Ollywood News: ଅଭିନେତା ମନୋଜ ମିଶ୍ରଙ୍କ ଦ୍ୱିତୀୟ ବିବାହ ପରେ ଅନେକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ନିକଟରେ ମନୋଜଙ୍କ ପ୍ରଥମ ପତ୍ନୀ ମାନା ମିଶ୍ରଙ୍କ ପ୍ରତିକ୍ରିୟା ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇଥିଲୁ । ଏବେ ମନୋଜ ମିଶ୍ର ତାହାର ଉତ୍ତର ରଖିଛନ୍ତି ସୋସିଆଲ ମିଡିଆରେ । ମନୋଜ ଏବଂ ମାନାଙ୍କ ଔରସରୁ ଜନ୍ମିତ ଝିଅର ଫଟୋ ଅପଲୋଡ କରି ମନୋଜ ଲେଖିଛନ୍ତି ଯେ, ଭବ୍ୟା ମୁଁ ଜାଣିଛି ବର୍ତ୍ତମାନ ସମୟ ତୋ ପାଇଁ ବହୁତ୍ କଷ୍ଟକର ସମୟ, କିଛି ୟୁଟୁବର ତାଙ୍କ ଟିଆରପି ଚକ୍କରରେ ତୋ ମାର ଇଣ୍ଟରଭିୟୁ ନେଉଛନ୍ତି , ମୁଁ ଜାଣିଛି ତୁ ଆଉ ଟିକେ ବଡ଼ ହେଲେ ଏମାନଙ୍କୁ ଠିକ୍ ଜବାବ୍ ଦେବୁ । ଡୋଣ୍ଟ ୱରି ବେଟା ମୁଁ ଜଣେ ଅଭିନେତା ବୋଲି ଏତେ ସବୁ ଚର୍ଚ୍ଚା ଚାଲିଛି, କିନ୍ତୁ ମୁଁ ଜାଣିଛି ତୁ ମତେ, ତୋ ମାଠୁ ଅଧିକ ଭଲରେ ଜାଣିଛୁ ମୁଁ କେମିତିକା ମଣିଷ, ଏଇ ସମୟ ବି ପଳେଇବ। ଏଥିସହ ମନୋଜ ଲେଖିଛନ୍ତି ଯେ, ମୁଁ ସବୁବେଳେ ତୋ ସହ ଅଛି । ଆଇ ଲଭ୍ ୟୁ ଭବ୍ୟା ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖୁଛୁ ଯେ, ଅଭିନେତା ମନୋଜ ମିଶ୍ର ଏବଂ ମମତା ନନ୍ଦଙ୍କ ବିବାହ ପରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି ମନୋଜଙ୍କ ପ୍ରଥମ ପତ୍ନୀ ମାନା ମିଶ୍ର । ଗତକାଲି ମନୋଜ ଏବଂ ମମତା 'ସିନେମା ଆଇ ଲଭ ୟୁ 2' ଦେଖିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ସେହି ପ୍ରତିକ୍ରିୟାକୁ ପ୍ରଥମ ପତ୍ନୀ ମାନା ମିଶ୍ର ନିଜ ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି ଯେ, ଆରେ ବାରେ... ମୋର ଜବରଦସ୍ତ ଛାଡପତ୍ର ଦେଇଥିବା ସ୍ୱାମୀ ତମର ଚରିତ୍ର କଣ ମୁଁ ବହୁତ ଭଲରେ ଜାଣିଛି । ଫିଲ୍ମ I love u 2 ମୁଁ ବି ଦେଖିବି ପରେ କହିବି । କିନ୍ତୁ ତମେ ବମ୍ୱେରେ ଆଉ ପୁରା ଭୁବନେଶ୍ୱରରେ ଏକମାତ୍ର କୁଳକୁ ଉଦ୍ଧାର କରୁଥିବା ଜ୍ୟୋତି । ସୋସିଆଲ ମିଡିଆରେ ମାନା ଏବଂ ମନୋଜଙ୍କ ଝିଅ କେଉଁଠି ଅଛି ବୋଲି ଲୋକମାନେ ବିଭିନ୍ନ ଆଲୋଚନା କରୁଛନ୍ତି । ତାହାର ଉତ୍ତରରେ ମାନା କହିଛନ୍ତି ଯେ, ଏ ଚରିତ୍ରହୀନ ପୁରୁଷ ଆଉ ଚରିତ୍ରହୀନ ନାରୀଙ୍କ ପାଖରେ ମୋ ଝିଅ କେବେ ରହିଲା ରେ ? ଏପରି ଆଲୋଚନା ନକରିବାକୁ ମାନା ଅନୁରୋଧ କରିଛନ୍ତି ।


ଆପଣଙ୍କୁ କହିରଖୁଛୁ ଯେ, ଓଲିଉଡ଼ କଳିରେ ଛନ୍ଦି ହୋଇଥିବା ଅଭିନେତା ମନୋଜ ମିଶ୍ର ନିକଟରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି।  ସେ ଦ୍ୱିତୀୟ ବିବାହ କରିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଅଭିନେତ୍ରୀ ତଥା ପ୍ରେମିକା ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା ମନୋଜ। ବିବାହ ବେଳର ଫଟୋକୁ ମଧ୍ୟ ମନୋଜଙ୍କ ଦ୍ୱିତୀୟ ପତ୍ନୀ ମମତା ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିବା ସହ ଗଣମାଧ୍ୟମରେ ବିବୃତ୍ତି ଦେଇଥିଲେ ନବଦମ୍ପତ୍ତି ।


ପୂର୍ବରୁ ମନୋଜ ତାଙ୍କର ପ୍ରଥମ ସ୍ତ୍ରୀ ମାନା ମିଶ୍ରଙ୍କୁ ନିକଟରେ ଛାଡ଼ପତ୍ର ପ୍ରଦାନ କରିଥିଲେ। ପାରିବାରିକ କାରଣରୁ ସେ ତାଙ୍କୁ ଛାଡ଼ପତ୍ର ଦେଇଥିବା କହିଥିଲେ। ମାନା ଓ ମନୋଜଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଛନ୍ତି। ସେହିପରି ଛାଡ଼ପତ୍ର ପରେ ମମତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିବା ନେଇ ଓଲିଉଡ଼ ଜଗତରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ନିକଟରେ ସେ କୋର୍ଟରେ ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ମମତାଙ୍କୁ ମନୋଜ ବିବାହ କରିଥିଲେ। ବିବାହ ସମୟର ଫଟୋ ମନୋଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। 


Also Read- Lucky Zodiac Sign: ୧୦ ସେପ୍ଟେମ୍ୱରରେ ସର୍ବାର୍ଥ ସିଦ୍ଧ ଯୋଗ ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ


Also Read- Surya Sankranti: ୫ ରାଶିର ବ୍ୟକ୍ତିଙ୍କ ରୋଜଗାର ଏବଂ ସଫଳତାରେ ପଡିବ ବଡ଼ ପ୍ରଭାବ