Crime News: ୩୫ ବସ୍ତା କଇଁଛ ଜବତ, ୨ଜଣ ଗିରଫ
Advertisement
Article Detail0/zeeodisha/odisha2453593

Crime News: ୩୫ ବସ୍ତା କଇଁଛ ଜବତ, ୨ଜଣ ଗିରଫ

କଇଁଛ ବୋଝେଇ ଗାଡ଼ିଟି ସମ୍ପର୍କରେ ସୂଚନା ପାଇବା ପରେ  ଚିତ୍ରକୋଣ୍ଡା ରେଞ୍ଜର ବନମାଳୀ ନାୟକ ଏକ ସ୍ପେଶାଲ୍ ଟିମ୍ ଗଠନ କରିଥିଲେ। ଆଜି ଦ୍ୱିପ୍ରହର ସମୟରେ ରାଜୁଲକୋଣ୍ଡାଠାରେ ପଇଁତରା ମାରୁଥିଲା ଟିମ୍ । 

Crime News: ୩୫ ବସ୍ତା କଇଁଛ ଜବତ, ୨ଜଣ ଗିରଫ

Crime News: ଗୋଟିଏ କି ଦୁଇଟି ବସ୍ତା ନୁହେଁ ପୁରା ୩୫ ବସ୍ତା କଇଁଛ ରହିଥିବା ଏକ ପିକ୍‌ ଅପ୍ ଭ୍ୟାନ୍କୁ ଜବତ କରାଯାଇଛି । ଆନ୍ଧ୍ରପ୍ରଦେଶର ନରସିଂହପାଟଣାରୁ ମାଲକାନଗିରିର କାଲିମେଳାକୁ ଚାଲାଣ ସମୟରେ ଉକ୍ତ ପିକ୍‌ ଅପ୍ ଭ୍ୟାନ୍କୁ ଧରିଛି ବନବିଭାଗ ଟିମ୍ ।

କଇଁଛ ବୋଝେଇ ଗାଡ଼ିଟି ସମ୍ପର୍କରେ ସୂଚନା ପାଇବା ପରେ  ଚିତ୍ରକୋଣ୍ଡା ରେଞ୍ଜର ବନମାଳୀ ନାୟକ ଏକ ସ୍ପେଶାଲ୍ ଟିମ୍ ଗଠନ କରିଥିଲେ। ଆଜି ଦ୍ୱିପ୍ରହର ସମୟରେ ରାଜୁଲକୋଣ୍ଡାଠାରେ ପଇଁତରା ମାରୁଥିଲା ଟିମ୍ । ସେହି ସମୟରେ ଉକ୍ତ ରାସ୍ତାରେ କଇଁଛ ବୋଝେଇ ଗାଡ଼ିକୁ ଜବତ କରିବାରେ ସଫଳ ହୋଇଥିଲା ବନ ବିଭାଗର ଏହି ସ୍ପେଶାଲ ଟିମ । ଜବତ ପିକଅପ ଭ୍ୟାନରେ ଆନ୍ଧ୍ର ପ୍ରଦେଶର ନମ୍ବର ରହିଥିବା ସୂଚନା ମିଳିଛି ।  ଯାଞ୍ଚ କରିବା ପରେ ସେଥିରୁ ୧ ଟନ୍ କଇଁଛକୁ ୩୫ଟି ବସ୍ତାରେ ଭର୍ତ୍ତୀ କରାଯାଇଥିବା ଦେଖିବାକୁ ମିଳିଥିଲା । ଚିତ୍ରକୋଣ୍ଡା ବନାଞ୍ଚଳର ସ୍ପେଶାଲ ଟିମ ଘଟଣାରେ ୨ଜଣଙ୍କୁ ଗିରଫ କରିଛି । ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Also Read- Crime News: ଅଲିମ ନାମକ ଯୁବକ ଆନନ୍ଦ ସାଜି ପ୍ରେମ ଜାଲରେ ଫସାଇଲା, ମିଳିଲା ଏହି ସଜା

Also Read- Ollywood News: ସିନେମା 'ଖୋକା ଭାଇ ତମ ପାଇଁ' ସୁଟିଂ ସେଟରେ ଚାଲିଥିଲା ଏମିତି କିଛି