Kanagana Ranaut, ନୂଆଦିଲ୍ଲୀ: ନିଜର ବେବାକ୍ ଅନ୍ଦାଜ ପାଇଁ ଅଭିନେତ୍ରୀ କଙ୍ଗନା ରଣାୱତ ଖୁବ ଚର୍ଚ୍ଚିତ। ମନୋରଞ୍ଜନ ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ ସେ ନିଜର ମତାମତ ରଖନ୍ତି। ଅନେକ ସମୟରେ ତାହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା। ସେଥିପାଇଁ ତାଙ୍କୁ କିଛି ଲୋକ କଣ୍ଟ୍ରୋଭର୍ସିଆଲ କ୍ୱିନ୍ ବୋଲି କୁହନ୍ତି। ଟ୍ୱିଟର ଓ କଙ୍ଗନାଙ୍କ ଅହି ନକୁଳ ସମ୍ପର୍କ ବିଷୟରେ କିଏ ବା ନ ଜାଣେ। ଏବେ ପୁଣି ଥରେ କଙ୍ଗନା ସେହି ଟ୍ୱିଟରକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଦୁଇ ଦିନ ତଳେ ଟେସଲା ମାଲିତ ଏଲୋନ ମସ୍କ, ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି। ଏହାପରେ  ପରାଗ ଅଗ୍ରୱାଲଙ୍କୁ ସିଇଓ ପଦବୀରୁ ହଟାଯାଇଛି। କେବଳ ପରାଗ ନୁହଁ କମ୍ପାନୀର ଆଉ କିଛି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ବିଦା କରାଯାଇଛି। ଏବେ ଟ୍ୱିଟରରେ ଏକ ବଡ ଧରଣର ଛଟେଇ ହେବ ବୋଲି ରିପୋର୍ଟ ଆସିଛି। ତେବେ ମସ୍କଙ୍କ ଟ୍ୱିଟର ଅଧିଗ୍ରହଣ ଓ ପରାଗ ଅଗ୍ରୱାଲଙ୍କ ଚାକିରି ଗଲା ପରେ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଅଭିନେତ୍ରୀ ଦାବି କରିଛନ୍ତି ଯେ, ଟ୍ୱିଟରର ପୂର୍ବତନ ମୁଖ୍ୟଙ୍କ ଖରାପ ଦିନ ବିଷୟରେ ସେ ବହୁ ସମୟ ଆଗରୁ ଭବିଷ୍ୟବାଣୀ କରିଥିଲେ। 


Also Read: Bharat Jodo Yatra: ତେଲେଙ୍ଗାନାରେ ଅଚାନକ୍ 'ଗିଅର' ବଦଳାଇଲେ ରାହୁଲ ଗାନ୍ଧି, ଛାନିଆ ହୋଇଗଲେ ସୁରକ୍ଷାକର୍ମୀ


 


ଅଭିନେତ୍ରୀ ଶନିବାର କହିଛନ୍ତି, "ସକାଳୁ ଟ୍ରେଣ୍ତ କରୁଛି, ମୁଁ ବହୁ ପୂର୍ବରୁ କହିଥିଲି ଯେ, ଟ୍ୱିଟରର ପୂର୍ବ ମୁଖ୍ୟମାନଙ୍କର ଖରାପ ଦିନ ଆସୁଛି। ମୋର ଆଉ ଏକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ଲୋକମାନେ ମୋର ଦୃଷ୍ଟିକୁ ଏକ୍ସ-ରେ ବୋଲି କୁହୁଛନ୍ତି। କିଛି ଲୋକ ଏହାକୁ ଅଭିଶାପ ତ, ଆଉ କିଛି ଗୁଣିଗାରେଡି ବୋଲି କୁହନ୍ତି। କିନ୍ତୁ ଆମେ କେବେଯାଏଁ ଏହିସବୁ କହି କୌଣସି ମହିଳାଙ୍କ ବୁଦ୍ଧିମତାକୁ ଖାରଜ କରୁଥିବା।" ଏହା ବ୍ୟତୀତ ସେ, ହିମାଚଳ ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବା ମଧ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଯଦି ସରକାର ସୁଯୋଗ ଦିଅନ୍ତି ତେବେ ସେ ପ୍ରତିଦ୍ୱନ୍ଦିତା କରିବେ। ତେବେ ତାଙ୍କର ଏହି କଥାରୁ ସ୍ପଷ୍ଟ ହେଉଛି ଯେ, ସେ ବିଜେପିରେ ଯିବାକୁ ଆଗ୍ରହ ଅଛନ୍ତି।


