Advertisement
Photo Details/zeeodisha/odisha2422301
photoDetails0hindi

Surya Sankranti: ୫ ରାଶିର ବ୍ୟକ୍ତିଙ୍କ ରୋଜଗାର ଏବଂ ସଫଳତାରେ ପଡିବ ବଡ଼ ପ୍ରଭାବ

Surya Sankranti: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଗୋଟିଏ ରାଶିରେ ୩୦ ଦିନ ଅର୍ଥାତ ଏକ ମାସ ପର୍ଯ୍ୟନ୍ତ ଚଳନ କରିଥାନ୍ତି । ଏହି ଜ୍ୟୋତିର୍ବିଜ୍ଞାନ ଘଟଣାକୁ ଜ୍ୟୋତିଷ ଶାସ୍ତ୍ରରେ ‘ସୂର୍ଯ୍ୟ ସଂକ୍ରାନ୍ତି’ କୁହାଯାଇଥାଏ । ସେପ୍ଟେମ୍ବର ୧୬, ୨୦୨୪ ରେ, ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ଚଳନ କରିବେ । ଏହି ସଂକ୍ରାନ୍ତିକୁ ‘କନ୍ୟା ସଂକ୍ରାନ୍ତି’ କୁହାଯାଏ ।

1/5

ମେଷ ରାଶି

ସୂର୍ଯ୍ୟ ଏବଂ କେତୁଙ୍କ ମିଳନ ପ୍ରଭାବରୁ ଆପଣଙ୍କୁ ନିରାଶା ହେବାକୁ ପଡିପାରେ । ନିଜ ମଧ୍ୟରେ ଆତ୍ମବିଶ୍ୱାସର ଅଭାବ ରହିବ । ଏକଲା ଅନୁଭବ କରିପାରନ୍ତି । ଆୟ ଉତ୍ସରେ ଅସ୍ଥିରତା ଦେଖା ଦେଇପାରେ । ଅପ୍ରତ୍ୟାଶିତ ଖର୍ଚ୍ଚ କାରଣରୁ ଆର୍ଥିକ ସଙ୍କଟ ଦେଖାଦେଇପାରେ । କର୍ମକ୍ଷେତ୍ରରେ ଚିନ୍ତାରେ ରହିବେ । ସହକର୍ମୀଙ୍କ ସହିତ ମତଭେଦ ହୋଇପାରେ ।

2/5

ମିଥୁନ ରାଶି

ଏହି ସମୟରେ ଆପଣଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ବିଶେଷ କରି ମାନସିକ ସ୍ଥିତିରେ ପ୍ରତିକୂଳ ପ୍ରଭାବ ପକାଇବାର ସମ୍ଭାବନା ଅଛି । ଆପଣ ଦ୍ୱନ୍ଦ୍ୱରେ ରହିପାରନ୍ତି । କର୍ମକ୍ଷେତ୍ରକୁ ନେଇ ଚିନ୍ତା ଅଧିକ କରିବେ । ଆପଣ ଚାପଗ୍ରସ୍ତ ହୋଇପାରନ୍ତି । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଠକାମୀର ଶିକାର ହେବାର ସମ୍ଭାବନା ରହିଛି ।

3/5

ସିଂହ ରାଶି

ସୂର୍ଯ୍ୟ ଏବଂ କେତୁଙ୍କ ନକରାତ୍ମକ ପ୍ରଭାବ ଆପଣ ଭୋଗିପାରନ୍ତି । ବିନା କାରଣରେ ଏକଲା ଅନୁଭବ କରିପାରନ୍ତି । ଆର୍ଥିକ ସଙ୍କଟର ସାମ୍ନା କରିବେ । ବ୍ୟବସାୟରେ ନୂତନ ଯୋଜନା ଉପରେ କାମ କରିବା କଷ୍ଟକର ସାବ୍ୟସ୍ତ ହେବ ।

4/5

ଧନୁ ରାଶି

ଆପଣ ଏହି ସମୟରେ ଚିନ୍ତିତ ଏବଂ ଉଦାସ ହୋଇପାରନ୍ତି । ମାନସିକ ଚାପ ଏବଂ ଅନିଦ୍ରା ସମସ୍ୟା ଦେଖାଦେବ । ଆୟ ହ୍ରାସ କାରଣରୁ ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ । ଚାକିରିରେ ଅସ୍ଥିରତା ଦେଖାଦେବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି । କୌଣସି ନୂଆ ନିବେଶ କରିବାକୁ ମନ ବଳାଉଥିଲେ ସେଥିରୁ ନିବୃତ୍ତ ରୁହନ୍ତୁ । ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଦେଖିବା ପରେ ଚିନ୍ତା ପ୍ରକଟ କରିବେ ।

5/5

ମୀନ ରାଶି

ସୂର୍ଯ୍ୟ ଏବଂ କେତୁଙ୍କ ମିଳନର ଶୁଭ ଫଳାଫଳ ଆପଣଙ୍କୁ ମିଳିବ ନାହିଁ । ବିଭିନ୍ନ କ୍ଷେତ୍ରରେ ଆପଣ ପ୍ରଭାବିତ ହେବେ । ଚେଷ୍ଟା କରି ମଧ୍ୟ ଆପଣ ବିଫଳ ହେବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ଛାତ୍ରମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବେ ନାହିଁ । ପ୍ରେମ ଜୀବନରେ ଚିନ୍ତା ବଢିବ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।