Rajinikanth On Yogi: ଗତ କିଛିଦିନ ତଳେ ନିଜ ଫିଲ୍ମ 'ଜେଲର'ର ପ୍ରମୋସନ ପାଇଁ ଆସିଥିଲେ ସୁପରଷ୍ଟାର ରଜନୀକାନ୍ତ । ତେବେ ଲକ୍ଷ୍ନୌସ୍ଥିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ତାଙ୍କୁ ଭେଟିବା ସହ ତାଙ୍କ ପାଦ ଛୁଇଁ ନମନ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ହଇଚଇ ସୃଷ୍ଟି ହୋଇଥିଲା। ଅନେକ ଫ୍ୟାନ୍ସ ଏକଥାକୁ ନାପସନ୍ଦ କରିବା ସହ ଯୋଗୀଙ୍କ ଠୁ ବୟସରେ ବଡ଼ ହୋଇ ରଜନୀକାନ୍ତ କାହିଁକି ତାଙ୍କ ପାଦ ଛୁଇଁ ସମ୍ମାନ ହରାଇଲେ ବୋଲି ପ୍ରଶ୍ନ ବି ଉଠିଥିଲା। ତେବେ ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ତଲାଏବା ରଜନୀକାନ୍ତ । ସେ କହିଛନ୍ତି ଯେ, ମୁଁ ସର୍ବଦା ଯୋଗୀ ଓ ସନ୍ନ୍ୟାସୀଙ୍କ ନିକଟରେ ନିଜକୁ ସମର୍ପଣ କରିଥାଏ । 


COMMERCIAL BREAK
SCROLL TO CONTINUE READING

ତେବେ ଯୋଗୀଙ୍କ ପାଦ ଛୁଇଁବା ମୋର କର୍ତ୍ତବ୍ୟ ବୋଲି ମୁଁ ତାହା କଲି। ସୂଚନାନୁସାରେ ଜେଲର ଫିଲ୍ମକୁ ନେଇ ଏବେ ଦେଶ ସାରା ଚର୍ଚ୍ଚା । ପରିଣତ ବୟସରେ ତଲାଏବାଙ୍କ ଏହି ଆକ୍ସନ ଥ୍ରିଲର ଫିଲ୍ମ ସାରା ଦେଶକୁ ଚକିତ କରିଛି। କିଛିଦିନ ମଧ୍ୟ ଶହେକୋଟି କ୍ଲବରେ ସାମିଲ ହୋଇସାରିଛି ଫିଲ୍ମ ଜେଲର ।  


Also Read: Dream Girl 2: ହଲ୍କୁ ଆସିବା ପୂର୍ବରୁ ବଢ଼ୁଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ Dream Girl 2 ର କ୍ରେଜ୍