କୃଷକ ଆନ୍ଦୋଳନ ଆରମ୍ଭରୁ କଙ୍ଗନା ରଣାୱତ (Kangana Ranaut) ନିଜର ଟ୍ୱିଟକୁ ନେଇ ବିବାଦରେ ରହୁଥିଲେ। ଗତ ୨୦୨୧ରେ ହୋଇଥିବା ୫ ରାଜ୍ୟର ନିର୍ବାଚନରେ ମଧ୍ୟ ସେ ଖୁଲମଖୁଲା ବିଜେପି ତଥା ମୋଦି ସରକାର (Modi Govt) ଙ୍କ ସମର୍ଥନ କରିଥିଲେ। ନିର୍ବାଚନ ସମୟରେ ଓ ଫଳାଫଳ ବାହାରିବା ପରେ କଙ୍ଗନା ଲଗାତାର ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ କରୁଥିଲେ। ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସା (West Bengal Violance) କୁ ନେଇ କଙ୍ଗନା କିଛି ବିବାଦୀୟ ଟ୍ୱିଟ୍ କରିଥିଲେ। ଯାହାପରେ ଅଭିନେତ୍ରୀଙ୍କ ଟ୍ୱିଟର ଆକାଉଣ୍ଟରୁ ସ୍ଥାୟୀ ରୂପେ ବନ୍ଦ କରାଯାଇଛି। ତେବେ ଏବା ପୂର୍ବରୁ ଏକାଧିକ ବାର କଙ୍ଗନାଙ୍କ ଆକାଉଣ୍ଟକୁ ଟ୍ୱିଟର ସସ୍ପେଣ୍ଟ କରିଥିଲା।


Also Read: Kangana Ranuat: ୨୦୨୪ ନିର୍ବାଚନ ଲଢ଼ିବେ କି କଙ୍ଗନା? ଅଭିନେତ୍ରୀ ଦେଲେ ଏହି ଜବାବ


ନିଜ ଟ୍ୱିଟର ଆକାଉଣ୍ଟ ବନ୍ଦ ହେବା ପରେ କଙ୍ଗନା କହିଥିଲେ, 'ଟ୍ୱିଟର ମୋର ଏହି କଥାକୁ ନେଇ ପୁଣି ପ୍ରମାଣିତ କରିଛି ଯେ, ସେ ଆମେରିକୀୟ। ଆମେରିକୀୟମାନେ ଜନ୍ମରୁ ଶ୍ୟାମଳ ଲୋକଙ୍କୁ ନିଜର ଗୋଲାମ କରିବା ମାନସିକତା ରଖନ୍ତି। ସେମାନେ କୁହୁଛନ୍ତି କି, ଆପଣ କଣ କାମ କରିବେ, କଣ ଚିନ୍ତା କରିବେ ଅଥବା କଣ କହିବେ। ସ୍ୱଭାଗ୍ୟବଶତଃ ମୋ ପାଖରେ ଅନେକ ବିକଳ୍ପ ଅଛି, ଯାହା ମାଧ୍ୟମରେ ମୁଁ ମୋର ସ୍ୱର ଉଠାଇବା ସହ ଫିଲ୍ମର ପ୍ରଚାର କରିପାରିବି।'