Zwigato collection: ନିକଟରେ ବଡ଼ ପରଦାରେ ରିଲିଜ ହୋଇଯାଇଛି କମେଡ଼ି କିଙ୍ଗ କପିଲ ଶର୍ମାଙ୍କ(Comedy king kapil Sharma) ଫିଲ୍ମ ‘ଜିଗୋଟୋ’ । ସବୁବେଳେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା କପିଲ ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ନଜର ଆସିଥିଲେ । ତେବେ ଫିଲ୍ମଟି ବକ୍ସ ଅଫିସରେ କିଛି ଖାସ ପ୍ରଦର୍ଶନ କରିପାରିନାହିଁ । ଏଥି ମଧ୍ଯରେ ଫିଲ୍ମ ଅଭିନେତା ତଥା ନିଜକୁ ଫିଲ୍ମ କ୍ରିଟିକ୍ସ କୁହୁଥିବା କମଲ ଆର. ଖାନ୍ ମଙ୍ଗଳବାର ଦିନ କପିଲଙ୍କ ଅଭିନୀତ ଫିଲ୍ମ ଜିଗୋଟୋ ମାତ୍ର ୭୫୦୦ଟଙ୍କା କଲେକ୍ସନ କରିଥିବା କହିଛନ୍ତି । ଖାଲି ଏତିକି ନୁହେଁ ଏଥିଲାଗି ସେ ପୂରା ଟିମକୁ ଶୁଭେଚ୍ଛା ମଧ୍ଯ ଜଣାଇଥିବା ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

କେଆରକେ(KRK) ସବୁବେଳେ ବଲିଉଡ଼ ଫିଲ୍ମ ଓ ସେଲିବ୍ରେଟିଙ୍କ ଉପରେ ନିଜର ମନ୍ତବ୍ୟ ଦେଇଥାଆନ୍ତି । ଏଥିଲାଗି ଅନେକ ସମୟରେ ସେ ବିବାଦରେ ଫସିବା ସହ  ଫ୍ୟାନ୍ସ ମାନଙ୍କ ଟ୍ରୋଲର ମଧ୍ଯ ଶିକାର ହୋଇଥାଆନ୍ତି । ତେବେ ନିକଟରେ କେଆରକେ କପିଲଙ୍କ ଫିଲ୍ମ ‘ଜିଗୋଟୋକୁ’ ନେଇ ଏକ ଟ୍ବଟ କରିଥିଲେ । ନିଜ ଟ୍ବଟର ଆକାଉଣ୍ଟରୁ ଟ୍ବଟ କରି କେଆରକେ ଲେଖିଥିଲେ ଯେ, କପିଲ ଶର୍ମାଙ୍କ ଅଭିନୀତ ଫିଲ୍ମ ଜିଗୋଟୋ ଇତିହାସ ସୃଷ୍ଟି କରିଛି । ଫିଲ୍ମ ‘ଜିଗୋଟୋ’ (Zwigato) ମଙ୍ଗଳବାର ଦିନ ୭୫୦୦ ଟଙ୍କା ବକ୍ସ ଅଫିସ କଲେକ୍ସନ୍ କରିଛି । ଖାଲି ଏତିକି ନୁହେଁ, କେଆରକେ ଏନେଇ ପୂରା ଟିମକୁ ଶୁଭେଚ୍ଛା ମଧ୍ଯ ଜଣାଇଥିଲେ । ଏହାସହ ସେ ଏକ ଫନି ଇମୋଜି ମଧ୍ଯ ଦେଇଥିଲେ । ଅଭିନେତାଙ୍କ ଏହି ଟ୍ବଟଟି ବେଶ ଭାଇରାଲ ହେବାରେ ଲାଗିଛି । ଏଥିରେ ୟୁଜର୍ସଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ଯ ଦେଖିବାକୁ ମିଳିଛି । କପିଲ ଶର୍ମାଙ୍କ ଜିୱିଗାଟୋର ବକ୍ସ ଅଫିସ୍ କଲେକ୍ସନ୍ ବିଷୟରେ(zwigato box office collection) କହିବାକୁ ଗଲେ ଫିଲ୍ମ ପ୍ରଥମ ଦିନରେ ୦.୪୩ କୋଟି ରୋଜଗାର କରିଥିଲା ​​। ଶନିବାର ଓ ରବିବାର ଦିନ ସଂଖ୍ୟାରେ ବୃଦ୍ଧି ଘଟିଥିବା ହେତୁ ଏହି ସପ୍ତାହ ଶେଷରେ ଫିଲ୍ମଟି ପ୍ରାୟ ୧.୮୪ କୋଟି ରୋଜଗାର କରିଥିଲା ​​। ଅନ୍ୟପକ୍ଷରେ, ଚତୁର୍ଥ ଦିନରେ ଫିଲ୍ମଟି ମାତ୍ର ୦.୨୫ କୋଟି ରୋଜଗାର କରିଥିଲା, ଯାହା ପରେ ଫିଲ୍ମର ମୋଟ ସଂଗ୍ରହ ୨.୦୯ କୋଟି ହୋଇଛି। 


ଏହାମଧ୍ଯ ପଢନ୍ତୁ-Shah Rukh Khan: କିଙ୍ଗ ଖାନଙ୍କ ପ୍ରଥମ ବନ୍ଧୁ ହେଉଛନ୍ତି ଏହି ବ୍ୟକ୍ତି, ଯିଏ ବିପଦରେ ସବୁବେଳେ ତାଙ୍କ ପାଖରେ ହୋଇଥାନ୍ତି ଠିଆ


ଏହା ହେଉଛି କପିଲ ଶର୍ମାଙ୍କ ତୃତୀୟ ଚଳଚ୍ଚିତ୍ର ଅଟେ।  ଅନ୍ୟ ଦୁଇଟି ଚଳଚ୍ଚିତ୍ର ପରି ‘ଜିଗୋଟୋ’ ମଧ୍ୟ କିଛି ଖାସ ପ୍ରଦର୍ଶନ କରିପାରେ ନାହିଁ । କୋଭିଡ଼(Covid) ମହାମାରୀ ସମୟରେ ଡେଲିଭରୀ ବୟର(Delivery Boy)ସଂର୍ଘଷର କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ । ଏହି ପେଶା ପଛରେ ଥିବା ସଂର୍ଘଷର କାହାଣୀକୁ ଏହି ଫିଲ୍ମ ଜରିଆରେ ଲୋକଙ୍କ ନିକଟରେ ପ୍ରର୍ଦଶିତ କରାଯାଇଛି । ଏହି ପେଶାରେ ଥିବା ଲୋକଙ୍କୁ କେଉଁ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ତାହାକୁ ଏଥିରେ ଦର୍ଶାଯାଇଥିଲା । ଚଳଚ୍ଚିତ୍ରର ଅଧିକାଂଶ ସୁଟିଂ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ କରାଯାଇଥିଲା। ବିଶେଷ କରି ପୁରୁଣା ଭୁବନେଶ୍ବର, ବିନ୍ଦୁସାଗର, ରାଜମହଲ ଏହି ସବୁ ଅଞ୍ଚଳରେ ଫିଲ୍ମର ହୋଇଥିବା ଦେଖିବାକୁ ମିଳିଛି ।