Entertainment News: ପୁଣି ଲୁହରେ ଭିଜିଲା କଳା  ଜଗତ। ସିନେ ଜଗତରୁ ଆସିଲେ ଦଃଖଦ ଖବର। ଆଉ ନାହାଁନ୍ତି ନେଟଫ୍ଲିକ୍ସର ଲୋକପ୍ରିୟ ଅଭିନେତା ଜୁଲିଆନ୍ ଓରଟେଗା। ଜୁଲିଆନ୍ ଓରଟେଗାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ଅଭିନେତାଙ୍କୁ ୪୧ ବର୍ଷ  ହୋଇଥିଲା। ସମୁଦ୍ରରେ ସୁଇମିଙ୍ଗ୍ କରୁଥିବା ବେଳେ ହଠାତ୍ ବୁଡି ଯାଇଥିଲେ ଅଭିନେତା । ପାଣି ଭିତରେ ତାଙ୍କର ହୃଦଘାତରେ ଜୀବନ ଯାଇଥିବା ସୂଚନା ମିଳିଛି। ଜୁଲିଆନ୍ ଙ୍କ ଦେହାନ୍ତକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଏହି ଖବର ଜଣାପଡିଲା ପରେ ସାଥୀ କଳାକାଳ ଓ ଫ୍ୟାନ୍ସମାନେ ତାଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। 

 



 

ସୂଚନା ଅନୁସାରେ,   ସ୍ପେନର ବାରବେଟ୍ ରେ ଥିବା ଜୋହାରା ବିଚରେ  ଅଭିନେତା ଜୁଲିଆନ୍ ଓରଟେଗା ନିଜ ସାଥୀଙ୍କ ସହ ସମୁଦ୍ରରେ ଗାଧୋଉଥିଲେ। ପରେ ସେ ପହଁରିବା ସମୟରେ ହଠାତ୍ ବୁଡିଯାଇଥିଲେ। ପରେ ସେ ପାଣିରେ ବୁଡି ଯିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କୂଳ ମଧ୍ୟରୁ ଆଣିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର କହିଥିଲେ ଯେ, ପାଣିରେ ବୁଡିଯିବା ପରେ ତାଙ୍କୁ ହୃଦଘାତ୍ ଆସିଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ନେଟ୍ ଫ୍ଲିକ୍ସର ଏହି ଲୋକପ୍ରିୟ ଅଭିନେତା  ଜୁଲିଆନ୍ ଙ୍କ ଅଭିନୟର ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସେ ୨୦୧୮ ରେ ରିଲିଜ୍ ହୋଇଥିବା (Elite series) ଇଲାଇଟ୍ ସିରିଜିରେ ରେଷ୍ଟୁରାଣ୍ଟର ମ୍ୟାନେଜର ଭୂମିକାରେ ଅଭିନୟ କରିଥିଲେ। ' ଇଲାଇଟ୍ ସିରିଜ' ର ୮ଟି ଏପିସୋଡ୍ ଏବେ ସୁଧା ରିଲିଜ୍ ହୋଇଛି।  ଏହାର ଶେଷ ଏପିଶୋଡ୍ ଚଳିତ ଜୁଲାଇରେ ରିଲିଜ୍ ହୋଇଥିଲା।