Shocking: ମରାଠୀ ସିନେମାର ଜଣାଶୁଣା ଅଭିନେତ୍ରୀ ଭାଗ୍ୟଶ୍ରୀ ମୋଟେ (Bhagyashree Mote) ।  ସେ ତାଙ୍କ ସୁପରହିଟ୍ ଫିଲ୍ମ ପାଇଁ ଅଧିକାଂଶ ସମୟରେ ଲାଇମ ଲାଇଟରେ ରୁହନ୍ତି । ଫ୍ୟାନ୍ସ ଫଲୋଇଲିଂ ମଧ୍ୟ ଭାଗ୍ୟଶ୍ରୀଙ୍କର କିଛି କମ୍ ନାହାଁନ୍ତି । ଭାଗ୍ୟଶ୍ରୀ ମୋଟେଙ୍କ ଭଉଣୀ ମଧୁ ମାର୍କାଣ୍ତୟଙ୍କର (Madhu Markandeya dead)ମୃତ୍ୟୁ ଘଟିଛି । ଏହି ଖବର ଶୁଣି ଭାଗ୍ୟଶ୍ରୀ ଭାଙ୍ଗି ପଡିଛନ୍ତି । ତେବେ, ସବୁଠାରୁ ବଡ କଥା ହେଲା, କି ତାଙ୍କ ଭଉଣୀର ମୃତଦେହ ଉଦ୍ଧାର କରିଛି ପୋଲିସ (Madhu Markandeya dead)। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି । ଏହା ହତ୍ୟା ନା ଆତ୍ମହତ୍ୟା ଏ-ପର୍ଯ୍ୟନ୍ତ ସ୍ପଷ୍ଚ ହୋଇନି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ଭାଗ୍ୟଶ୍ରୀଙ୍କ ଭଉଣୀ ମଧୁଙ୍କର ମୃତଦେହ ମହାରାଷ୍ଟ୍ରର ପିମ୍ପରି ଚିଞ୍ଚୱାଡା (Pimpri Chinchwad)ରୁ ମିଳିଛି। ମଧୁଙ୍କ ମୃତ୍ୟୁ ସନ୍ଦେହ ଜନକ ବୋଲି ପୋଲିସ କହୁଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ତେବେ, ମଧୁଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କାହିଁକିନା ମଧୁଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟା ଦାଗ ରହିଛି । ଏହା ସହ ମୁହଁରେ ମଧ୍ୟ କଟା ଦାଗ ଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ,  ମଧୁ ତାଙ୍କର କିଛି ସାଙ୍ଗଙ୍କ ସହ ଓ୍ବକର୍ଡ (Wakad) ଅଞ୍ଚଳରେ କେକ୍ ତିଆରି ବ୍ୟବସାୟ କରନ୍ତି।  ଗତକିଛି ଦିନ ପୂର୍ବରୁ ସେ ନିଜ ସାଙ୍ଗମାନଙ୍କ ସହିତ ଏକ ଭଡାଘର ଦେଖିବାକୁ ଯାଇଥିଲେ। ସେହି ସମୟରେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇଲେ ଏବଂ ସେ ତଳେ ପଡିଯାଇଥିଲେ। ପରେ ମଧୁଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ମଧୁଙ୍କ ଚିକିତ୍ସା ହୋଇପାରି ନଥିଲା। ଏହା ପରେ ତାଙ୍କୁ ତୁରନ୍ତ ଯଶୱନ୍ତରାଓ ଚାଭାନ ମେମୋରିଆଲ ହସ୍ପିଟାଲକୁ (Yashwantrao Chavan Memorial Hospital)ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।


 




https://zeenews.india.com/hindi/zeeodisha/lifestyle/health-tips-neem-water-gives-all-these-benefits-in-chaitra-month-know-some-important-things/1608256


Also Read : Mysterious Sound: ପୁଣି ପ୍ରଚଣ୍ତ ଶବ୍ଦରେ ଥରିଲା ଓଡ଼ିଶାର ଏହି ୪ ଜିଲ୍ଲା, ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଲେ ଲୋକ


Also Read : Health Tips: ଚୈତ୍ର ମାସରେ ନିମ୍ବ ପାଣି ଦିଏ ଏହି ସବୁ ଫାଇଦା, ଜାଣି ରଖନ୍ତୁ କିଛି ଜରୁରୀ କଥା...


 


ମଧୁଙ୍କ ମୃତ୍ୟୁକୁ ନେଇ ଭାଙ୍ଗି ପଡିଛି ତାଙ୍କ ପରିବାର ।  ମଧୁଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ସନ୍ଦେହ କରୁଛନ୍ତି। ୱାକଡ ପୋଲିସ ଏ ବାବଦରେ ହଠାତ୍ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଏନେଇ ଭାବ ବିହ୍ବଳ ହୋଇ ଅଭିନେତ୍ରୀ ଭାଗ୍ୟଶ୍ରୀ ଭଉଣୀ ପାଇଁ ଏକ ପୋଷ୍ଟ ଇନଷ୍ଟାଗ୍ରାମରେ କରିଛନ୍ତି । ଏବଂ ତାଙ୍କ ଭଉଣୀ ସହ ତାଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି , 'ମୋ ଭଉଣୀ ଏହି ଦୁନିଆରୁ ବିଦାୟ ନେଇଛି। ତୁ ମୋ ପାଇଁ କ’ଣ ଥିଲୁ ମୁଁ କଦାପି ଶବ୍ଦରେ ପ୍ରକାଶ କରିପାରିବି ନାହିଁ । ତୁମେ ମୋର ମାଆ, ଭଉଣୀ, ବନ୍ଧୁ, ମୋର ଆତ୍ମବିଶ୍ୱାସ ।'