Ponniyin Selvan part 2 : ଖୁବଶିଘ୍ର ପରାଦକୁ ଆସିବ ‘ପୋନିୟିନ୍ ସେଲଭାନ୍ ’ପାର୍ଟ ୨, ଫିଲ୍ମକୁ ନେଇ ଏମିତି କିଛି କହିଲେ ସିନେ ସମୀକ୍ଷକ
Advertisement

Ponniyin Selvan part 2 : ଖୁବଶିଘ୍ର ପରାଦକୁ ଆସିବ ‘ପୋନିୟିନ୍ ସେଲଭାନ୍ ’ପାର୍ଟ ୨, ଫିଲ୍ମକୁ ନେଇ ଏମିତି କିଛି କହିଲେ ସିନେ ସମୀକ୍ଷକ

Ponniyin Selvan part 2 : ‘ପୋନିୟିନ୍ ସେଲଭାନ୍’(Ponniyin Selvan:I) ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ସଫଳତା ଲାଭ କରିଛି । ଫିଲ୍ମଟି ବିଶ୍ବବ୍ୟାପି ୩୦୦ କୋଟିରୁ ଅଧିକ କଲେକସନ୍ କରିଛି । ଫିଲ୍ମର ସଫଳତାକୁ ନେଇ ପୁରାଷ୍ଟାରକାଷ୍ଟ ଓ ନିର୍ମାତା ଖୁସ ମଧ୍ୟ ରହିଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Ponniyin Selvan part 2 : ‘ପୋନିୟିନ୍ ସେଲଭାନ୍’(Ponniyin Selvan:I) ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ସଫଳତା ଲାଭ କରିଛି । ଫିଲ୍ମଟି ବିଶ୍ବବ୍ୟାପି ୩୦୦ କୋଟିରୁ ଅଧିକ କଲେକସନ୍ କରିଛି । ଫିଲ୍ମର ସଫଳତାକୁ ନେଇ ପୁରାଷ୍ଟାରକାଷ୍ଟ ଓ ନିର୍ମାତା ଖୁସ ମଧ୍ୟ ରହିଛନ୍ତି । ବର୍ତ୍ତମାନ ଫିଲ୍ମର ପାର୍ଟ ୨କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।  ‘ପୋନିୟିନ୍ ସେଲଭାନ୍ ପାର୍ଟ ୨ ଖୁବ ଶିଘ୍ର ପରଦାକୁ ଆସିବ । ନିର୍ମାତାମାନେ ଫିଲ୍ମର ଦ୍ୱିତୀୟ ପାର୍ଟ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ମଧ୍ୟ ହେଲେଣି । ଫିଲ୍ମ ‘ପୋନିୟିନ୍ ସେଲଭାନ୍’ ପାର୍ଟ ୨ ଆସନ୍ତାବର୍ଷ ପରଦାକୁ ଆସିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। କିନ୍ତୁ ଫିଲ୍ମର ରିଲିଜ୍ ଡେଟ ଏପର୍ଯ୍ୟନ୍ତ ଘୋଷଣା ହୋଇ ନାହିଁ ।  
ଏନେଇ ସିନେ ସମୀକ୍ଷକ ତରନ୍ ଆଦର୍ଶ (Taran Adarsh )  ‘ପୋନିୟିନ୍ ସେଲଭାନ୍’ ଫିଲ୍ମର ପାର୍ଟ ଟୁ କୁ ନେଇ ନିଜ ଇନଷ୍ଟାରେ ଏଭଳି କିଛି ପୋଷ୍ଟ କରିଛନ୍ତି । ଯାହା ଦର୍ଶକଙ୍କ ଉତ୍ସାହ ବଢାଇଛି । ସେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ କ୍ୟାପସନ ଦେଇଛନ୍ତି, "PS1" - "PS2" ଇନଟେରଷ୍ଟିଂ ଡେପଲପମେଣ୍ଟ...# ମଣିରତ୍ନ # PS1 ହେଉଛି ଏକ ସକସେକଫୁଲ ମୁଭି # ତାମିଲ ଓ ହିନ୍ଦି ସଂସ୍କରଣରେ ବହୁ ସଫତା ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ "PS2" ସମର୍ 2023 ... # PS2 ସମର * ସମର 2023*ରିଲିଜ୍ ଡେଟକୁ ଅପେକ୍ଷା କରୁଛି ... ପ୍ରକୃତ ତାରିଖ ବୋଧହୁଏ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଲକ୍ ହୋଇଯିବ। "

 ଏହାବି ପଢନ୍ତୁ : Ponniyin Selvan 1 Film : ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ଫିଲ୍ମ ପୋନିୟିନ୍ ସେଲଭାନ୍ ୧, ରିଲିଜର ସପ୍ତାହକ ପରେବି ରହିଛି କ୍ରେଜ୍

ଫିଲ୍ମ ‘PS1’ହେଉଛି ଐତିହାସିକ ଡ୍ରାମା, ଯାହାର କାହାଣୀ ଚୋଳ ସାମ୍ରାଜ୍ୟର ଇତିହାସ ଉପରେ ଆଧାରିତ । ମଣିରତ୍ନମଙ୍କ ନିର୍ଦ୍ଦେଶକ ଔପନ୍ୟାସିକ ଫିଲ୍ମ ‘ପୋନିୟିନ୍ ସେଲଭାନ୍’(Ponniyin Selvan:I)ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ବିକ୍ରମ, ଜୟମ ରବି, କାର୍ତ୍ତି, ତ୍ରିଶା ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ କାଲକି କୃଷ୍ଣମୂର୍ତ୍ତିଙ୍କ ଦ୍ୱାରା ଲିଖିତ ଉପନ୍ୟାସ ଉପରେ ଆଧାରିତ । ଏହି ହେଉଛି ଏକ ମଲ୍ଟିଷ୍ଟାର୍ ଚଳଚ୍ଚିତ୍ର। ଯେଉଁଥିରେ ସାଉଥ୍‌ରୁ ବଲିଉଡ ପର୍ଯ୍ୟନ୍ତ ଜଣାଶୁଣା ଅଭିନେତାମାନେ ନଜର ଆସିଛନ୍ତି । ଏହା ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଛି । ଯଦି ଆମେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ  କାମର କଥା କହିବା ତେବେ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ  ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଆଗାମୀ ଦିନରେ ଓ୍ବୋ କୈନ ଥି ରିମେକ,  ରାତ୍ ଔର ଦିନ୍ ରିମେକ୍ ଓ ସଞ୍ଚୟ ଘୋଷଙ୍କ ଫିଲ୍ମ ମଧ୍ୟ ରହିଛି ।  ଐଶ୍ୱର୍ଯ୍ୟା ରାୟ ବଚ୍ଚନ  ୧୯୭୩ ନଭେମ୍ବର ୧ ତାରିଖରେ  କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। 1997 ରେ ଅୈର ପ୍ୟାର ହୋ ଗାୟା ଫିଲ୍ମରେ ଡେବ୍ୟୁ କରିଥିଲେ ସେ । ପରେ ବଲିଉଡକୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଆସିଛନ୍ତି । ସେ ହାମ ଦିଲ୍ ଦେ ଚୁକେ ହେ ସନମ୍, ତାଲ୍ ଓ ଆ ଆବ୍ ଲୈଟ ଚାଲେ ଭଳି ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ।