Vijay Deverakonda Love Life, ନୂଆଦିଲ୍ଲୀ: ଅଭିନେତା ବିଜୟ ଦେବରକୋଣ୍ଡା, ସିନେ ଜଗତର ଜଣେ ଚର୍ଚ୍ଚିତ ଅଭିନେତା। ଟଲିଉଡଠୁ ଆରମ୍ଭ କରି ବଲିଉଡ ସବୁଠି ତାଙ୍କର ଫ୍ୟାନ ଭରପୁର ଅଛନ୍ତି। ବିଶେଷ କରି ଯୁବତୀମାନେ ତାଙ୍କ ଉପରେ ପୂରା ଫିଦା ଅଛନ୍ତି। ତେବେ ଆପଣ ଜାଣନ୍ତି କି, ଯେଉଁ ଷ୍ଟାରଙ୍କ ପଛରେ ଲକ୍ଷ ଲକ୍ଷ ସିଙ୍ଗଲ ଲେଡି ପଡିଛନ୍ତି, ସେ କାହା ପ୍ରେମରେ ପାଗଳ ଅଛନ୍ତି? ନିକଟରରେ ଏକ ସାକ୍ଷାତକାରରେ ନିଜେ ଅଭିନେତା ଏହାର ଖୁଲାସା କରିଛନ୍ତି। ସମସ୍ତେ ଭାବନ୍ତି ଯେ, ବିଜୟ, ଶ୍ରୀବଲିଙ୍କୁ ଲାଇକ କରନ୍ତି। କିନ୍ତୁ ତାହା ସତ ନୁହଁ, କାରଣ ଅର୍ଜୁନ ରେଡ୍ଡୀ ଷ୍ଟାର ଜଣେ ଛାଡପତ୍ର ହୋଇଥିବା ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି। ଆଉ ପ୍ରଥମ ଦେଖାରେ ହିଁ ସେ ତାଙ୍କୁ ନିଜ ହୃଦୟ ଦେଇଥିଲେ।


COMMERCIAL BREAK
SCROLL TO CONTINUE READING

ସାଉଥର ଟପ୍ ଏଲିଜିବଲ ବ୍ୟାଚଲର ଷ୍ଟାରଙ୍କ ମଧ୍ୟରେ ବିଜୟ ଦେବରକୋଣ୍ଡା ଅନ୍ୟତମ। ତାଙ୍କୁ ବିବାହ କରିବାକୁ ଝିଅଙ୍କର ଏକ ଲମ୍ବାଲାଇନ ଅଛି। କିନ୍ତୁ ସେ ଜଣେ ଛାଡପତ୍ର ହୋଇଥିବା ଅଭିନେତ୍ରୀଙ୍କୁ ସବୁଠୁ ଅଧିକା ପସନ୍ଦ କରନ୍ତି। ଲିଗର ଷ୍ଟାର ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ କଲେଜ ସମୟରେ ସେ ସାମନ୍ଥା ଋତ ପ୍ରଭୁଙ୍କୁ ପ୍ରେମ କରୁଥିଲେ। ପ୍ରଥମ ଥର ଦେଖି ସେ ସାମନ୍ଥାଙ୍କୁ ମନେ ମନେ ପ୍ରେମ କରି ବସିଥିଲେ। ଗୁରୁବାର ସେ ସାମନ୍ଥାଙ୍କ ଆଗାମୀ ଫିଲ୍ମ ୟସୋଦାର ଟ୍ରେଲର ପୋଷ୍ଟରକୁ ନିଜ ଟ୍ୱିଟରରେ ସେୟାର କରିଛନ୍ତି। ଆଉ ଏଥିରେ ମଧ୍ୟ ସେ ତାଙ୍କ ଲଭ୍ ଲାଇଫ ବିଷୟରେ ଚର୍ଚ୍ଚା କରିଛନ୍ତି।


Also Read: ବଦଳିଲା ପାଣିପାଗ! ବର୍ଷା ଫେରାଇବେ ଚାବି, ସପ୍ତାହେ ବି ସମୟ ଦେଲେନି କୋର୍ଟ


ବିଜୟ ଲେଖିଛନ୍ତି, "ମତେ ତାଙ୍କ ସହ ପ୍ରେମ ହୋଇଯାଇଥିଲା। ଯେତେବେଳେ ମୁଁ କଲେଜ ପଢୁଥିଲି ଓ ପ୍ରଥମ ଥର ତାଙ୍କୁ ବଡ ପରଦାରେ ଦେଖିଥିଲି, ତାହା ଏବେ ମଧ୍ୟ ମୋର ମନେ ଅଛି। ଆଜି ମୁଁ ପ୍ରତ୍ୟେକ ଜିନିଷ ପାଇଁ ତାଙ୍କର ପ୍ରଶଂସା କରୁଛି ଆଉ ତାଙ୍କର ପୂଜା କରୁଛି। ଆଜି ଆପଣ ସମସ୍ତଙ୍କ ସହ ସାମନ୍ଥା ଋତୁ ପ୍ରଭୁଙ୍କ ନୂଆ ଫିଲ୍ମ #YashodaTrailer ସେୟାର କରି ମୁଁ ବହୁତ ଆନନ୍ଦିତ ଅଛି। ୧୧-୧୧-୨୦୨୨ରେ ପ୍ରେକ୍ଷାଳୟରେ ଫିଲ୍ମ ଆସିବ।" ଅନ୍ୟ ଏକ ପୋଷ୍ଟରେ ବିଜୟ, Yashodaର ସମସ୍ତ ଟିମକୁ ସେ ଶୁଭେଚ୍ଛା ଓ ସ୍ନେହ ଜଣାଇଛନ୍ତି। 


 



ସାମନ୍ଥଙ୍କ ଆଗାମୀ ଫିଲ୍ମ ୟସୋଦାକୁ ହରି ଓ ହରିସ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ଜଣେ ସରୋଗେସି ମଦର ଉପରେ ଆଧାରିତ ଅଛି। ସାମନ୍ଥା ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ। ସେ ସୋରୋଗେସି ମଦରର ରୋଲ କରୁଛନ୍ତି। ୟସୋଦା ମୋଟ ପାଞ୍ଚଟି ଭାଷା ଯଥା- ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ ଓ ହିନ୍ଦୀ ରିଲିଜ ହେବ। ଏହା ସହ ଖୁବଶୀଘ୍ର ସାମନ୍ଥା ଓ ବିଜୟ ଦେବରକୋଣ୍ଡାଙ୍କ ଯୋଡିକୁ ଦେଖିବାକୁ ମିଳିବ। ଶିବ ନିର୍ବାଣଙ୍କ ଆଗାମୀ ରୋମାଣ୍ଟିକ-କମେଡି ଫିଲ୍ମ ଖୁସୀରେ ଉଭୟ ନଜର ଆସିବେ। ଆସନ୍ତା ୨୩ ଡିସେମ୍ବରରେ ଖୁସୀ ରିଲିଜ ହେବ।