Actor Allu Arjun : Golden Templeରେ ପୁଷ୍ପାଷ୍ଟାର , ସୋସିଆଲ ମିଡିଆରେ ଫଟୋ ଭାଇରାଲ
Advertisement
Article Detail0/zeeodisha/odisha1373403

Actor Allu Arjun : Golden Templeରେ ପୁଷ୍ପାଷ୍ଟାର , ସୋସିଆଲ ମିଡିଆରେ ଫଟୋ ଭାଇରାଲ

Actor Allu Arjun : ଅମୃତସରର ଗୋଲଡେନ ଟେମ୍ପୁଲ (Golden Temple)ରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍(Actor Allu Arjun) । ଅଲ୍ଲୁଙ୍କ ସ୍ତ୍ରୀ ସ୍ନେହା ରେଡ୍ଡୀଙ୍କ ଜନ୍ମଦିନ ଅବସରରେ ପୁରା ପରିବାର ଗୋଲଡେନ ଟେମ୍ପୁଲରେ ପହଞ୍ଚିଛନ୍ତି ।  ଭଗବାନଙ୍କ ଆର୍ଶିବାଦ ଲାଭ କରିବା ସହିତ କୃପାଲାଭ କରିଛନ୍ତି ।  

ସୌଜନ୍ୟ : ସୋସିଆଲ ମିଡିଆ

Actor Allu Arjun : ଅମୃତସରର ଗୋଲଡେନ ଟେମ୍ପୁଲ (Golden Temple)ରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍(Actor Allu Arjun) । ଅଲ୍ଲୁଙ୍କ ସ୍ତ୍ରୀ ସ୍ନେହା ରେଡ୍ଡୀଙ୍କ ଜନ୍ମଦିନ ଅବସରରେ ପୁରା ପରିବାର ଗୋଲଡେନ ଟେମ୍ପୁଲରେ ପହଞ୍ଚିଛନ୍ତି ।  ଭଗବାନଙ୍କ ଆର୍ଶିବାଦ ଲାଭ କରିବା ସହିତ କୃପାଲାଭ କରିଛନ୍ତି ।  ଏ ନେଇ ଅଲ୍ଲୁ ଅର୍ଜୁନ ଫ୍ୟାମଲିର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।  ଏ ଫଟୋରେ ଦେଖିବାକୁ ମିଳିଛି ଯେ, ଅଲ୍ଲୁ ଅର୍ଜୁନ୍ ଓ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ପାରମ୍ପାରିକ ପୋଷାକ ପିନ୍ଧିଛନ୍ତି ।  ଅଭିନେତା ତାଙ୍କ ପରିବାର ସଦସ୍ୟ ମନ୍ଦିରରେ ଆଶୀର୍ବାଦ ନେଉଥିବାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। । ପୁଷ୍ପାଷ୍ଟାରଙ୍କ ଏ ଭିଡିଓ  ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।  ସେହିପରି ଅଲ୍ଲି ଅର୍ଜୁନ ନିଜ ଇନଷ୍ଟାରେ ଆଉ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଅଲ୍ଲୁ ଓ ତାଙ୍କ ପତ୍ନୀ ଏବଂ ତାଙ୍କ ସନ୍ତାନ ମାନେ ଏକକେକ୍ ସାମ୍ନାରେ ଛିଡା ହୋଇଛନ୍ତି। ଫଟୋଟି ବେଶ୍ ଆକର୍ଷଣୀୟ ଲାଗୁଛି । ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ (Pushpa) ପୁଷ୍ପା ଦ ରାଇଜ୍ ବକ୍ସ ଅଫିସରେ ଜବରଦସ୍ତ ହିଟ୍ କରିଥିଲା । ସୁକୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ପୁଷ୍ପା ବକ୍ସ ଅଫିସ୍ ରେକର୍ଡ ଭାଙ୍ଗି ଥିଲା ।

୨୦୨୧ ଡିସେମ୍ବର ୧୭ରେ ପରଦାକୁ ଆସିଥିଲା ଫିଲ୍ମ ପୁଷ୍ପା । ଫିଲ୍ମଟି ବକ୍ସ ଅଫିସରେ ହିଟ୍ କରିଥିବା ବେଳେ ମୁଭିଟି ୧୭୦ -୨୦୦ କୋଟି ବଜେଟରେ ନିର୍ମାଣ ହୋଇଥିଲା। ବକ୍ସ ଅଫିସରେ ୩୫୫ ରୁ ୩୬୫ କୋଟି ରୋଜଗାର କରିଥିଲା। ଫିଲ୍ମର ମୁଖ୍ୟ ଭୂମିକାରେ ରହିଥିଲେ ଅଲୁ ଅର୍ଜୁନ (Allu Arjun) ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା । ଫିଲ୍ମର ନିର୍ଦ୍ଦେଶକ ଥିଲେ ସୁକୁମାର । ଫିଲ୍ମ 'ପୁଷ୍ପା' ର କାହାଣୀ ଆନ୍ଧ୍ରପ୍ରଦେଶର ପାହାଡରେ ନାଲି ଚନ୍ଦନ ଚୋରା ଚାଲାଣ ଉପରେ ଆଧାରିତ । ଏଥିରେ ଅଲୁ ଅର୍ଜୁନ 'ପୁଷ୍ପା' ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅଲୁ ଜଣେ ଚନ୍ଦନ ଚୋରା ଚାଲାଣକାରୀ ଭୂମିକାରେ ଅଭିନୟ କରିଥିଲେ।

ଏହାବି ପଢନ୍ତୁ : Drishyam 2 Teaser Out : ଫିଲ୍ମକୁ ନେଇ ବଡ ଖୁଲାସା କଲେ ଅଜୟ ଦେବଗନ

 

ତେବେ ଏ ଫିଲ୍ମର ଦ୍ବିତୀୟ ଭାଗ (Pushpa: The Rule -Part 2) ର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଲୋକମାନେ ମଧ୍ୟ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ, ଚଳିତ ବର୍ଷ ଡିସେମ୍ବରରେ ଫିଲ୍ମ ପୁଷ୍ପା ପାର୍ଟ ୨ (Pushpa: The Rule - Part 2) ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ,  ପୁଷ୍ପା ପାର୍ଟ ଟୁ ମଧ୍ୟ ବକ୍ସ ଅଫିସରେ ହିଟ କରିବ ବୋଲି ଆଶା ରଖିଛନ୍ତି  ଫିଲ୍ମର ଷ୍ଟାର କାଷ୍ଟ । ବର୍ତ୍ତମାନ ଅଲ୍ଲୁଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି। ଏଏ୨୧ (AA21) ଓ (ICON) ଆଇକନ ଭଳି ଫିଲ୍ମରେ ନଜର ଆସିବେ ଅଲ୍ଲୁ । ଅଲ୍ଲୁଙ୍କୁ ଏ ଦୁଇଟି ଫିଲ୍ମରେ ଲିଡ ରୋଲରେ ଦେଖିବାକୁ ମିଳିବ ।