରି ଏକ ଖବର ଭାଇରାଲ ହୋଇଥିଲା ଯେ, ରଣବୀର (Ranveer Singh) ଓ ଦୀପିକା(Deepika Padukone) ଖୁବ୍ ଶିଘ୍ର ଅଲଗା ହେବାକୁ ଯାଉଛନ୍ତି । ସେମାନଙ୍କ ସମ୍ପର୍କ ଭାଙ୍ଗିବାକୁ ଯାଉଛି। କିନ୍ତୁ ଏହି କଥା କେତେ ସତ କେତେ ମିଛ ତାହା ଏ-ଯାବତ ସ୍ପଷ୍ଟ ହୋଇନି। ଦୀପିକା ପାଦୁକୋନ ଗତକାଲି ବିଳମ୍ବିତ ରାତିରେ ଏଭଳି କିଛି ପୋଷ୍ଟ କରିଛନ୍ତି। ଯାହା ବର୍ତ୍ତମାନ ବେଶ ଭାଇରାଲ୍ ହେବାରେ ଲାଗିଛି । ଏହି ପୋଷ୍ଟରେ ଦୀପିକା କାହାକୁ ବିବାହ କରିବା ଉଚିତ ବୋଲି କହିଥିଲେ। ଦୀପିକାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଏବେ ନିଆଁ ଲଗାଇଛି। ତେବେ, ପୋଷ୍ଟକୁ ନେଇ ମଧ୍ୟ ମଧ୍ୟ ରଣବୀର ସିଂ କଡା ମନ୍ତବ୍ୟ ଦେଇଛନ୍ତି।
ପୋଷ୍ଟରେ ଦୀପିକା ଲେଖିଛନ୍ତି କିଛି ଏମିତି,ନିଜ ବେଷ୍ଟ ଫ୍ରେଣ୍ତକୁ ବିବାହ କର:
ଦୀପିକା ପାଦୁକୋନ(Deepika Padukone) ଇନଷ୍ଟାଗ୍ରାମରେ 'ଫ୍ରେଣ୍ଡସିପ୍ ଡେ'ରେ ଏପରି ପୋଷ୍ଟ କରିଥିଲେ ଯାହା କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହୋଇଥିଲା। ଏହି ପୋଷ୍ଟରେ ଅଭିନେତ୍ରୀ ଲେଖିଛନ୍ତି ଯେ, ' ଯଦି ଆପଣ ଲଭ୍ ମ୍ୟାରେଜ୍ କରିବାକୁ ଚାହୁଁଛନ୍ତି, ତେବେ, ଆପଣ ନିଜ ବେଷ୍ଟ ଫ୍ରେଣ୍ତକୁ ବିବାହ କରିବା ଉଚିତ୍ । କାହିଁକିନା ଜଣେ ପ୍ରକୃତ ବନ୍ଧୁ ହିଁ ଭଲ ଜୀବନ ସାଥୀ ହୋଇପାରିବ । ଯେତେବେଳେ ଆପଣ ନିଜ ପ୍ରିୟ ବନ୍ଧୁ ଆଗରେ ଯେଭଳି ଭାବେ ସମସ୍ତ କଥା କହି ପାରିବେ। ଅନ୍ୟ କାହା ଆଗରେ ଆପଣ ନିଜ ମନର କଥା ହେଉ କି ସମସ୍ୟା ସେଭଳି ଭାବେ କହି ପାରିବେ ନାହିଁ। ନିଜ ପ୍ରିୟ ବନ୍ଧୁ ବା (ବେଷ୍ଟ ଫ୍ରେଣ୍ତ) ଆପଣ ଯେଭଳି ଭାବେ ମନଖୋଲି ଦୁଖଃ ସୁଖ ସେୟାର କରିପାରିବେ ଆଉ କାହା ସହ ତାହା ସମ୍ଭବ ହୋଇ ନଥାଏ । ନିଜ ପ୍ରିୟର ବନ୍ଧୁ ଆପଣଙ୍କ ପାଖରେ ଥିଲେ ଜୀବନର ଅଧା ସମସ୍ୟା ଦୂର ହୋଇଥାଏ। ତେବେ, ଜୀବନରେ ଏପରି ଜଣେ ପ୍ରିୟ ମଣିଷ ରହିବା ନିହାତି ଆବଶ୍ୟକ ।
