Manoj Mishra Ban: ପୂଜା ବଜାରରେ ଏବେ ରିଲିଜ ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଫିଲ୍ମ। ଚର୍ଚ୍ଚାରେ ମାଲ୍ୟଗିରି, ରାମ୍ ସହ ମାଇଣ୍ଡ ଗେମ୍ ଚଳଚ୍ଚିତ୍ର। ରୂପେଲି ପରଦାରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଦେଖିବାକୁ ହଲ୍ ରେ ଖଚାଖଚ ଭିଡ଼ ଦେଖିବାକୁ ମିଳୁଛି। ହେଲେ ଏହାରି ମଧ୍ୟରେ ଏକ ସିନେପ୍ରେମୀଙ୍କୁ ଚକିତ କରିଛି। ଓଲିଉଡ ତଥା ହିନ୍ଦୀ ସିରିଏଲରେ ନିଜର ପରାକାଷ୍ଠା ଦେଖାଇଥିବା ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ସିନେମାରୁ ବାସନ୍ଦ କରାଯାଇଛି ।  ଏହାର କାରଣ ଜାଣିଲେ ବି ଆପଣ ଆଶର୍ଯ୍ୟ ହେବେ । 


COMMERCIAL BREAK
SCROLL TO CONTINUE READING

ଦୀର୍ଘ ଦୁଇବର୍ଷ ପରେ ପରଦାକୁ କମ୍ ବ୍ୟାକ୍ କରିଛନ୍ତି ଓଲିଉଡ ଷ୍ଟାର ଅରିନ୍ଦମ ରାୟ। ରିଲିଜ କରିଛନ୍ତି ବହୁ ପ୍ରତିକ୍ଷିତ ଫିଲ୍ମ ରାମ୍ । ହେଲେ ସମ୍ବଲପୁରରେ ଓଡ଼ିଆ ଫିଲ୍ମ ରାମ୍‌କୁ ରିଲିଜ ପାଇଁ ଅନୁମତି ମିଳିଲା ନାହିଁ । ଆଉ ଏହାର ବିରୋଧ ପଛରେ ଅଭିନେତା ମନୋଜ ମିଶ୍ରଙ୍କ ହାତ ଥିବା ଅଭିଯୋଗ କରି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଚର୍ଚ୍ଚା ହେଉଛି। ରାମ୍ ଫିଲ୍ମରେ ଅଭିନୟ କରିଥିବା ଜିତୁ ମଙ୍ଗରାଜ- ମନୋଜଙ୍କ ମଧ୍ୟରେ ପୁରୁଣା ବିବାଦ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। 


ଅରିନ୍ଦମଙ୍କ ଫିଲ୍ମ ରିଲିଜ ନକରାଇ ଦେବା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ଷଡଯନ୍ତ୍ର ବାରିଛି ପ୍ରଯୋଜକ ସଂଘ । ୨୦ ତାରିଖରେ ରାମ୍ ଫିଲ୍ମ ସାରା ରାଜ୍ୟରେ ରିଲିଜ ହୋଇଥିଲା । ହେଲେ ସମ୍ବଲପୁରରେ ରିଲିଜ ନହୋଇପାରିବା ପରେ ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ । ଆପଣଙ୍କର ମନେ ଥିବ ଯେ, ପଶ୍ଚିମ ଓଡ଼ିଶାରେ ଖୁବ ଜୋରସୋରରେ ଆଗେଇ ଚାଲିଛି ଫିଲ୍ମ ମାଇଣ୍ଡ ଗେମ୍ । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅର୍ଥାତ୍ ପୁଞ୍ଜିଲାଲ ମେହେର ଭୂମିକାରେ ନଜର ଆସିଛନ୍ତି ମନୋଜ। ତେବେ ରାମ୍ ଫିଲ୍ମର ରିଲିଜ ନହେବାରୁ ପ୍ରଯୋଜକ ସଂସ୍ଥା ଷଡ଼ଯନ୍ତ୍ର ବାରି
ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ କୌଣସି ଫିଲ୍ମରେ ଅଭିନୟ କରାଇ ନଦେବାକୁ ନିଷ୍ପତି ନେଇଛି।


ଯାହା ଫଳରେ ଅଭିନେତା ମନୋଜଙ୍କ କିଛି ସମର୍ଥକ ସମ୍ବଲପୁରରେ ସିନେମା ହଲ୍ ଆଗରେ ଜିତୁଙ୍କ ବିରୋଧରେ ବିକ୍ଷୋଭ କରିଥିବା ଖବର ରହିଛି । 


Also Read: ବର୍ଷାକୁ ତାତ୍ସଲ୍ୟ ନା ମନର କ୍ରୋଧ, କାହିଁକି ଏମିତି ଭିଡିଓ ପୋଷ୍ଟ କଲେ ଅନୁଭବ !