Hrithik Roshan : ଆସନ୍ତାକାଲି ଫିଲ୍ମ ପ୍ରାଇଡେରେ ପରଦାକୁ ଆସିବ ବିକ୍ରମ ବେଧା (Vikram Vedha ) । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡର ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ସହ ସୈଫ୍ ଅଲ୍ଲୀଖାନ୍ । ତେବେ, ହ୍ରିତିକଙ୍କ ଏ ଫିଲ୍ମ ନେଇ ତାଙ୍କ ସମ୍ପର୍କୀୟ ଭଉଣୀ ଭାଇ ପାଇଁ ଏକ ଭାବ ବିହ୍ବଳ ପୋଷ୍ଟ କରିଛନ୍ତି । ହ୍ରିତିକ ରୋଶନଙ୍କ ସମ୍ପର୍କୀୟ ଭଉଣୀ (Pashmina Roshan) ପାଶ୍ମିନା ରୋଶନ ଲେଖିଛନ୍ତି ଯେ, " ଏ ଡୁଗୁ ଭାଇ ଯିଏ ସବୁ ସମୟରେ ସବୁ ପରିସ୍ଥିତି ଦେଇ ଗତିକରେ ।କୌଣସି ପରିସ୍ଥିତିରେ ହାରମାନେ ନାହିଁ ।  ନିକଟରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂରେ ଫିଲ୍ମ ଦେଖିବା ପରେ ଅଭିନେତାଙ୍କ ପ୍ରତି ପ୍ରଶଂସା ଓ ପ୍ରେମର ପରିଭାଷା ପ୍ରକାଶ କରିଥିଲେ। ସର୍ବଦା ନିଜକୁ ଏକ ଭଲ ସଂସ୍କରଣ ହେବାକୁ ଚେଷ୍ଟା କରେ ,ବିକ୍ରମ ବେଦ ଆସନ୍ତାକାଲି ପ୍ରେକ୍ଷାଳୟକୁ ଆସୁଛି , ଆପଣ କଣ ଅପେକ୍ଷା କରିଛନ୍ତି ? ଏବେ ଟିକେଟ ବୁକିଂ କରନ୍ତୁ "। ପାଶ୍ମିନା ରୋଶନ କହିଛନ୍ତି ଯେ, ସେ ତାଙ୍କ ଭାଇ ଦ୍ବାରା ଅନୁପ୍ରାଣିତ ଏବଂ ତାଙ୍କ ଅଭିନୟ ପାଇଁ ଗର୍ବିତ। ୨୦୦୩ ମେ ୯ରେ  ପଶ୍ମିନା (Ishq Vishk Rebound) ଇସ୍କ  ଭିସ୍କ ରିବଣ୍ତରେ ଜରିଆରେ ଡେବ୍ୟୁ କରିଥିଲେ। ସେପଟେ  ହ୍ରିତିକ ରୋଶନ ଏହି ଫିଲ୍ମକୁ ନେଇ ମଧ୍ୟ କିଛି ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କେବଳ ତାଙ୍କ ଫିଲ୍ମ ଉପରେ ରହିଛି। ଏଥି ସହିତ ସୈଫ୍‌ ଅଲି ଖାନ ପ୍ରଶଂସକମାନଙ୍କୁ ଉଭୟ ଫିଲ୍ମ ଦେଖିବା ପାଇଁ ଅନୁରୋଧ କରିଥିଲେ। ‘ବିକ୍ରମ ବେଧା’କୁ ପୁଷ୍କର-ଗାୟତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେହିପରି ବିକ୍ରମ ବେଧା ଫିଲ୍ମରେ ହ୍ରିତିକ୍ ରୋଶନ,ସୈଫ୍ ଅଲ୍ଲୀ ଖାନ୍ ,ରାଧିକା ରାଧିକା ଆପତେ ,ରୋହିକ ସରାଫ,ୟୋଗିତା ବିହାନୀ,ସରିବ୍ ହାସମି ଓ ସତ୍ୟଦୀପ ମିଶ୍ରା ଅଭିନୟ କରିଛନ୍ତି। ହ୍ରିତିକ ବେଧାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କୁ ଫିଲ୍ମରେ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ। ବିକ୍ରମର ଭୂମିକାରେ ନଜର ଆସିବେ ସୈଫ୍ ।  ଫିଲ୍ମରେ ବିକ୍ରମ ଜଣେ ସଚ୍ଚୋଟ ପୋଲିସ୍ ଇନ୍ସପେକ୍ଟର , ଯିଏ ଗ୍ୟାଙ୍ଗଷ୍ଟର ବେଦକୁ ଧରିବାକୁ ଚେଷ୍ଟା କରନ୍ତି। ଯେତେବେଳେ ବେଦ ଆତ୍ମସମର୍ପଣ କରେ, ଯେତେବେଳେ ବେଦ ତାଙ୍କୁ ତିନିଟି କାହାଣୀ ବର୍ଣ୍ଣନା କରନ୍ତି । ସେତେବେଳେ ବିକ୍ରମଙ୍କର ଭଲ ଏବଂ ମନ୍ଦ ବିଷୟରେ ଧାରଣା ପରିବର୍ତ୍ତନ ହେବାକୁ ଲାଗେ । ଆକ୍ସନ ଭରା ଏ ଫିଲ୍ମରେ ହ୍ରିତିକଙ୍କ ଦମଦାର ଅଭିୟନ ଦେଖିବାକୁ ପାଇବା ଦର୍ଶକ ।  


 ଏହାବି ପଢନ୍ତୁ  : Actor Allu Arjun : Golden Templeରେ ପୁଷ୍ପାଷ୍ଟାର , ସୋସିଆଲ ମିଡିଆରେ ଫଟୋ ଭାଇରାଲ


ବିକ୍ରମ ବେଧା ଫିଲ୍ମର ଟିଜର, ଟ୍ରେଲର ପୋଷ୍ଟର ଏବଂ ଗୀତକୁ ପସନ୍ଦ କରୁଛନ୍ତି ଫ୍ୟାନ୍ସ। ହ୍ରିତିକଙ୍କ ବ୍ୟତୀତ ସୈଫ ଅଲି ଖାନ ଏବଂ ରାଧିକା ଆପତେ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ।  ବିକ୍ରମ ବେଧା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ରିମେକ୍ । ଯାହା ୨୦୧୭ ତାମିଲ ଭାଷାରେ ରିଲିଜ ହୋଇଥିଲା। ଫିଲ୍ମଟିର ବଜେଟ ରହିଛି ୧.୭୫ ବିଲିୟନ୍ ।  ଯଦି ହ୍ରିତିକ ରୋଶନଙ୍କ କାମର କଥା କହିବା । ତେବେ ଏହି ଅଭିନେତାଙ୍କ ହାତରେ ବର୍ତ୍ତମାନ ଅନେକ ବଡ ପ୍ରୋଜେକ୍ଟ ରହିଛି।  ବିକ୍ରମ ବେଧା(Vikram Vedha ) ବ୍ୟତିତ ତାଙ୍କ ହାତରେ ଫାଇଟର(Fighter),  କ୍ରିସ ୪(Krrish 4) ଓ  ଓ୍ବାର୍ ୨ (War 2) ଭଳି ଫିଲ୍ମରେ ସେ ନଜର ଆସିବେ ।