Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର।  କୌଣସି ଅଭିନେତା କି ଅଭିନେତ୍ରୀ ନୁହେଁ ବରଂ ପ୍ରସିଦ୍ଧ ଟିକଟକ୍ ଷ୍ଟାର୍ ତଥା ୟୁଟୁବର ଡାଭିଡ୍ ଆଲେନଙ୍କ କୁନି ଝିଅ ଲିଲିର ମୃତ୍ୟୁ ହୋଇଛି। ଏନେଇ ୟୁଟୁବର ଡାଭିଡ୍ ଆଲେନ ନିଜ ଇନଷ୍ଟାଗ୍ରାମରେ ଏହି ଦୁଃଖଦ ଖବର ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।  ଏନେଇ ଡାଭିଡଙ୍କ ପରିବାର ଲୋକେ ପୂରା ଭାଙ୍ଗି ପଡିଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ରାଜ୍ୟରେ ପେଟ୍ରୋଲ-ଡିଜେଲ ରେଟରେ ପରିବର୍ତ୍ତନ, ଏତିକି ହୋଇଗଲା ତେଲ ଦର


ALSO READ: Surya Gochar 2024: ଅଗଷ୍ଟ ୧୬ରେ ସୂର୍ଯ୍ୟଦେବ ବଦଳାଇବେ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...


 



ସୂଚନା ଅନୁସାରେ, ଜୁନ୍ ୨୧ରେ ଡାଭିଡ୍ ଙ୍କ ପତ୍ନୀ ଜେସିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଯାହାର ନାଁ ରଖିଥିଲେ ଲିଲି।  ଜେସିକା ଓ ଡାଭିଡଙ୍କ ଜୀବନରେ ଏହି କୁନି ଅତିଥି ଆସିଲା ପରେ ଘରେ ହସ ଖୁସିର ଲହରୀ ଖେଳି ଯାଇଥିଲା। କିନ୍ତୁ ଏହି ହସଖୁସି ବେଶି ଦିନ ରହିଲା ନାହିଁ। ଗତ ରବିବାର(ଅଗଷ୍ଟ ୪)  ବିଳମ୍ବିତ ରାତିରେ କୌଣସି କାରଣରୁ ଲିଲିର ମୃତ୍ୟୁ ଘଟିଥିଲା। ଏହି ସମୟରେ ଡାଭିଡ୍ ନିଜ ଘରେ ଉପସ୍ଥିତ ନ ଥିଲେ। ସେ ଶୋ କରିବା ପାଇଁ  ବାହାରକୁ ଯାଇଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ,  ତାଙ୍କ ଝିଅ ଆଉ ଏ ଦୁନିଆରେ ନାହିଁ । ସେତେବେଳେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ପରେ ସେ ନିଜ ଘରକୁ ଫେରିଥିଲେ। ଏନେଇ ଡାଭିଡ୍ ଏକ ଦଃଖଦ ପୋଷ୍ଟ ସେୟାର କରିଛନ୍ତି। ସେପଟେ, ଲିଲିର ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ। 


ନିକଟରେ, ସେହିପରି କର୍କଟ ରୋଗରେ ପ୍ରାଣ ହରାଇଥିଲେ ଆମେରିକାର ଜଣାଶୁଣା ଅଭିନେତ୍ରୀ ତଥା କମେଡିଆନ୍ ଇରିକା ଆସ୍। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ଦିର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କର ଏହି ଅକାଳ ବିୟୋଗକୁ ସହଜରେ କେହି ଭୁଲିପାରୁ ନାହାଁନ୍ତି। ତାଙ୍କ ମୃତ୍ୟୁରେ ପୂରା ହଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି। ସୂଚନା ଅନୁସାରେ, ଇରିକା ଦିର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଏବଂ ଚିକିତ୍ସିତ ମଧ୍ୟ ହେଉଥିଲେ। କିନ୍ତୁ ହଠାତ୍ ତାଙ୍କର ଦେହାନ୍ତ ହୋଇଗଲା। ଇରିକା ଆସ୍ ଏକାଧାରରେ ଜଣେ ଅଭିନେତ୍ରୀ ,କମେଡିଆନ୍,ସିଙ୍ଗର  ଓ ମଡେଲର । ସେ ଲୋକପ୍ରିୟ ଫିଲ୍ମ ସ୍କାରି (scary movie)ରେ ଅଭିନୟ କରି ଦର୍ଶନକଙ୍କ ହୃଦୟ ଜିତିଥିଲେ। 


ମ୍ୟାଡ଼ ଟିଭିରେ ପ୍ରସାରିତ ହେଉଥିବା ଫକ୍ସ ସ୍କେଚ୍ କମେଡି ଶୋ ଓ ହଲିଉଡର ରିଅଲ୍  ହଜବାଣ୍ତ ଅଫ୍ ଓଲିଉଡ଼ ସିଜନରେ (Real Husbands of Hollywood Season) ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କ କ୍ୟାରିୟର ମଧ୍ୟରେ ଅନେକ ଫିଲ୍ମ ଓ ଓ୍ବେବ୍ ସିରିଜରେ କାମ କରିଛନ୍ତି। ସେ 'ହାବ୍ ଏ ଘୋଷ୍ଟ' (Have a Ghost) ଫିଲ୍ମରେ ଦମଦାର୍ ଅଭିନୟ କରିଥିଲେ। ଯାହାକି ଦର୍ଶକଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବ। କେବଳ ଏତିକି ନୁହେଁ, ସେ ୨୦୧୮ ମସିହାରେ (Uncle Drew) 'ଅଙ୍କର ଡ୍ରିଉ'ରେ ନଜର ଆସିଥିଲେ।