Singer Armaan Malik Aashna Shroff Engagement: ସିଙ୍ଗର ଅରମାନ୍ ମଲ୍ଲିକ୍ (Armaan Malik) । ଏହି ସିଙ୍ଗର ନିଜ ଫ୍ୟାନ୍ସ ମାନଙ୍କୁ ଏକ ଗୁଡ଼ ନ୍ୟୁଜ୍ ଦେଇଛନ୍ତି। ଖୁବଶିଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ଅରମାନ୍ (Armaan Malik Engagement)।  ୟୁଟ୍ୟୁବର ଆସନ୍ନା ସ୍ରଫଙ୍କ (Aashna Shroff) ସହ ନିର୍ବନ୍ଧ କରିଛନ୍ତି। ସୋସିଆଲ ମିଡି଼ଆରେ ଗାୟକ ଏକ ଖୁସିଭରା ମୂହୁର୍ତ୍ତର ଫଟୋ ମଧ୍ୟ ସେୟାର କରିଛନ୍ତି। ତେବେ, ସେ ନିଜ ସୋସିଆଲ ମିଡି଼ଆରେ ଏହି ଫଟୋ ସେୟାର କରି ଏକ ସୁନ୍ଦର କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ସେ ତାଙ୍କ କ୍ୟାପସନରେ ଲେଖିଛନ୍ତି ଯେ, 'ଆମର ସବୁଦିନ ପାଇଁ ଯାତ୍ରା ଆଜିଠୁ ଆରମ୍ଭ ହୋଇଛି'। ତେବେ, ସିଙ୍ଗରଙ୍କର ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏନେଇ ବିଭିନ୍ନ ସେଲି୍ବ୍ରେଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

Also Read: Odisha News: ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଭୁବନେଶ୍ବର ଷ୍ଟେସନକୁ ଆସୁଥିବା ଏହି ସବୁ ଟ୍ରେନର ବଦଳିଲା ରୁଟ୍


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଙ୍ଗର ଅରମାନ ମଲିକଙ୍କ ଭାବି ପତ୍ନୀ (Armaan Malik Wife) ଜଣେ ନାଁ କରା ୟୁଟ୍ୟୁବର  ଆସନ୍ନା  ଶ୍ରଫ । ଅରମାନ୍ ୟୁଟ୍ୟୁବର ଆସନ୍ନା ସ୍ରଫଙ୍କୁ ୨୦୧୯ରୁ ଡେଟ୍ କରି ଆସୁଛନ୍ତି । ତେବେ, ଭାଇରାଲ୍ ହେଉଥିବା ଫଟୋ ଗୁଡିକରେ ଦେଖିବାକୁ ମିଳିଛି ଯେ, ଅରମାନ ଏକ ଅଫ୍ ଓ୍ବାଇଟ୍ ବ୍ଲେଜର ପିନ୍ଧି ଆସନ୍ନା ଶ୍ରଫଙ୍କୁ ଆଣ୍ଠୁମାଡି଼ ପ୍ରପୋଜ କରୁଛନ୍ତି। ଏବଂ ହୀରା ମୁଦି ପିନ୍ଧାଉଛନ୍ତି।  ଆସନ୍ନା ଏକ ଓ୍ବାଇଟ୍ ପ୍ରିଟେଡର ଓ୍ବାନ୍ ପିସ୍ ପିନ୍ଧିଛନ୍ତି। ସେହି ପୋଜରେ  ଉଭୟ ଖୁବ୍ ସୁନ୍ଦର ଦେଖାଯାଇଥିଲେ । 


ଗାୟକ ଅରମାନ ମଲିକଙ୍କ ପ୍ରେମିକା କିଏ?


ଖବର ଅନୁଯାୟୀ, ଗାୟକ ଅରମାନ ମଲିକଙ୍କ (Armaan Malik Songs)ପ୍ରେମିକା ହେଉଛନ୍ତି ଆସନ୍ନା ଶ୍ରଫ୍ । ସେ ଜଣେ ୟୁଟ୍ୟୁବର୍, ବ୍ଲଗର୍, ସୋସିଆଲ୍ ମିଡିଆ ସେଲିବ୍ରିଟି ଅଟନ୍ତି। ସେ ନିଜ ସୌନ୍ଦର୍ଯ୍ୟ ଏବଂ ଫ୍ୟାଶନ୍ ବ୍ଲଗ୍ ପାଇଁ ପ୍ରସିଦ୍ଧ। ୧୯୯୩ ମସିହାରେ ଜନ୍ମ ହୋଇଥିବା ଆସନ୍ନା ଲଣ୍ଡନରୁ ଫ୍ୟାଶନରେ ଡିଗ୍ରୀ ହାସଲ କରିଥିଲେ। ଗାୟକ ଅରମାନ ମଲିକ ୧୯୯୫ ରେ ଜନ୍ମଗ୍ରହଣ କରିଥିଲେ।