Entertainment News: ଗତକିଛି ଦିନ ହେବ କଳା ଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି।  ବଲିଉଡ ଅଭିନେତ୍ରୀ ହିନା ଖାସ୍ ସ୍ତନ କର୍କଟରେ ପିଡିତ ଥିବା ବେଳେ ଆଉ ଜଣ ଅଭିନେତ୍ରୀ ଏହି ରୋଗରେ ଆଖିବୁଜିଛନ୍ତି । ଆମେରିକାର ଅଭିନେତ୍ରୀ ପାଟି ୟାସୁଟେକ୍ କ୍ୟାନସର ରୋଗରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରନୁ ନାହାଁନ୍ତି। ଆମର ଆତ୍ମାର ସଦଗତି ପାଇଁ କଳାକାର ଓ ତାଙ୍କ ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ALSO READ: Entertainment News: ଜନ୍ମ ହେବାର ୫ ସପ୍ତାହ ପରେ ଆଖିବୁଜିଲେ ଏହି ଷ୍ଟାରଙ୍କ ଝିଅ


ALSO READ: Guru Gochar 2024: ୨୦ ଅଗଷ୍ଟରୁ ବୃହସ୍ପତି ବଦଳାଇବେ ଏହିସବୁ ରାଶିର ଭାଗ୍ୟ, ଚାକିରିରେ ମିଳିବ ପଦୋନ୍ନତି ସହ...


ସୂଚନା ଅନୁସାରେ, ଅଭିନେତ୍ରୀ ପାଟି ୟାସୁଟେକ୍  ଏକାଧାରରେ ଜଣେ ଅଭିନେତ୍ରୀ ଓ ଉପସ୍ଥାପିକା ଭାବେ ବେଶ୍ ଜଣାଶୁଣା। ଦିର୍ଘ ବର୍ଷ ହେବ ସେ କ୍ୟାନସରରେ ପୀଡିତ ଥିଲେ। ଏବଂ ଘରୋଇ ମେଡିକାଲରେ ଚିକିତ୍ସିତ ମଧ୍ୟ ହେଉଥିଲ। କିନ୍ତୁ ସୋମବାର ବିଳମ୍ବିତ ରାତିରେ ତାଙ୍କର ନିଧନ ହୋଇଛି। ଏହି ଖବର ଜଣାପଡିବା ପରେ ସାଥୀ କଳାକାର ଓ ଫ୍ୟାନ୍ସମାନେ ଭାଙ୍ଗି ପଡିଥିଲ।   ପାଟିଙ୍କର ଏହି ଅକାଳ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରି ନଥିଲେ। ସୂଚନା ଅନୁସାରେ,ପାଟି ୧୯୫୩ ମସିହା, ସେପ୍ଟେମ୍ବର ୬ ତାରିଖରେ କାର୍ଲିଫର୍ଣ୍ଣିଆର ଗାର୍ଡେନାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୫ରେ ଆମେରିକାର ଟିଭି ସୋ ଟିଜେ ହୋକର୍ (show TJ Hooker)ରୁ କ୍ୟାରିୟର ଆରମ୍ଭ କରିଥିଲେ। ସେବେଠାରୁ ଆଉ ସେ ପଛକୁ ଫେରି ନଥିଲେ। ଏହାସହ ସେ ଏକାଧିକ ହଲିଉଡ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ଏକ ସିରିଜ୍ ଷ୍ଟାର୍ ଥ୍ରୀକ୍ ଫ୍ରାଞ୍ଚାଇଜ୍ (Star Trek franchise)ରେ ନର୍ସ ଏଲିସା ଭୂମିକାରେ ନଜର ଆସିଥିଲେ। ଯାହାକି ବେଶ୍ ଦମଦାର୍ ଥିଲା। ପାଟିଙ୍କ ଅଭିନୟକୁ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନର ଅଧିକାରୀ କରିଛି କହିଲେ ଅତୃକ୍ତି ହେବ ନାହିଁ। ନିକଟରେ  ତାଙ୍କୁ (Boston Legal) ବ୍ରୋଷ୍ଟନ ଲିଗାଲ୍ ଡ୍ରାମା ସିଜିନ୍-୫ ରେ ନଜର ଆସିଥିଲେ।