Sanjay Gadhvi Passes Away: ପୁଣି ବଲିଉଡ଼ ଇଣ୍ତଷ୍ଟ୍ରିରୁ ଆସିଲା ଦୁଃଖଦ ଖବର।  ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା ସଞ୍ଜୟ ଗଡ଼ଭିଙ୍କର ଆଜି ଦେହାନ୍ତ ହୋଇଛି (Sanjay Gadhvi Passes Away)। ମୃତ୍ୟୁ ବେଳକୁ ତାଙ୍କୁ  ୫୭ ବର୍ଷ ହୋଇଥିଲା।  ହୃଦଘାତ ଯୋଗୁଁ ତାଙ୍କର ନିଧନ ହୋଇ ଥିବା ଜଣାପଡି଼ଛି (Sanjay Gadhvi passes away due to heart attack) । ଯାହାକୁ ନେଇ ଶୋକ ପ୍ରକାଶ କରିଛନ୍ତି ବଲିଉଡର କଳାକାର। 


COMMERCIAL BREAK
SCROLL TO CONTINUE READING

Also Read: HBD Sushmita Sen: ଜଣେ ନୁହେଁ ୧୦ ଜଣଙ୍କୁ ପ୍ରେମ କରୁଥିଲେ ସୁସ୍ମିତା, ବିନା ବିବାହରେ ହୋଇଛନ୍ତି ମାଆ


ମିଳିଥିବା ସୂଚନା ଅନୁଯାୟୀ,  ଆଜି ସକାଳେ ସଞ୍ଜୟ ଗଡ଼ଭି ଲୋଖଣ୍ଡୱାଲା (Lokhandwala) ଅଞ୍ଚଳରେ ମର୍ଣ୍ଣିଂ ଓ୍ବାର୍କ କରିବାକୁ ଯାଇଥିଲ। ସେତେବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ଘରକୁ ଫେରି ଆସିଥିଲେ। ଏହା ପରେ ସଞ୍ଜୟଙ୍କୁ ନିକଟସ୍ଥ କୋକିଲାବେନ୍ ଅମ୍ବାନୀ ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ନିର୍ଦ୍ଦେଶକ, ସଞ୍ଜୟ ଗଡ଼ଭିଙ୍କ ମୃତଦେହ ଏବେବି  କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଅଛି। ଆଜି ସଞ୍ଜୟଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡି଼ଛି। ତାଙ୍କ ଦେହାନ୍ତ ପରେ ବହୁ ଜଣାଶୁଣା ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି।
 
ସେ ୨୦୦୦ ମସିହାରେ ‘ତେରେ ଲିଏ ’ ଫିଲ୍ମରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ।  ଫିଲ୍ମ ‘ଧୁମ୍’ ଏବଂ ‘ଧୁମ୍-୨’ର ନିର୍ଦ୍ଦେଶନା ପାଇଁ ସେ ବେଶ୍ ଜଣାଶୁଣା। କାହିଁକିନା ୨ଟି ସିନେମା ଅଧିକ ସୁପରହିଟ୍  ହୋଇଥିଲା। ‘ମେରେ ୟାର୍ କି ଶାଦି ହୈ’, ‘କିଡନାପ୍’ ‘ଅଜବ ଗଜବ ଲଭ୍’ ଏବଂ ୨୦୨୦ରେ ‘ଅପରେସନ୍ ପରିଣ୍ଡେ’ର ନିର୍ଦ୍ଦେଶନା ଦେଇଥିଲେ।