Sunny Deol: ବଲିଉଡ଼ ଅଭିନେତା ସନି ଦେଓଲ। ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତେବେ, ଏହାରି ଭିତରେ ସନି ଦେଓଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସନିଙ୍କ ନାଁରେ (Film producer Sorav Gupta) ଫିଲ୍ମ ନିର୍ମାତା ସୌରଭ ଗୁପ୍ତା ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Road Accident: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର, ଘଟଣାସ୍ଥଳରେ ୬ ମୃତ


ସେ ଅଭିଯୋଗରେ କହିଛନ୍ତି ଯେ,  ୨୦୧୬ ମସିହାରେ ଏକ ଫିଲ୍ମ କରିବା ପାଇଁ ସନ୍ନି ଦେଓଲ ତାଙ୍କଠାରୁ ଆଗୁଆ ଟଙ୍କା ନେଇଥିଲେ। ଏହା ସହିତ ସେ ଖୁବ୍ ଶୀଘ୍ର ତାଙ୍କ ଫିଲ୍ମର ସୁଟିଂ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୮ ବର୍ଷ ପରେ ମଧ୍ୟ ସନି ତାଙ୍କ ପ୍ରତିଶ୍ରୁତି ପୂରଣ କଲେନି  କି ଟଙ୍କା ଫେରସ୍ତ କରି ନ ଥିଲେ। ସେ  ଆହୁରି କହିଛନ୍ତି ଯେ, ସନି ଜଣେ ଠକ ପ୍ରକୃତିର ଲୋକ,  ୨୦୧୬  ମସିହାରେ ଏକ ଫିଲ୍ମ କରିବା ପାଇଁ ଏକ ଏକ ପ୍ରୋଜେକ୍ଟରେ ସାଇନ୍ କରିଥିଲେ। ଏହି ଚୁକ୍ତି ଅନୁଯାୟୀ ସେ ଏକ ଫିଲ୍ମରେ କାମ କରିବାକୁ ଆଗ୍ରୀମ ୪ କୋଟି ଟଙ୍କା ମାଗିଥିଲେ। କିନ୍ତୁ ୧ କୋଟି ଟଙ୍କା ମୁଁ ତାଙ୍କୁ ଦେଇଥିଲି। କିନ୍ତୁ ମୋ ଫିଲ୍ମରେ କାମ ଆରମ୍ଭ କରିବା ପୂର୍ବରୁ ସେ ୨୦୧୭ ମସିହାରେ ପୋଷ୍ଟର ବାଏଜ୍ ରେ ସୁଟିଂ ପାଇଁ ଚାଲି ଯାଇଥିଲେ। ପରେ  ସେ ମୋତେ ଅଧିକ ଟଙ୍କା ମାଗିଥିଲେ । ବର୍ତ୍ତମାନ ସୁଧା ସେ ମୋ ଠାରୁ ୨.୫୫ ଟଙ୍କା ନେଇ ଆଉ ଧରାଛୁଆଁ ଦେଉ ନାହାଁନ୍ତି। 


ସୌରଭ ଆହୁରି ମଧ୍ୟ କହିଛନ୍ତି ଯେ , ସନି ତାଙ୍କ କମ୍ପାନୀ ସହିତ ୨୦୨୩ ମସିହାରେ ଏକ ନକଲି ଚୁକ୍ତି କରିଥିଲେ। ସେ କହିଛନ୍ତି, 'ଯେତେବେଳେ ଆମେ ଚୁକ୍ତିନାମା ପଢିଲୁ । ସେତେବେଳେ ଜାଣିବାକୁ ପାଇଲେ ଯେ, ସେମାନେ ନିଜେ ପୃଷ୍ଠା ପରିବର୍ତ୍ତନ କରିଛନ୍ତି, ଯେଉଁଠାରେ ଫି ପରିମାଣ ୪ କୋଟି ଥିଲା, ଫି ୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। କେବଳ ଏତିକି ନୁହେଁ, ଏହାସହ ଲାଭ ୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏନେଇ ସୌରଭ ଥାନାରେ ସନିଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି।