Ujjain Mahakaleshwar Temple: ବଲିଉଡ ଅଭିନେତ୍ରୀ ଜାନଭି କପୁର ଏବଂ ଶିଖର ପହଡିଆ (shikhar pahariya) ଉଭୟ ଡେଟିଂ କରୁଥିବା ଗୁଜବକୁ ନେଇ କିଛି ଦିନ ହେବ ହେଡଲାଇନରେ ରହିଛନ୍ତି। ସୋମବାର ଅଭିନେତ୍ରୀ ଉଜୈନର ମହାକାଳ ମନ୍ଦିରରେ ବାବାଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ବୟଫ୍ରେଣ୍ଡ୍ ଶିଖର ପହଡିଆ ମଧ୍ୟ ତାଙ୍କ ସହିତ ଦର୍ଶନ କରୁଥିବାର ନଜର ଆସିଥିଲେ। ଫିଲ୍ମ 'ଧଡକ'ରୁ ବଲିଉଡରେ ଡେବ୍ୟୁ କରିଥିବା ଜାନଭୀ କପୁରଙ୍କ ସହ ତାଙ୍କ ପ୍ରେମିକ ଶିଖର ପହଡିଆ ଓ 'ଜୱାନ' ନିର୍ଦ୍ଦେଶକ ଅଟଲେ (jawan director atlee) ମଧ୍ୟ ଉଜୈନର ମହାକାଳେଶ୍ୱର ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ। ଇଭେଣ୍ଟ ହେଉ କିମ୍ବା ପାର୍ଟୀ ହେଉ, ଜାନଭି ଏବଂ ଶିଖର ପ୍ରାୟତଃ ଏକାଠି ନଜର ଆସିଥାନ୍ତି ।


COMMERCIAL BREAK
SCROLL TO CONTINUE READING

ଜାନଭୀ କପୁର-ଶିଖର ପହଡିଆ ମହାକାଳଙ୍କୁ ଦର୍ଶନ କଲେ


ଜାନଭୀ କପୁର (janhvi kapoor) ଏବଂ ତାଙ୍କ ପ୍ରେମିକ ଶିଖର ପହଡିଆ ଉଜୈନର ମହାକାଳ ମନ୍ଦିରରେ ଏକାଠି ପୂଜା କରୁଥିବା ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ଯାହା କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫଟୋଗୁଡ଼ିକରେ ଶିଖର ଧଳା ପୋଷାକ ପିନ୍ଧିଥିବା ବେଳେ ଅଭିନେତ୍ରୀ ଗୋଲାପୀ ରଙ୍ଗର ଶାଢ଼ୀରେ ନଜର ଆସିଛନ୍ତି। ଅଭିନେତ୍ରୀ ଜାନଭୀ କପୁରଙ୍କ ସାଧା ସିଧା ଶାଢ଼ୀ ଲୁକକୁ ଲୋକମାନେ ବହୁତ ପସନ୍ଦ କରନ୍ତି ।


ଜାନଭୀ କପୁର ଭକ୍ତିରେ ବ୍ୟସ୍ତ ଥିବା ଦେଖା ଯାଇଥିଲେ


ଜାନଭୀ କପୁର ଏବଂ ଶିଖର ପହଡିଆଙ୍କ ସହ 'ଜୱାନ' ନିର୍ଦ୍ଦେଶକ ଅଟଲେ ମଧ୍ୟ ଉଜୈନର ମହାକାଳ ମନ୍ଦିର ବୁଲି ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜାନଭୀ-ଶିଖରଙ୍କ ଭିଡିଓ ଏବଂ ଫଟୋରେ ଅଟଲେଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଜାନଭୀ କପୁର-ଶିଖର ପାହାଡିଆ ମନ୍ଦିରରେ ବସି ଭଗବାନ ଶିବଙ୍କ ଭକ୍ତିରେ ବ୍ୟସ୍ତ ଥିବା ଦେଖିବାକୁ ମିଳିବ।


ଜାନଭି କପୁରଙ୍କ ୱାର୍କଫ୍ରଣ୍ଟ


ନିକଟରେ ଜାନଭୀ କପୁର ବରୁଣ ଧୱନଙ୍କ ସହ ଫିଲ୍ମ 'ବୱାଲ'ରେ ନଜର ଆସିଥିଲେ। ଏହା ବ୍ୟତୀତ ଅଭିନେତ୍ରୀ 'ମିଲି', 'ଗୁଡଲକ୍ ଜେରୀ', 'ଗୁଞ୍ଜନ ସକ୍ସେନା: ଦି କାର୍ଗିଲ୍ ଗର୍ଲ' ଭଳି ଚଳଚ୍ଚିତ୍ର ମାଧ୍ୟମରେ ଅନେକ ନାମ ଅର୍ଜନ କରିଥିଲେ। ଜାନକୀ କପୁର ଖୁବ୍ ଶୀଘ୍ର ରାଜକୁମାର ରାଓଙ୍କ ସହ 'ମିଷ୍ଟର ଆଣ୍ଡ ମିସେସ'ରେ ନଜର ଆସିବେ। ଶରଣ ଶର୍ମାଙ୍କ ନିର୍ଦ୍ଦେଶିତ ତଥା କରଣ ଜୋହରଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ୧୯ ଏପ୍ରିଲ ୨୦୨୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ ସେ ଏକ ତେଲୁଗୁ ଚଳଚ୍ଚିତ୍ର 'ଦେବରା'ର ମଧ୍ୟ ସୁଟିଂରେ ବ୍ୟସ୍ତ ଅଛନ୍ତି।


Also Read- ଦଙ୍ଗାରେ ପୁଅର ମୃତ୍ୟୁ, ବିଜେପିରୁ ଟିକେଟ ପାଇ ୭ ଥର ବିଧାୟକଙ୍କୁ କଲେ ପରାସ୍ତ; ଶ୍ରମିକ ଇଶ୍ୱର ସାହୁଙ୍କ କାହାଣୀ


Also Read- ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ୍‍ରୁ ସୁଲତା ଆଉଟ୍‍, ସସ୍ମିତ ପାତ୍ରଙ୍କୁ ପୁଣି ସୁଯୋଗ