Chakradhar Jena Passed Away: ଲୁହରେ ଭିଜିଲା ଓଲିଉଡ, ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଚକ୍ରଧର ଜେନା
Chakradhar Jena: ଓଡି଼ଆ ସିନେ ଜଗତରୁ( Ollywood) ପୁଣି ଆସିଲା ଦୁଃଖଦ ଖବର। ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଚକ୍ରଧର ଜେନା (odia Actor Chakradhar Jena passed away)। ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡି଼ଛି। ଯାହାକୁ ନେଇ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି।
Chakradhar Jena: ଓଡି଼ଆ ସିନେ ଜଗତରୁ( Ollywood) ପୁଣି ଆସିଲା ଦୁଃଖଦ ଖବର। ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଚକ୍ରଧର ଜେନା (odia Actor Chakradhar Jena passed away)। ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡି଼ଛି। ଯାହାକୁ ନେଇ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦିର୍ଘ ଦିନ ଧରି ଚକ୍ରଧର ମଧୁମେୟ ରୋଗରେ ପୀଡିତ ଥିଲେ। କିନ୍ତୁ ଗତକାଲି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା। ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଥିଲେ। ଏମ୍ସର ଆୟିସିୟୁ (ICU)ଭର୍ତ୍ତି କରାଯାଇ ସେଠାରେ ଚିକିତ୍ସା ଜାରି ରହିଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଗତକାଲି(ସୋମବାର) ସେ ଆଖି ବୁଜିଛନ୍ତି।
ALSO READ: Today Horoscope: ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ
ଚକ୍ରଧର ଜେନା ନିଜର ଦମଦାର ଅଭିନୟ ପାଇଁ ଓଡି଼ଆ ସିନେ ଜଗତରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଏକାଧିକ ସିନେମାରେ ତାଙ୍କୁ ଖଳନାୟକ ଭୂମିକାରେ ଦର୍ଶକ ଦେଖିବାକୁ ପାଇଛନ୍ତି। ସେ ୧୯୮୮ ମସିହାରେ (National School Of Drama,delhi) ଦିଲ୍ଲୀର ନ୍ୟାସ୍ନାଲ ସ୍କୁଲ୍ ଅଫ୍ ଡ୍ରାମାରୁ ପାସ୍ ହେବା ପରେ ଓଡି଼ଆ ସିନେମା ଜଗତରେ ଏଣ୍ଟ୍ରି ମାରିଥିଲେ। ତେବେ, ଏଠି ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ତାଙ୍କର ପ୍ରଥମ ସିନେମା ଥିଲା 'ପଥର ଖସିଲା ବଡ଼ ଦେଉଳୁ'। ଏହା ବ୍ୟତିତ ସେ 'ରଣଭୂମି', 'ଅର୍ଜୁନ', 'ମାୟା', ରଙ୍ଗିଲା ବାବା', 'ଓମ୍ ନମଃ ଶିବାୟ' , 'କଥାନ୍ତର' ଓ 'ପ୍ରେମ୍ ଓ୍ବେଡ୍ସ ପ୍ରିୟା' ସିନେମାରେ ଅଭିନୟର ଜଲଓ୍ବା ଦେଖାଇଛନ୍ତି। କେବଳ ଓଲିଉଡରେ ନୁହେଁ ହଲିଉଡରେ ବି ସେ ଅଭିନୟର ଯାଦୁ ଦେଖାଇଛନ୍ତି। 'ସିଟି ଅଫ୍ ଜୟ' ଓ ' ଇଲେକ୍ଟ୍ରିକ୍ ମୁନ' ରେ ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି। ଏଥିପାଇଁ ସେ ଏକାଧିକ ଥର ପୁରସ୍କୃତ ହୋଇଛନ୍ତି।