ନୂଆଦିଲ୍ଲୀ: କନ୍ନଡ ଫିଲ୍ମ ସୁପରଷ୍ଟାର ୟଶ  (Superstar Yash)ଙ୍କ ଜଲୱା ଏବେ ସାରା ଦୁନିଆରେ ଦେଖିବାକୁ ମିଳୁଛି । ନିକଟରେ ରିଲିଜ ହୋଇଥିବା ଫିଲ୍ମ କେଜିଏଫ ଚାପ୍ଟର ୨ (KGF Chaprer 2) ପ୍ରତ୍ୟେକ ଦିନ ସାରା ଦୁନିଆରେ ଧମାଲ କରୁଛି । ବକ୍ସ ଅଫିସରେ ସୁପରଷ୍ଟାର ୟଶଙ୍କ ସୁନାମୀ ଥମିବାର ନାଁ ନେଉନାହିଁ । ଏପ୍ରିଲ ୧୪ରେ ରିଲିଜ ହୋଇଥିବା ଏହି ଫିଲ୍ମ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରେକର୍ଡ ବ୍ରେକ୍ କରିବାରେ ଲାଗିଛି । ଏହା ଭିତରେ ୟଶଙ୍କ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି ।
 
ଏହି ଫିଲ୍ମ ବ୍ୟବସାୟ ମାମଲାରେ ସବୁ ରେକର୍ଡ ବ୍ରେକ୍ କରିଛି । ଏଥିସହିତ ଫିଲ୍ମଟି ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ , କେଜିଏଫ ଚାପ୍ଟର ୨ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେଉଛି । ସିନେମା ଘରେ ଦମଦାର ରେକର୍ଡ ସୃଷ୍ଟି କରିବା ପରେ ଏବେ  ଆମାଜନ ପ୍ରାଇମ ଭିଡିଓରେ ଦର୍ଶକ ୟଶଙ୍କ ସୁପରହିଟ୍ ଫିଲ୍ମ କେଜିଏଫ ଚାପ୍ଟର ୨( KGF Chaprer 2) ଦେଖିପାରିବେ ।ଆମାଜନ ପ୍ରାଇମ ଭିଡିଓରେ ୧୯୯ ଟଙ୍କାରେ ଏହି ଫିଲ୍ମ ଉପଲବ୍ଧ ଅଛି । ପ୍ରଶାନ୍ଥ ନୀଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୫ଟି ଭାଷାରେ ରିଲିଜ ହୋଇଛି । ହିନ୍ଦୀ , କନ୍ନଡ , ତାମିଲ , ତେଲୁଗୁ ଏବଂ ମଲୟାଲମ ଭାଷାରେ ରିଲିଜ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

Also Read: ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ ଟାର୍ଗେଟ କଲେ କଙ୍ଗନା ରାନାୱତ, କହିଲେ- ଏମାନେ ଲୁଚିଛପି ମୋତେ କଲ୍ କରି କୁହନ୍ତି...


ଉପଭୋକ୍ତା କେଜିଏଫ ଚାପ୍ଟର ୨ କୁ ପ୍ରାଇମ ଭିଡିଓରେ କେବଳ ୧୯୯ ଟଙ୍କାରେ ରେଣ୍ଟରେ   ଦେଖିପାରିବେ ।  ଏହି ଫିଲ୍ମକୁ  ପ୍ରାଇମଭିଡିଓରେ ରେଣ୍ଟରେ ନେବା ପରେ ଫିଲ୍ମ ଦର୍ଶକଙ୍କ ପାଖରେ କେବଳ ୩୦ ଦିନ ପର୍ଯ୍ୟନ୍ତ ରହିବ । ଆଉ ଯଦି ଥରେ ଫିଲ୍ମ ଦେଖିବା ଆରମ୍ଭ କଲେ ତେବେ ଏହି ଫିଲ୍ମକୁ ୪୮ ଘଣ୍ଟା ଭିତରେ ପୁରା ଦେଖିବା ଜରୁରୀ ।ପ୍ରଶାନ୍ଥ ନୀଲ (Prashanth Neel)ଙ୍କ ନିର୍ଦ୍ଦେଶିତ ଫିଲ୍ମ ସିନେମା ଘରେ ୧୪ ଏପ୍ରିଲରେ ରିଲିଜ ହୋଇଥିଲା । ରିଲିଜ ହେବା ମାତ୍ରେ ହିଁ ଏହି ଫିଲ୍ମ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ଖୁବ କମ୍ ଦିନରେ ହିଁ ଏହି ଫିଲ୍ମ ସାରା ବିଶ୍ୱରେ ୧୦୦୦ କୋଟି କ୍ଲବରେ ସାମିଲ ହୋଇଥିଲା ।


Also Read: ମାଆ ବନିବାକୁ ଯାଉଛନ୍ତି କଟ୍ରିନା ! ଭିକ୍କି କହିଲେ ସତ କଥା


ହିନ୍ଦୀ ବେଲ୍ଟରେ ଏହି ଫିଲ୍ମକୁ ଜବରଦସ୍ତ ରେସପନ୍ସ ମିଳିଛି । କେବଳ ହିନ୍ଦୀ ଭର୍ସନରେ କେଜିଏଫ ଚାପ୍ଟର ୨ ୪୨୭ କୋଟି ଟଙ୍କା ଆୟ କରିସାରିଲାଣି ।  ଏସଏସ ରାଜାମୌଲି (SS Rajamouli)ଙ୍କ ଆରଆରଆର (RRR) ହିନ୍ଦୀ ଭର୍ସନ ୫୦୦ କୋଟିରୁ ଅଧିକ ଆୟ କରିଥିଲା । ଏହି ଫିଲ୍ମରେ ସୁପରଷ୍ଟାର ୟଶ(Superstar Yash)ଙ୍କ  ସହ ଶ୍ରୀନିଧି ସେଟ୍ଟୀ , ସଞ୍ଜୟ ଦତ୍ତ , ରବୀନା ଟଣ୍ଡନ , ପ୍ରକାଶ ରାଜ୍ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।