ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଏସ. ଏସ. ରାଜାମୌଲୀଙ୍କ ଫିଲ୍ମ RRR ରୁପେଲି ପରଦାରେ ରିଲିଜ ହେବାର ପ୍ରଥମ ଦିନରେ ହିଁ ଇତିହାସ ରଚିଛି। ଫିଲ୍ମଟି ପ୍ରଥମ ଦିନରୁ ହିଁ ଆୟର ସମସ୍ତ ରେକର୍ଡ ଭାଙ୍ଗି ଧ୍ୱସ୍ତ କରିଦେଇଛି। ଏହାର ପ୍ରଥମ ଦିନ ୱାର୍ଲ୍ଡ ୱାଇଲ୍ଡ କଲେକ୍ସନ ହେଉଛି ୨୫୭ କୋଟି ୧୫ ଲକ୍ଷ ଟଙ୍କା। ଚଳଚ୍ଚିତ୍ର ସମୀକ୍ଷକମାନେ ଏହାକୁ ପ୍ରଥମ ଦିନରୁ ଏତେ ପରିମାଣର ଆୟ କରିଥିବା ପ୍ରଥମ ଭାରତୀୟ ଫିଲ୍ମର ମାନ୍ୟତା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଜୁନିଅର ଏନଟିଆର ଏବଂ ରାମଚରଣ ଅଭିନୀତ RRR ଙ୍କ ହିନ୍ଦୀ ଡବିଂ ସଂସ୍କରଣ ଘରୋଇ ବକ୍ସ ଅଫିସରେ ଆୟ କରିଛି ୧୮ କୋଟି। ଏହାକୁ ଆମେରିକାରେ ବି ବେଶ୍ ଭଲ ରେସପନ୍ସ ମିଳୁଛି। ୨୫ ମାର୍ଚ୍ଚରେ ରିଲିଜ ହୋଇଥିବା ଏହି ଫିଲ୍ମରେ ବଲିଉଡ୍ ତାରକା ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ମଧ୍ୟ ଅଭିନୟ କରିଛନ୍ତି। RRRକୁ ଫିଲ୍ମ ସମୀକ୍ଷକମାନେ ବେଶ୍ ଭଲ ରେଟିଂ ଦେଇଛନ୍ତି।


ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ନଜର ରଖିଥିବା ସମୀକ୍ଷକ ମନୋବାଲା ବିଜୟବାଲନ ଟ୍ୱିଟ୍ କରି କୁହନ୍ତି, ପ୍ରଥମ ଦିନ ୨୫୭.୧୫ କୋଟି କଲେକ୍ସନ କରି ୱାର୍ଲ୍ଡ ୱାଇଡ୍ ବକ୍ସ ଅଫିସ ରେକର୍ଡ କରିଛି ଏହି ଫିଲ୍ମ। ଚଳଚ୍ଚିତ୍ର ସମୀକ୍ଷକ ରମେଶ ବାଲା କୁହନ୍ତି, RRRର ହିନ୍ଦୀ ଡବିଂ ଭର୍ସନ ଶୁକ୍ରବାର (୨୫ ମାର୍ଚ୍ଚ) ପ୍ରଥମ ଦିନ ୧୮ କୋଟି ଆୟ କରିଛି। ସେ ଏକ ଟ୍ୱିଟ୍ ଜରିଆରେ ସୂଚାଇଛନ୍ତି, ପ୍ରଥମ ଦିନରେ ହିଁ ଫିଲ୍ମଟି ୨୩.୩ କୋଟିର ସର୍ବକାଳୀନ ରେକର୍ଡ କରିଛି। ତେଲୁଗୁଭାଷୀ ରାଜ୍ୟରେ ଫିଲ୍ମର ପ୍ରଥମ ଦିନର ଆୟ ୧୦୦ କୋଟି ଟଙ୍କାରୁ ଅଧିକ ହୋଇଛି।


ଆଉ ଏକ ଟ୍ୱିଟରେ ବାଲା କହିଛନ୍ତି, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ମଧ୍ୟ ଏହି ଚଳଚ୍ଚିତ୍ରକୁ ଭଲ ରେସପନ୍ସ ମିଳିଛି। ପ୍ରଥମ ଦିନ ଅଷ୍ଟ୍ରେଲିଆରେ ମୋଟ ଆୟ ୭,୦୨,୪୮୦ ଡଲାର ବା ଭାରତୀୟ ମୁଦ୍ରାରେ ୫ କୋଟି ୩୫ ଲକ୍ଷ ୮୩ ହଜାର ଟଙ୍କା ହୋଇଛି। ସେପଟେ ନ୍ୟୁଜିଲାଣ୍ଡରେ ୬୯,୭୪୧ ଡଲାର ବା ଭାରତୀୟ ମୁଦ୍ରାରେ ୫୩ ଲକ୍ଷ ୨୦ ହଜାର ଟଙ୍କା ଆୟ କରିଛି। ଏହାଛଡ଼ା ଫିଲ୍ମ ସମୀକ୍ଷକ ତରନ ଆଦର୍ଶ କୁହନ୍ତି, ଆମେରିକାରେ RRR ସ୍କ୍ରିନିଂରୁ ୩.୧ ମିଲିୟନ ଡଲାର ବା ୨୩ କୋଟି ୬୪ ଲକ୍ଷ ୫୬ ହଜାର ଟଙ୍କାରୁ ଅଧିକ ଆୟ କରିଛି।


ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, RRR ହେଉଛି ଏକ ଫିକ୍ସନ ଆଧାରିତ ସିନେମା, ଯାହା ତେଲୁଗୁ ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ ଜୀବନ ଉପରେ ଆଧାରିତ। ଏଥିରେ ରାମଚରଣ ଅଲ୍ଲୁରୀ ସୀତାରାମ ରାଜୁ ଏବଂ ଜୁନିଅର ଏନଟିଆର କୋମାରାମ ଭୀମ ଭୂମିକାରେ ନଜର ଆସିଛନ୍ତି। RRRର ବଜେଟ୍ ହେଉଛି ୪୫୦ କୋଟି ଟଙ୍କା। ଏସ. ଏସ. ରାଜାମୌଲୀଙ୍କ ଫିଲ୍ମ 'ବାହୁବଳୀ'କୁ ମଧ୍ୟ ଦର୍ଶକ ଏହିପରି ହୃଦୟଖୋଲା ଭଲପାଇବା ଦେଇଥିଲେ।


Also Read: ରବିବାର ଇସଲାମାବାଦ ରାଲିରେ ଇସ୍ତଫା ଦେଇପାରନ୍ତି ଇମ୍ରାନ ଖାନ


Also Read: The Kashmir Filesକୁ ଟକ୍କର ଦେବ ଏହି ଫିଲ୍ମ! ୩୨,୦୦୦ ଝିଅଙ୍କ ଉପରେ ଆଧାରିତ ଲୋମହର୍ଷଣକାରୀ ସତ କାହାଣୀ