Tanzanian Singer Kili Paul Attacked:ଇଣ୍ଟରନେଟ ଦୁନିଆର ଚର୍ଚ୍ଚିତ ଚେହେରା ତଥା ଆଫ୍ରିକୀୟ ଦେଶର ତାଞ୍ଜାନିୟା ଗାୟକ କିଲି ପଲ୍ ଙ୍କ ଉପରେ ହୋଇଛି ଅତର୍କିତ ଆକ୍ରମଣ। ପ୍ରାୟ ୫ ଜଣ ଅଜ୍ଞାତ ଆକ୍ରମଣକାରୀ ତାଙ୍କୁ ଛୁରୀ ମାଡ଼ କରିବା ସହ ବାଡିରେ ନିର୍ଘାତ ପଟିଛନ୍ତି।


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ବଲିଉଡ଼ ଗୀତ (Bollywood Song) ଗାଇ ଚର୍ଚ୍ଚାକୁ ଆସିଥିଲେ ଇଣ୍ଟରନେଟ ଦୁନିଆର ଚର୍ଚ୍ଚିତ ଚେହେରା (Internet Sensation) ତଥା ତାଞ୍ଜାନିୟା ଗାୟକ (Tanzanian Singer) କିଲି ପଲ୍ (Kili Paul)। ନିଜ ଉପରେ ହୋଇଥିବା ଆକ୍ରମଣ ବାବଦରେ ସେ ତାଙ୍କ ସୋସିଆଲ ମିଡି଼ଆ ହ୍ୟାଣ୍ଡେଲ ଇନଷ୍ଟଗ୍ରାମ ଜରିଆରେ ଜଣାଇଛନ୍ତି।  


ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଲୋକେ ମୋତେ ତଳେ ପକାଇ ଦେବାକୁ ଚାହୁଁଛନ୍ତି ମାତ୍ର ଭଗବାନ ମୋତେ ଉପରକୁ ନେଇଯିବେ। ମୋ ପାଇଁ ପ୍ରାର୍ଥନା କର।" ଆକ୍ରମଣ ପରେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରାଯାଇଛି।


ମୋ ଉପରେ ୫ ଅଜ୍ଞାତ ଲୋକ ଆକ୍ରମଣ କରିଥିଲେ। ଏହି ଘଟଣାରେ ଡାହାଣ ହାତ ଆଙ୍ଗୁଠି କୁ ଗଭୀର ଆଘାତ ଲାଗିଛି। ଆକ୍ରମଣକାରୀ ମୋତେ ଛୁରମାଡ଼ କରିବା ସହ ବାଡ଼ିରେ ପିଟିଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ମୁଁ ଆକ୍ରମଣକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ପିଟିଥିଲି। ମୋର ପାଲଟା ଆକ୍ରମଣ ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ପଳାୟନ କରିଥିଲେ। ଏହି ଆକ୍ରମଣ ପାଇଁ ମୋ ଶରୀରରେ ପାଞ୍ଚଟି ଷ୍ଟିଚ୍ ପଡ଼ିଛି। 


ଗତ ଫେବୃଆରୀ ମାସରେ ତାଞ୍ଜନିଆସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ (Indian High Commission in Tanzania) ପକ୍ଷରୁ ଇଣ୍ଟରନେଟ ଦୁନିଆର ଚର୍ଚ୍ଚିତ ଚେହେରା କିଲି ପଲ୍ ଙ୍କୁ ସମ୍ମାନିତ କରିଥିଲେ ସଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ ପ୍ରଧାନ (Indian Diplomat Binaya Pradhan)।