Advertisement
Photo Details/zeeodisha/odisha2371886
photoDetails0hindi

Guru Gochar 2024: ୨୦ ଅଗଷ୍ଟରୁ ବୃହସ୍ପତି ବଦଳାଇବେ ଏହିସବୁ ରାଶିର ଭାଗ୍ୟ, ଚାକିରିରେ ମିଳିବ ପଦୋନ୍ନତି ସହ...

Guru Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଦାନ, ପୂଣ୍ୟ, ଜ୍ଞାନ, ଧନ ,ସନ୍ତାନ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ, ଦେବଗୁରୁ ବୃହସ୍ପତି  ଅଗଷ୍ଟ ୨୦ ତାରିଖ ରାତି ୯ଟା ୨୦ ମିନିଟ୍ ସମୟରେ ମୃଗଶିରା ନକ୍ଷେତ୍ରକୁ ଚଳନ କରିବେ। ଏହି ନକ୍ଷେତ୍ରରେ ୨୮ ନଭେମ୍ବର ପର୍ଯ୍ୟନ୍ତ ରହିବେ ବୃହସ୍ପତି । ଦେବଗୁରୁଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଜାତକ ବା ରାଶିରେ ବୃହସ୍ପତିଙ୍କ ସ୍ଥିତି ସୁଦୃଢ ରହିଲେ ଜଣେ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାର ସୁଖ ସମୃଦ୍ଧି ଲାଭ କରିଥାଏ। ତେବେ, ଆସନ୍ତୁ ଜାଣିବା ଦେବଗୁରୁ ବୃହସ୍ପତିଙ୍କ କୃପାରୁ କେଉଁ ରାଶିର ଭାଗ୍ୟ ଚମକିବାକୁ ଯାଉଛି। ....

1/5

ବୃଷ: ଚଳିତ ମାସ ୨୦ ତାରିଖରୁ ଏହି ରାଶିର ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ଚାକିରି କରୁଥିବା ଲୋକଙ୍କୁ କର୍ମକ୍ଷେତ୍ରରେ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିପାରେ। ଆୟ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ମନ ବଳିବ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ପାରିବାରିକ ବିବାଦର ସମାଧାନ ହେବ। ନିଜ ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଏହି ଅବଧି ମଧ୍ୟରେ ନୂତନ ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି।  ଦିର୍ଘ ଦିନଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ।

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଦିନଟି ରହିବ ଅନୁକୂଳ, ବ୍ୟବସାୟରେ ମିଳିବ ଲାଭ ସହ...

ALSO READ: Surya Gochar 2024: ଅଗଷ୍ଟ ୧୬ରେ ସୂର୍ଯ୍ୟଦେବ ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

2/5

ସିଂହ: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭଦାୟୀ ରହିବ। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ। କଠିନ ପରିଶ୍ରମର ଫଳ ମିଳିବ। ବେକାରିମାନେ ଭଲ ନିଯୁକ୍ତି ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ବିଶେଷକରି, ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ।  ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରାଇଲେ ଅଧିକ ଲାଭ ପାଇବେ। କୌଣସି ପ୍ରକାର ବଡ଼ ଡିଲ୍ ବ୍ୟବସାୟ ପାଇଁ ଫାଇନାଲ୍ ହୋଇପାରେ। ରିୟଲି-ଇଷ୍ଟେଟର ବ୍ୟବସାୟୀମାନେ ବି ନୂତନ ପ୍ରୋଜେକ୍ଟ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ବୈବାହିକ ଜୀବନ ସୁଖମୟ ହେବ। 

3/5

ତୁଳା:  ବୃହସ୍ପତିଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ପାର୍ଟନରସିପ୍ ରେ ବ୍ୟବସାୟ କରୁଛନ୍ତି । ସେମାନେ ଲାଭବାନ୍ ହେବେ। ଖୁଚୁରା ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ସାଥୀଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଅବିବାହିତମାନେ ନୂଆ ଜୀବନସାଥୀ ପାଇବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ଦିର୍ଘ ଦିନଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

 

4/5

ମକର: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ଫଳଦାୟୀ ରହିବ। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ।  ଛାତ୍ରଛାତ୍ରୀମାନେ କ୍ୟାରିୟରରେ ବିଶେଷ ସଫଳତା ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବୃଦ୍ଧି ହେବ। ପରିବାର ସଦସ୍ୟଙ୍କ ଭିତରେ ଚାଲିଥିବା ମତଭେଦ ଦୂର ହେବ। ଫଳରେ ପାରିବାରିକ ସମ୍ପର୍କ ଆହୁରି ମଜବୁତ୍ ହେବ। ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। 

5/5

ଧନୁ: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏ-ହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ନବ ବିବାହିତମାନେ ସନ୍ତାନ ପ୍ରାପ୍ତି ନେଇ କୌଣସି ଖୁସି ଖବର ପାଇ ପାରନ୍ତି। ଦିର୍ଘ ଦିନ ଧରି ଚାକିରି କରୁଥିବା ଲୋକେ ଭଲ ନିଯୁକ୍ତି ଅଫର ପାଇବେ। କର୍ମକ୍ଷେତ୍ରରେ ଭଲ କାମ କରି ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। କିନ୍ତୁ ସ୍ବାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ନଚେତ୍ ସଂକ୍ରମଣ ଜନିତ ରୋଗ ଦେଖାଦେଇପାରେ। ଦୂରଯାତ୍ରାରୁ ନିବୃର୍ତ୍ତ ରୁହନ୍ତୁ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)