Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଆଉ ନାହାଁନ୍ତି ଏହି ବରିଷ୍ଠ ଅଭିନେତ୍ରୀ
Advertisement
Article Detail0/zeeodisha/odisha2403515

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଆଉ ନାହାଁନ୍ତି ଏହି ବରିଷ୍ଠ ଅଭିନେତ୍ରୀ

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା ସିନେ ଜଗତ। ତାଙ୍କର ବିୟୋଗ  କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତୃକ୍ତି ହେବ ନାହିଁ। ୨୦୧୧ ମସିହାରେ ରିଲିଜ୍ ହୋଇଥିବା 'ସିଙ୍ଗମ୍' (Singham) ଫିଲ୍ମରେ ସେ....

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଆଉ ନାହାଁନ୍ତି ଏହି ବରିଷ୍ଠ ଅଭିନେତ୍ରୀ

Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା ସିନେ ଜଗତ। ମରାଠି ସିନେମାର ଲୋକପ୍ରିୟ ଅଭିନେତ୍ରୀ ସୁହାସିନୀ ଦେଶପାଣ୍ତେ ଙ୍କ ଦେହାନ୍ତ ହୋଇଛି। କେବଳ ମରାଠି ସିନେମାରେ ନୁହେଁ ବଲିଉଡ଼ ରେ ମଧ୍ୟ ସେ ନିଜର ଅଭିନୟର ଜଲଓ୍ବା ଦେଖାଇଛନ୍ତି। କିନ୍ତୁ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ତାଙ୍କ ପୁଣେ ସ୍ଥିତ ଘରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ତାଙ୍କ ଦେହାନ୍ତ ଖବର ଜଣାପଡିବା ପରେ ଫ୍ୟାନ୍ସ ଓ କଳାକାରମାନେ ସୋସିଆଲ୍ ମଡି଼ଆ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଆଜି ସୁହାସିନୀଙ୍କ ଶେଷ ଅନ୍ତିମ ସଂସ୍କାର କରାଯିବ। କିନ୍ତୁ ତାଙ୍କ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି। 

ALSO READ:  Petrol Diesel Price Today: ତୈଳ ଦରରେ ହ୍ରାସ, ଜାଣନ୍ତୁ ଲିଟର ପିଛା କେତେ କମିଲା ରେଟ୍?

ALSO READ:  Surya Shukra Yuti 2024: କନ୍ୟାରେ ସୂର୍ଯ୍ୟ-ଶୁକ୍ରଙ୍କ ଅପୂର୍ବ ମିଳନ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

ସୁହାସିନୀ ଦେଶପାଣ୍ତେ କିଏ? 
ତେବେ, ଆମେ ଏଠାରେ ଆପଣଙ୍କୁ ଜଣାଇବାକୁ ଚାହିଁବୁଯେ, ସୁହାସିନୀ ଦେଶପାଣ୍ତେ ମରାଠି ସିନେମାର ଜଣେ ବରିଷ୍ଠ ଅଭିନେତ୍ରୀ। ସେ ଖୁବ୍ କମ୍ ବୟସରୁ ମରାଠି ଫିଲ୍ମ ଇଣ୍ତଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରାୟ ୭୦ ବର୍ଷ ଧରି ମରାଠି ସିନେମାର କାମ କରିଛନ୍ତି। ୧୦୦ ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୟର ଯାଦୁ ଆଜିବି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। 

ତାଙ୍କର ବିୟୋଗ  କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତୃକ୍ତି ହେବ ନାହିଁ। ସେ କେବଳ ମରାଠି ଫିଲ୍ମରେ ଅଭିନୟ କରି ନାହାଁନ୍ତି ବଲିଉଡ଼ରେ ମଧ୍ୟ ତାଙ୍କ ଅଭିନୟର ଛାପ ଛାଡିଯାଇଛନ୍ତି। ୨୦୧୧ ମସିହାରେ ରିଲିଜ୍ ହୋଇଥିବା 'ସିଙ୍ଗମ୍' (Singham) ଫିଲ୍ମରେ କାମ କରିଛନ୍ତି।  ଏହି ଫିଲ୍ମରେ  ସେ କାଜଲ ଅଗ୍ରଓ୍ବାଲଙ୍କ ଜେଜେମାଆ ଭୂମିକାରେ ନଜର ଆସିଥିଲେ। ସେ ଅଭିନୟ କରିଥିବା ସିନେମା ଗୁ଼ଡିକ ହେଲା, ଆଜ୍ ଜାଲେ ମୁକ୍ତେ ମି (୧୯୮୬), ଆଇ ଶପଥ (୨୦୦୬), ମାଞ୍ଚାନ୍ ଙ୍କୁ( ୧୯୮୧) ଓ ଚିରଞ୍ଜୀବ (୨୦୧୬)। ଏହା ବ୍ୟତିତ ସେ ଏକାଧିକ ଫିଲ୍ମରେ କାମ କରିଛନ୍ତି।