Shah Rukh Khan: କିଙ୍ଗ ଖାନଙ୍କ ପ୍ରଥମ ବନ୍ଧୁ ହେଉଛନ୍ତି ଏହି ବ୍ୟକ୍ତି, ଯିଏ ବିପଦରେ ସବୁବେଳେ ତାଙ୍କ ପାଖରେ ହୋଇଥାନ୍ତି ଠିଆ
Advertisement

Shah Rukh Khan: କିଙ୍ଗ ଖାନଙ୍କ ପ୍ରଥମ ବନ୍ଧୁ ହେଉଛନ୍ତି ଏହି ବ୍ୟକ୍ତି, ଯିଏ ବିପଦରେ ସବୁବେଳେ ତାଙ୍କ ପାଖରେ ହୋଇଥାନ୍ତି ଠିଆ

Shah Rukh Khan: କିଙ୍ଗଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ୍‌’ (Pathaan )। ବକ୍ସ ଅଫିସରେ ଜବରଦସ୍ତ ସଫଳତା ସାଉଁଟିଛି। ଯାହାକୁ ନେଇ ଅଭିନେତା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ତେବେ, ଏହାରି ଭିତରେ ଶାହାରୁଖଙ୍କ (Shah Rukh Khan) ଅନେକ ଭିଡିଓ ଓ ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Shah Rukh Khan: କିଙ୍ଗଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ୍‌’ (Pathaan )। ବକ୍ସ ଅଫିସରେ ଜବରଦସ୍ତ ସଫଳତା ସାଉଁଟିଛି। ଯାହାକୁ ନେଇ ଅଭିନେତା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ତେବେ, ଏହାରି ଭିତରେ ଶାହାରୁଖଙ୍କ (Shah Rukh Khan) ଅନେକ ଭିଡିଓ ଓ ରିଲ୍ସ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ,ଶାହାରୁଖ ଅଭିନେତା  ସଞ୍ଜୟ ଦତ୍ତଙ୍କୁ(sanjay dutt) ପ୍ରଶଂସା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେଉଛି। ଏହି ଭିଡିଓରେ  ଶାହରୁଖ ଖାନ ପ୍ରଶଂସକଙ୍କ ସହ ତାଙ୍କ ଜୀବନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ କଥା ବାଣ୍ଟୁଥିବା ନଜର ଆସିଛନ୍ତି। 

ଏକ ଟକ୍ ସୋ’ର  ଉଭୟ ଶାହରୁଖ(Shah Rukh Khan) ଓ ସଞ୍ଜୟ ଦତ୍ତ (sanjay dutt)  ସାମ୍ନାସାମ୍ନି ବସିଛନ୍ତି (Shah Rukh Khan first friend) । ସେଠାରେ କିଙ୍ଗଖାନ୍ କହିଛନ୍ତି ଯେ, ମୁଁ (Shah Rukh Khan) ଯେତେବେଳେ ମାୟାନାଗରୀ ମୁମ୍ବାଇକୁ ପ୍ରଥମେ ଆସିଥିଲେ । ସେତେବେଳେ ମୁମ୍ବାଇରେ ତାଙ୍କର ନିଜର ବୋଲି କେହି ନଥିଲେ। ସେହି ସମୟରେ ତାଙ୍କର ଜଣଙ୍କ ସହ ଝଗଡା ହୋଇଯାଇଥିଲା । ନୂଆ କରି କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ଶାହାରୁଖଙ୍କ ନିକଟରେ ପହଞ୍ଚିଥିଲେ ସଞ୍ଜୟ ଦତ୍ତ । ଏବଂ ଜିପକୁ ଓଲ୍ଲାଇ କିଙ୍ଗ ଖାନଙ୍କ କାନ୍ଧକୁ ଥାପୁଡେଇ ଦେଇଥିଲେ ସଞ୍ଜୟ ଆଉ କହିଥିଲେ। ଯିଏ ତୁମ ସହ ମୁମ୍ବାଇରେ ପଙ୍ଗା ନେବା ବା ତୁମ ସହ ଝଗଡା କରିବ ତୁମେ ମୋତେ କହିବ ବାସ୍ , ସଞ୍ଜୟଙ୍କ ମୁହଁରୁ ଏହି କଥା ଶୁଣି କାନ୍ଦି ପକେଇଥିଲେ ଶାହାରୁଖ୍ (Shah Rukh Khan)। ତେବେ, ସଞ୍ଜୟଙ୍କ ଏଇ କେଇପଦ କଥାକୁ ଆଜିବି ଭୁଲିପାରିନାହାଁନ୍ତି କିଙ୍ଗ ଖାନ୍ (Shah Rukh Khan)। ଏହି ଭିଡିଓରେ ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିଛନ୍ତି, ଯିଏ ଶାହାରୁଖଙ୍କ ଏହି କଥା ଶୁଣିବା ପରେ ହସୁଥିବାର ନଜର ଆସିଛନ୍ତି।