Also Read: Road Accident: ପାର୍ଟିରୁ ଫେରୁଥିବା ବେଳେ ଘଟିଲା ଭୟଙ୍କର ଦୁର୍ଘଟଣା , ଚାଲିଗଲା ୪ ଜୀବନ
ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜନ୍ତୁ:
ସେ ଆହୁରୀ ଲେଖିଛନ୍ତି ଯେ, ଏପରି ଜଣେ ପ୍ରିୟ ମଣିଷକୁ ଖୋଜ ଯିଏ, ଆପଣଙ୍କର ସୁଖଦୁଃଖରେ ସାଥ୍ ଦେଉଥିବ। ଏବଂ ଯାହା ଆଗରେ ତମେ ମନଖୋଲି କାନ୍ଦିପାରୁଥିବ। ଆଉ ସାମ୍ନାରେ ଥିବା ମଣିଷଟିଏ ମଧ୍ୟ ଆପଣଙ୍କୁ ବୁଝିବାରେ ସକ୍ଷମ ହେଉଥିବ । ଆପଣଙ୍କ ଆଖିର ଲୁହ ପୋଛିଦେଉଥିବ । ସବୁଠି ଆପଣଙ୍କୁ ସମ୍ମାନ ଦେବା ସହ ଆପଣଙ୍କ ରକ୍ଷା କବଚ ପାଲଟୁଥିବା। କେବଳ ସେତିକି ନୁହେଁ, ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ଆପଣଙ୍କର ଛାୟି ଭଳି ରହୁଥିବ । ଆଉ ପାଗଳ ପରି ପ୍ରେମ କରୁଥିବ । ଏହି ପ୍ରେମ ଜୀବନରେ କେବେ କମେ ନାହିଁ। ପ୍ରେମ ଯେତେ ଗଭୀର ହେବ ସମ୍ପର୍କ ଆପଣଙ୍କର ଆହୁରି ମଜବୁତ୍ ହେବ ।
ଦୀପିକାଙ୍କ ପୋଷ୍ଟକୁ ନେଇ ଏଭଳି କମେଣ୍ଟ ଦେଇଛନ୍ତି ରଣବୀର:
ତେବେ ଦୀପିକା ପାଦୁକୋନ୍ ସୋସିଆଲ ମିଡିଆରେ ଏହି ପୋଷ୍ଟ କରିବା ସହ ରଣବୀରଙ୍କୁ ଟ୍ୟାଗ୍ କରିଛନ୍ତି। ଏବଂ ରଣବୀର ମଧ୍ୟ ଦୀପିକାଙ୍କ ଏହି ପୋଷ୍ଟରେ ହାର୍ଟର ଇମୋଜି ଦେଇଛନ୍ତି । ତେବେ, ଦୀପିକାଙ୍କ ଏଭଳି ପୋଷ୍ଟକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରଣବୀର - ଦୀପିକାଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ ବୋଲ୍ ଏକାଧିକ ୟୁଜର୍ସ କମେଣ୍ଟ କରିବା ସହ ଏହି ଯୋଡି ଏହି କପଲ ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ, ଦୀପିକା ନିଜ ବୈବାହିକ ଜୀବନରେ ଖୁସି ନୁହନ୍ତି । ତେଣୁ ସେ ବନ୍ଧୁତ୍ବ ଦିବସ ଅବସରରେ ଏଭଳି ପୋଷ୍ଟ ସେୟାର କରିଛନ୍ତି ବୋଲି ଏବେ ଚର୍ଚ୍ଚା ଜୋର ଧରୁଛି।