Nayanthara and Vignesh Shivan : ସାଉଥ୍ ଡିଭା ନୟନତାରା ଓ ନିର୍ଦ୍ଦେଶକ ବିଘ୍ନେଶ ଶିବନ ।  ଗତ ୪ ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଉଭୟେ। ହେଲେ ଏ କପୁଲ ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ୍ ଦେଇଛନ୍ତି । ଜଆଁଳା ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି ନୟନତାରା ।  ଏନେଇ ବିଘ୍ନେଶ ନିଜ ଇନଷ୍ଟା ହ୍ୟାଣ୍ତେଲରେ ସେ, ତାଙ୍କ ପତ୍ନୀ ନୟନତାରା ସହିତ ନିଜ ଟୁଇନ୍ସ ଙ୍କର ଏକ ପାଦର ଫଟୋ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, ନୟନତାରା ଓ ବିଘ୍ନେଶ  ଜାଆଁଳା ଛୁଆଙ୍କ ପାଦକୁ ଖୁସିରେ ଚୁମ୍ବନ ଦେଉଛନ୍ତି। ବିଘ୍ନେଶ ସେହି ଫଟୋ କ୍ୟାପସନରେ ଲେଖିଛନ୍ତି । " ନୟନତାରା ଓ ମୁଁ ଆମ୍ମା ଓ ଆପ୍ପା ହୋଇଗଲୁ, ଉଭୟ ଭଗବାନଙ୍କ ଆର୍ଶିବାଦରୁ ଜାଆଁଳା ଶିଶୁପୁତ୍ର ପିତାମାତା ହୋଇଛୁ ।  ଆମର ଅନେକ ପ୍ରାର୍ଥନା ଓ ଆମର ପୂର୍ବଜଙ୍କ ଆଶୀର୍ବାଦ ରୂପରେ ଆମକୁ ଦୁଇଟି ସନ୍ତାନ ମିଳିଛି । ଆପଣମାନେ ଈଶ୍ୱରଙ୍କର ଏହି ଉପହାରକୁ ଆଶୀର୍ବାଦ କରନ୍ତୁ । ଯେଉଁଥିରେ ତାଙ୍କ ଫ୍ୟାନ୍ସଙ୍କ କାଫି କମେଣ୍ଟ ମଧ୍ୟ ଆସିଛି । କେବଳ ଟୁଇଟରରେ ନୁହେଁ,  ଇନଷ୍ଟାରେ ମଧ୍ୟ ସେ ନିଜର ଜାଆଁଳା ଶିଶୁପୁତ୍ରଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ଏଥିରେ ମଧ୍ୟ ତାଙ୍କ ଢେରସାରା ବଧେଇ ଜଣାଇଛନ୍ତି ଫ୍ୟାନ୍ସ । 


COMMERCIAL BREAK
SCROLL TO CONTINUE READING

 


ନୟନତାରା ଓ ବିଗ୍ନେଶଙ୍କ ପ୍ରେମ ଫିଲ୍ମ ଇଣ୍ତଷ୍ଟ୍ରିରୁ ଆରମ୍ଭ ହୋଇଥିଲା । ଦିର୍ଘ ଦିନ ପରପ୍ପରକୁ ଡେଟ କରିବା ପରେ ମାର୍ଚ୍ଚ ୨୫, ୨୦୨୧ରେ ଏନଗେଜମେଣ୍ଟ ହୋଇଥିଲା । ପରେ ୨୦୨୨ରେ ଜୁନ୍ ୯ରେ ବିଘ୍ନେଶ ନୟନତାରାଙ୍କୁ ସାତ ଜନ୍ମର ସାଥି କରିଥିଲେ। ଯଦି ଆମେ ନୟନତାରାଙ୍କ କାମର କଥା କହିବା , ତେବେ, ଜଓ୍ବାନରେ ତାଙ୍କୁ କିଙ୍ଗଖାନଙ୍କ ସହ ଦେଖିବାକୁ ମିଳିବ । ନୟନତାରା ଶାହରୁଖ ଖାନଙ୍କ କୋ-ଷ୍ଟାର ଭୂମିକାରେ ଅଭିନୟ କରିବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଏନେଇ ଶାହାରୁକ୍ ନିଜ ଇନଷ୍ଟାରେ 'ଜୱାନ' ନେଇ କିଛି ପୋଷ୍ଟ କରିଥିଲେ । ସେ ଏଥିରେ ନୟନତାରାଙ୍କ ବିଷୟରେ କିଛି ଲେଖିଛନ୍ତି । 


ଏହାବି ପଢନ୍ତୁ : Ponniyin Selvan part 2 : ଖୁବଶିଘ୍ର ପରାଦକୁ ଆସିବ ‘ପୋନିୟିନ୍ ସେଲଭାନ୍ ’ପାର୍ଟ ୨, ଫିଲ୍ମକୁ ନେଇ ଏମିତି କିଛି କହିଲେ ସିନେ ସମୀକ୍ଷକ


ଏହା ଶାହରୁଖ ଖାନଙ୍କ ପ୍ରଥମ ପାନ ଇଣ୍ଡିଆ ପ୍ରୋଜେକ୍ଟ ଅଟେ । ନିକଟରେ ଶାହାରୁକ ଏକ ଘରୋଇ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, “କହିବାକୁ ବହୁତ ଶୀଘ୍ର ଯିବାକୁ ବହୁତ ଦୂର ବାଟ ଅଛି । ମୁଁ ଜଣେ ଅଭିନେତା ଭାବରେ ବହୁତ ଭଲ ସମୟ କଟୁଛି, ଏହା ବ୍ୟତୀତ ମୁଁ ତୁମକୁ ଜଓ୍ବାନ  ବିଷୟରେ ଅଧିକ କିଛି କହିପାରିବି ନାହିଁ । ଏବଂ ନିର୍ଦ୍ଦେଶକ ଅଟଲେ ଏକ ଭିନ୍ନ ପ୍ରକାରର ଚଳଚ୍ଚିତ୍ର  ସମସ୍ତେ ତାଙ୍କ କାମ ଦେଖିଛନ୍ତି । ସେ ଉଲ୍ଲେଖନୀୟ ଜନ-ଆଧାରିତ ଚଳଚ୍ଚିତ୍ର ନିର୍ମାଣ କରନ୍ତି, ପୁନର୍ବାର ଏକ ଧାରା ଯାହା ମୁଁ କେବେ କରି ନାହିଁ । ତେଣୁ, ମୁଁ ଏହା ଉପରେ ମୋ ହାତ ଚେଷ୍ଟା କରିବାକୁ ଚାହୁଁଥିଲି "।