Also Read :  DJ Azex Death Case: ଡିଜେ ଆଜେକ୍ସଙ୍କୁ କରାଯାଇଛି ହତ୍ୟା, ମୃତ୍ୟୁର ରହସ୍ୟ ଖୋଲିବ WhatsApp Chat!

Also Read : Salman Khan : ସଲମାନଙ୍କ ସହ ଛାୟି ଭଳି ରହୁଥିବା ବଡ଼ିଗାର୍ଡ ଶେରାର ମାସିକ ଦରମା କେତେ? ଜାଣନ୍ତୁ

ଯଦି ଆମେ ଶାହାରୁଖ୍ ଖାନଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା । ତେବେ, କିଙ୍ଗ୍ ଖାନଙ୍କୁ ଫିଲ୍ମ ‘ଜଓ୍ବାନ’ରେ ଦେଖିବାକୁ ମିଳିବ। ଏଥିରେ ସଞ୍ଜୟ ଦତ୍ତ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଫିଲ୍ମ ‘ଜଓ୍ବାନ’ର ମୁଖ୍ୟ ଭୂମିକାରେ ଶାହରୁଖ ଖାନଙ୍କ ସହ ନାୟିକା ଭାବେ ନୟନଥାରା ନଜର ଆସିବେ। ଏହାସହ ଏହି ଫିଲ୍ମରେ ବିଜୟ ସେଥୁପଥିଙ୍କୁ ନେଗେଟିଭ୍‌ ଭୂମିକାରେ ମଧ୍ୟ ଅଭିନୟ କରିବେ। ହେଲେ ‘ଜଓ୍ବାନ’ରେ ଅଭିନୟ କରିବାକୁ ବିଜୟ କେତେ ଚାର୍ଜ କରିଛନ୍ତି ଆପଣ ଜାଣିଛନ୍ତି କି? ଏକ ରିପୋର୍ଟ ଅନୁଯାୟୀ, ବିଜୟ ‘ଜଓ୍ବାନ’ପାଇଁ ୨୧ କୋଟି ଟଙ୍କା ଚର୍ଚ୍ଚା କରିଥିବା ଜଣାପଡିଛି। ସୂଚନାନୁଯାୟୀ, ଫିଲ୍ମ ବିକ୍ରମରେ ବିଜୟଙ୍କୁ ଏକ ନେଗେଟିଭ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା। ଯାହାକୁ ଦେଖିବା ପରେ ବିଜୟଙ୍କ ପ୍ରଶଂସକ ବଢିଯାଇଛନ୍ତି। ଆଉ ଏହି ଫିଲ୍ମଟିକୁ ବହୁ ମାତ୍ରାରେ ଦର୍ଶକଙ୍କ ଭଲ ପାଇବା ମିଳିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ପ୍ରାୟ ୧୫୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିଥିବା ଜଣାପଡିଛି।