ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର (Sukesh Chandrasekhar)ସହ ନିଜ ସମ୍ବନ୍ଧକୁ ନେଇ ଇଡିର ରାଡାରରେ ଆସିଥିଲେ ବଲିଉଡ ଆକ୍ଟ୍ରେସ ଜ୍ୟାକଲିନ୍ ଫର୍ଣ୍ଣାଡିଜ (Jacquiline Fernadez) । ହେଲେ ତାଙ୍କ ମୁସ୍କିଲ କମିବାର ନାଁ ନେଉନି ,ଗୋଟିଏ ପରେ ଗୋଟିଏ ସମସ୍ୟାରେ ପଡୁଛନ୍ତି ଜ୍ୟାକଲିନ୍। ନିକଟରେ ଇଡି ଜ୍ୟାକଲିନଙ୍କୁ ୭ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତିକୁ ଜବତ କରିସାରିଛି । ଏହି ସବୁ ସମସ୍ୟା ତାଙ୍କ ପ୍ରଫେସନାଲ ଲାଇଫ ଉପରେ ମଧ୍ୟ ପଡ଼ିଛି । ତାଙ୍କ ହାତରୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଯିବାରେ ଲାଗିଛି । ସାଉଥ ଇଣ୍ଡଷ୍ଟ୍ରୀର ଫେମସ ଆକ୍ଟର ପବନ କଲ୍ୟାଣ (Pawan Kalyan) ଙ୍କ ଫିଲ୍ମ ମଧ୍ୟ ଜ୍ୟାକଲିନ(Jacquiline Fernadez)ଙ୍କ ହାତରୁ ପଳାଇଛି ।


COMMERCIAL BREAK
SCROLL TO CONTINUE READING

ଏହି ଫିଲ୍ମରେ ଜ୍ୟାକଲିନଙ୍କୁ ରିପ୍ଲେସ କରିଛନ୍ତି ଦିଲବର ଗର୍ଲ ନୋରା ଫତେହି (Nora Fatehi)। ପବନ କଲ୍ୟାଣଙ୍କ ଫିଲ୍ମ 'ହରି ହର ବୀରା ମାଲୁ' (Hari Hara Veera Mallu) ଫିଲ୍ମରେ ଜ୍ୟାକଲିନଙ୍କୁ ହଟାଇଦିଆଯାଇଛି । ପବନ କଲ୍ୟାଣ (Pawan Kalyan) ନିଜ ଅପକମିଂ ଫିଲ୍ମ ପାଇଁ କାମ ଆରମ୍ଭ କରିଦେଇଛନ୍ତି ।  ଏହି ଫିଲ୍ମରେ ଲିଡ୍ ରୋଲ ପାଇଁ ପୂର୍ବରୁ ବଲିଉଡ ଆକ୍ଟ୍ରେସ ଜ୍ୟାକଲିନ୍ ଫର୍ଣ୍ଣାଡିଜ(Jacquiline Fernadez)ଙ୍କ ନା ସାମ୍ନାକୁ ଆସିଥିଲା । ହେଲେ ଏବେ ଏହି ସ୍ଥାନ ନୋରା ଫତେହି(Nora Fatehi)ଙ୍କୁ ଦିଆଯାଇଛି । ଅନସ୍କ୍ରିନ ନୋରା ଫତେହି ଏବେ ପବନ କଲ୍ୟାଣ(Pawan Kalyan) ଙ୍କ ସହ ରୋମାନ୍ସ କରିବେ । ଏହା ଏକ ପିରିୟଡିକ ଡ୍ରାମା ଫିଲ୍ମ ,ଡାକୁ ବୀରା ମଲ୍ଲୁର ଜୀବନୀ ଉପରେ ଆଧାରିତ ହେବ ଏହି ଫିଲ୍ମ ।


Also Read: ରେକର୍ଡ ବ୍ରେକ କରିବାରେ ପଛଘୁଞ୍ଚା ଦେଉନି KGF-2, ଖୁବ ଶୀଘ୍ର ବନିବ ନମ୍ୱର ୱାନ୍


ରିପୋର୍ଟ ଅନୁଯାୟୀ   'ହରି ହର ବୀରା ମାଲୁ' (Hari Hara Veera Mallu) ଫିଲ୍ମରେ ନୋରା ଫତେହି(Nora Fatehi) ଶାହଜାହାଁଙ୍କ ତୃତୀୟ ଝିଅ  ରୋଶନାରା ବେଗମ ଭୁମିକାରେ ନଜର ଆସିବେ । ଏହି ଫିଲ୍ମରେ ନିଧି ଅଗ୍ରୱାଲ (Nidhi Agrawal) , ଅର୍ଜୁନ ରାମପାଲ (Arjun Rampal)ଏବଂ ନର୍ଗିସ ଫକ୍ରି (Nargish Fakhri)ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକାରେ ନଜର ଆସିବେ । ଏହି ଫିଲ୍ମକୁ ୧୫୦ରୁ ୨୦୦ କୋଟି ଟଙ୍କା ବଜେଟରେ ନିର୍ମାଣ କରାଯାଉଛି । ଏହି ଫିଲ୍ମ ଚଳିତ ବର୍ଷ ୫ ଅକ୍ଟୋବରରେ ରିଲିଜ ହେବ । ଏହି ଫିଲ୍ମରୁ ଜ୍ୟାକଲିନ୍ ଫର୍ଣ୍ଣାଡିଜ (Jacquiline Fernadez)ଙ୍କୁ ହଟାଯାଇଥିବାରୁ ବି-ଟାଉନରେ ଗସିପ୍ ଲାଗିରହିଛି । ନିକଟରେ ଜ୍ୟାକଲିନଙ୍କ ଅଭିନୀତ ଫିଲ୍ମ ବଚ୍ଚନ ପାଣ୍ଡେ (Bachchan Pandey) ରିଲିଜ ହୋଇଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ ଜ୍ୟାକଲିନ୍ ।


Also Read: KGF-2; ଆମିର ଖାନଙ୍କୁ ପଛରେ ପକାଇଲେ ୟଶ୍ , TOP3 ଫିଲ୍ମ ଲିଷ୍ଟର ଦ୍ୱିତୀୟ ସ୍ଥାନ କଲା କବଜା


ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍ ବଚ୍ଚନ ପାଣ୍ଡେର ପ୍ରେମିକା ସୋଫୀ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଖାସ୍ ପ୍ରଦର୍ଶନ କରିପାରିନାହିଁ । ତେବେ ଆଗାମୀ ଦିନରେ ଜ୍ୟାକଲିନଙ୍କ ଫିଲ୍ମ ରାମସେତୁ (RamSetu) ରିଲିଜ ହେବ । ନିକଟରେ ଏହି ଫିଲ୍ମର ପୋଷ୍ଟର ରିଲିଜ କରାଯାଇଥିିଲା । ପୋଷ୍ଟରରେ ଅକ୍ଷୟ କୁମାର (Akshay Kumar)ଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଡିଜ୍ (Jacqueline Fernandez) ଆଉ ଅଭିନେତା ସତ୍ୟଦେବ (Satyadev) ନଜର ଆସିଛନ୍ତି ।