Parineeti Raghav Love Story: ଆଜି ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରା (Parineeti Chopra) ଏବଂ ଆପ୍ ଏମପି ରାଘବ ଚଢାଙ୍କ (raghav chaddha) ବାହାଘର (Parineeti Raghav Wedding) ।  ଏହି  ଦୁଇ ଜଣଙ୍କ ବିବାହ ଆଜି ରାଜସ୍ଥାନ ଉଦୟପୁରର ଲିଲା ପ୍ୟାଲେସରେ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  ଶନିବାର ଦିନ  ହଳଦୀ ଓ ମେହେନ୍ଦୀ ରଶମ ଶେଷ ହୋଇଥିବା ବେଳେ ଆଜି ସେମାନଙ୍କ ବାହାଘର ହେବେ। ପଞ୍ଜାବୀ ରୀତିନୀତି ଅନୁସାରେ ସେମାନଙ୍କ ବାହାଘର ହେବ ବୋଲି ଜଣାପଡିଛି। ଏନେଇ ଉଭୟଙ୍କ ପରିବାର ସଦସ୍ୟ  ଲିଲା ପ୍ୟାଲେସରେ ବି ପହଞ୍ଚି ସାରିଛନ୍ତି । ତେବେ, ଏହାରି ଭିତରେ ପରିଣିତିଙ୍କ ଏକ ପୁରୁଣା ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି (Parineeti Chopra old interview) । ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପରିଣିତି କହୁଛନ୍ତି ସେ କୌଣସି ରାଜନେତାଙ୍କୁ ବିବାହ କରିବେ ନାହିଁ। ବର୍ତ୍ତମାନେ ଲୋକେ ସହି ଭିଡିଓ ଦେଖି ପରିଣିତିଙ୍କୁ ପ୍ରଶ୍ନ କରୁଛନ୍ତି ଯେ, ଅଭିନେତ୍ରୀ ଏତେ ଶିଘ୍ର ବଦଳି ଗଲେ କିପରି?


COMMERCIAL BREAK
SCROLL TO CONTINUE READING

 



ଏହାବି ପଢନ୍ତୁ : Parineeti Raghav Wedding: ସାମ୍ନାକୁ ଆସିଲା ପରିଣିତି-ରାଘବଙ୍କ ବାହାଘରର ଫୁଡ୍ ମେନ୍ୟୁ, ଦେଖନ୍ତୁ


ଏକ ଫିଲ୍ମର ପ୍ରମୋସନ ପାଇଁ କୌଣସି ଏକ ଶୋକୁ ସିଦ୍ଧାର୍ଥ ମଲହୋତ୍ରା ଓ ପରିଣିତି ଚୋପ୍ରା ଯାଇଥିଲେ। ସେଠାରେ ଫିଲ୍ମର ପ୍ରମୋସନ କରିବା ସହ ତାଙ୍କୁ ତାଙ୍କ ଜୀବନ ସହ ଜଡିତ କିଛି ପ୍ରଶ୍ନ ପରିଣିତିଙ୍କୁ ପଚାର ଯାଇଥିଲା । ପରିଣିତିଙ୍କୁ ପଚରା ଯାଇଥିଲା ଯେ, ତୁମେ କେଉଁ ଭଳି ଜୀବନ ସାଥୀ ଚାହୁଁଚ ? ଏହି ପ୍ରଶ୍ନର ଉତ୍ତରେ ପରିଣିତି ହସ କହିଥିଲେ ଯେ, ''ଯିଏ ମୋ ମନ କଥା ବୁଝି ପାରୁଥିବା ।'' ସେହି ପରି ତାଙ୍କୁ ଆଉ ଏକ ପ୍ରଶ୍ନ କରାଯାଇଥିଲା। ଆପଣ ଅଭିନେତା ନାଁ ରାଜନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ପରିଣିତି ଏହି ପ୍ରଶ୍ନର ଉତ୍ତରରେ କହିଥିଲେ,  '' ମୁଁ ରାଜନେତାଙ୍କୁ ପସନ୍ଦ କରେ ନାହିଁ । ମୁଁ କେବେବି ରାଜନେତାଙ୍କୁ ବିବାହ କରିବାକୁ ଚାହେଁନି। '' ନ୍ୟୁଜ୍ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁଯାୟୀ, ପରିଣିତି ଏବଂ ରାଘବ ଲଣ୍ଡନରେ ଏକାଠି ମିଶି ପାଠ ପଢୁଥିଲେ। ଏବଂ ଦୀର୍ଘ ସମୟ ଧରି ଭଲ ବନ୍ଧୁ ଥିଲେ । ଏବଂ ଉଭୟ ଉଭୟଙ୍କୁ ପସନ୍ଦ ବି କରୁଥିଲେ।  କିନ୍ତୁ ପାଠପଢା ଶେଷ ହେବା ପରେ ପିରିଣିତି ଓ ରାଘବ ଦୁହେଁ ଅଲଗା ହୋଇ ନିଜ ପ୍ରଫେସନରେ ବ୍ୟସ୍ତ ଥିଲେ। କିନ୍ତୁ ନିଜ ମନର ମାନସୀ ପରିଣିତିଙ୍କୁ ଭୁଲି ପାରୁ ନଥିଲେ ରାଘବ।  ଯେତେବେଳେ ପରିଣିତି ପଞ୍ଜାବରେ (Chamkila) ଫିଲ୍ମ 'ଚମକିଲା'ର ସୁଟିଂ କରୁଥିଲେ। ସେଠାକୁ ରାଘବ ବାରମ୍ବାର ତାଙ୍କୁ ଦେଖା କରିବା ପାଇଁ ଯାଉଥିଲେ। ସେହି ଠାରୁ ହିଁ ବନ୍ଧୁତାରୁ ଆରମ୍ଭ ହୋଇଥିବା ସମ୍ପର୍କ ପ୍ରେମରେ (Parineeti Raghav Love Story) ପରିଣତ ହୋଇଥିଲା । ସେବେ ଠାରୁ ଦୁହେଁ ପରପ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ଏବଂ ବିବାହ କରିବାକୁ ନିସ୍ପତି ନେଇଥିଲେ। 


ଚଳିତ ବର୍ଷ ମେଁ  ୧୩ ତାରିଖରେ  ଦିଲ୍ଲୀ କପୁରଥାଲା ହାଉସରେ ରାଘବ ଓ ପରିଣିତିଙ୍କ ନିର୍ବନ୍ଧ ହୋଇଥିଲା । ରାଘବଙ୍କ ଏହି ନିର୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏବଂ ତାଙ୍କ ପତ୍ନୀ ଗୁରପ୍ରୀତ କୌର ସାମିଲ ହୋଇଥିଲେ । ପରିଣିତି ଚୋପ୍ରାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହାବ୍ୟତୀତ ପି ଚିଦାମ୍ବରମ, ଆଦିତ୍ୟ ଠାକରେ, ରାଜୀବ ଶୁକ୍ଲା, କପିଲ ସିବଲଙ୍କ ଭଳି ନେତା ମଧ୍ୟ ଏହି ନିର୍ବନ୍ଧରେ ସାମିଲ ହୋଇଥିଲେ ।