Top 10 News: ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ, ଭାରତ ନାମରେ ଚେନ୍ନାଇ ଟେଷ୍ଟର ପ୍ରଥମ ଦିନ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2437965

Top 10 News: ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ, ଭାରତ ନାମରେ ଚେନ୍ନାଇ ଟେଷ୍ଟର ପ୍ରଥମ ଦିନ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଆଜି ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 18 September 2024

Top 10 News Headlines 18 September 2024: H1. Mohan Charan Majhi's Government Completes 100 Days: ଆଜି ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନୂଆ ସରକାର ୧୦୦ ଦିନ ମଧ୍ୟରେ  ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛନ୍ତି।

H2. Minister Mukesh Mahaling Makes Big Announcement: ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ। ଖୁବ୍ ଶୀଘ୍ର ଏଥିପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ। ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଥିବା ବେଳେ ଏପରି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବା ବେଳେ ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ହେବ। ଏଥିପାଇଁ କାମ ଆରମ୍ଭ ହୋଇଛି।

H3. Mohan Majhi Public Grievance Hearing: ଦୀର୍ଘ ୬ ସପ୍ତାହ ପରେ ଖୋଲିବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଆସନ୍ତା ୨୩ ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶଣୁଣିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଏଥର କେବଳ ୧୦୦୦ ଲୋକଙ୍କ ଅଭିଯୋଗକୁ ଶୁଣାଣି ପାଇଁ ଗ୍ରହଣ କରାଯିବ। ସେଥିଲାକି ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। 

H4. Complete Puri Srimandir Ratna Bhandar survey by Sep 24: ଆସନ୍ତା ସେପଟେମ୍ବର ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ )ର ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । 

H5. Tirupati laddu controversy: ବିଶ୍ୱ ପ୍ରସିଦ୍ଧ ତିରୁପତି ଲଡୁରେ ଖରାପ ଉପାଦାନ ଏବଂ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଉପୁଜିଛି। ଗୁରୁବାର ଦିନ ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି ଯେ ଗୁଜୁରାଟର ଏକ ପଶୁପାଳନ ଲ୍ୟାବ ଦ୍ୱାରା ଲଡୁରେ ପଶୁ ଚର୍ବି ମିଶାଯାଇଥିବା ଜଣାପଡିଛି। ଟିଡିପି ମୁଖପାତ୍ର ଅନାମ ଭେଙ୍କଟା ରମଣ ରେଡ୍ଡୀ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦିଷ୍ଟ ଲ୍ୟାବ ରିପୋର୍ଟ ଦର୍ଶାଇଛନ୍ତି ଯାହା ପ୍ରଦାନ କରାଯାଇଥିବା ଘିଅ ନମୁନାରେ ଗୋମାଂସ ଚର୍ବିର ଉପସ୍ଥିତି ନିଶ୍ଚିତ କରିଛି।

H6. PM Narendra Modi Mementoes Auction 2024: ବିଭିନ୍ନ ସ୍ଥାନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରହଣ କରିଥିବା ଉପହାରର ନିଲାମ ଆରମ୍ଭ ହୋଇଛି। ଏହି ନିଲାମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ନିବେଦନ କରିଛନ୍ତି। ଏହି ନିଲାମରେ ମୋଟ ୬୦୦ ଆଇଟମ୍ ଅନ୍ତର୍ଭୂକ୍ତ କରାଯାଇଛି। ଯାହାକି ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରୁ ଆରମ୍ଭ ହୋଇ ୨ ଅକ୍ଟୋବରରେ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ନିକଟରେ ପାରାଲିମ୍ପିକ୍ ଖେଳାଳିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ଉପହାର ମଧ୍ୟ ଏହି ନିଲାମରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଉପହାରଗୁଡ଼ିକର ମୂଲ୍ୟ ୬୦୦ ଟଙ୍କାରୁ ଆରମ୍ଭ ହୋଇଥାଏ।

H7. Prime Minister Narendra Modi's road show in Katra: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କାଟ୍ରାଠାରେ ଏକ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଚଳନ୍ତା କାରରେ ଗେଟ୍ ଖୋଲି ଲୋକଙ୍କୁ ଅଭିବାଦନ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ରୋଡ୍ ସୋ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ରାସ୍ତା କଡ଼ରେ ଏକାଠି ହୋଇଥିଲେ।

H8. Himesh Reshammiya's Father Vipin Reshammiya Dies At 87: ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର। ଚାଲିଗଲେ ଆଉ ଜଣେ ପ୍ରଯୋଜକ ତଥା ସଂଗୀତଜ୍ଞ (ମ୍ୟୁଜିକ୍ କମ୍ପୋଜର) ହିମେଶ ରଶେମିୟାଙ୍କ ବାପା ଭିପିନ୍ ରେଶମିଆ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।  ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗ ଓ ନିଶ୍ବାସ ନେବାର ସମସ୍ୟା ଦେଖାଦେବାରୁ ପରିବାର ଲୋକେ ତାଙ୍କୁ ମୁମ୍ବାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ଦେହାନ୍ତ ହୋଇଛି। ଭିପିନ୍ ରେଶମିଆଙ୍କ ଦେହାନ୍ତ ନେଇ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

H9. Indus water treaty: ସିନ୍ଧୁ ଜଳ ଚୁକ୍ତିର ସମୀକ୍ଷା ସମ୍ପର୍କରେ ଭାରତ ପଠାଇଥିବା ଆନୁଷ୍ଠାନିକ ନୋଟିସର ଉତ୍ତର ପାକିସ୍ତାନରୁ ଆସିଛି। ଇସଲାମାବାଦ କହିଛି ଯେ ଏହା ଏହି ଚୁକ୍ତିନାମାକୁ ଗୁରୁତ୍ୱପୂର୍ଣ୍ଣ ମନେ କରେ ଏବଂ ଆଶା କରୁଛି ଯେ ଭାରତ ମଧ୍ୟ ଏହାର ବ୍ୟବସ୍ଥା ପାଳନ କରିବ। ବାସ୍ତବରେ ପାକିସ୍ତାନର ଏହି ଉତ୍ତରରେ ୩୦ ଅଗଷ୍ଟରେ ପଠାଯାଇଥିବା ଭାରତର ନୋଟିସ ପରେ ଆସିଛି। ଭାରତ ପଠାଇଥିବା ଏହି ନୋଟିସରେ ୬୪ ବର୍ଷ ପୁରୁଣା ଚୁକ୍ତିନାମାକୁ ସମୀକ୍ଷା କରିବାକୁ ଦାବି କରାଯାଇଥିଲା। 

H10. IND vs BAN, 1st test: ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶ ଅଧିନାୟକ ନଜମୁଲ ହାସନ ଶାନ୍ତୋ ଟସ୍ ଜିତି ବୋଲିଂ କରିବାକୁ ପସନ୍ଦ କରିଥିଲେ। ଖେଳର ପ୍ରଥମ ଦିନ ଟିମ୍ ଇଣ୍ଡିଆ ନାମରେ ରହିଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ୩୩୯ ରନ୍ ସଂଗ୍ରହ କରିଛି। ୮୬ ରନ ସ୍କୋର କରିବା ପରେ ଜାଡେଜା ଓ ୧୦୨ ରନି ସ୍କୋର କରିବା ପରେ ଅଶ୍ୱିନ ଅପରାଜିତ ରହିଛନ୍ତି।