RG Kar Case: ଡା ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍‌ ବାତିଲ୍‌
Advertisement
Article Detail0/zeeodisha/odisha2437968

RG Kar Case: ଡା ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍‌ ବାତିଲ୍‌

୧୩ ଦିନ ବିତିଥିଲେ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେଇ ନ ଥିଲେ ସନ୍ଦୀପ ତେଣୁ ତତ୍କାଳ ରେଜିଷ୍ଟ୍ରେସନ ବାତିଲ ନେଇ ଜାରି ହୋଇଛି ନିର୍ଦ୍ଦେଶ । ଜୁନିଅର ଡାକ୍ତରକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦରେ ରହିଥିଲେ ସନ୍ଦୀପ ଘୋଷ । CBI ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ପୂର୍ବରୁ ଗିରଫ କରିଥିଲା ।

RG Kar Case: ଡା ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍‌ ବାତିଲ୍‌

RG Kar Case: କୋଲକାତାର ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ମାମଲାରେ ମେଡିକାଲ୍‌ କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍‌ ବାତିଲ୍‌ ହୋଇଛି । ରେଜିଷ୍ଟ୍ରେସନ ବାତିଲ କରିଛି ପଶ୍ଚିମବଙ୍ଗ ମେଡିକାଲ୍‌ କାଉନସିଲ୍‌ । ୧୩ ଦିନ ବିତିଥିଲେ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେଇ ନ ଥିଲେ ସନ୍ଦୀପ ତେଣୁ ତତ୍କାଳ ରେଜିଷ୍ଟ୍ରେସନ ବାତିଲ ନେଇ ଜାରି ହୋଇଛି ନିର୍ଦ୍ଦେଶ । ଜୁନିଅର ଡାକ୍ତରକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦରେ ରହିଥିଲେ ସନ୍ଦୀପ ଘୋଷ । CBI ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ପୂର୍ବରୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ସେପ୍ଟେମ୍ୱର ୧୭ (ମଙ୍ଗଳବାର) ଦିନ କୋଲକାତା ପୋଲିସ କମିଶନରଙ୍କୁ ବଦଳାଯାଇଥିଲା । ୧୯୯୮ ବ୍ୟାଚର ଆଇପିଏସ୍ ଅଫିସର ମନୋଜ କୁମାର ବର୍ମାଙ୍କୁ କୋଲକାତାର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ମିଳିଛି । ପୂର୍ବରୁ ଆଇପିଏସ ମନୋଜ ନକ୍ସଲମାନଙ୍କ ବିରୁଦ୍ଧରେ ଅନେକ ସଫଳ ଅପରେସନ୍ କରିଥିବା ରେକର୍ଡ ରହିଛି । କୋଲକାତା ପୋଲିସ କମିଶନର ବିନିତ୍ ଗୋୟଲଙ୍କୁ ହଟାଇବା ପାଇଁ ଆନ୍ଦୋଳନରତ ଡାକ୍ତରମାନଙ୍କ ଦାବି ରହିଥିଲା । ଏହା ବ୍ୟତୀତ ଡାକ୍ତରମାନେ ସରକାରଙ୍କ ଆଗରେ ଆହୁରି ଅନେକ ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେହି ଦାବି ଗୁଡିକୁ ଗ୍ରହଣ କରିଛନ୍ତି।

କୋଲକାତାର ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ସହ ସେପ୍ଟେମ୍ୱର ୧୬ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସରିଛି । ସମସ୍ୟାର ସମାଧାନ ପାଇଁ ଆଲୋଚନା ଆରମ୍ଭ କରିବାର ୪ଟି ଚେଷ୍ଟା ବିଫଳ ହେବା ପରେ ଜୁନିୟର ଡାକ୍ତରଙ୍କ ଏକ ପ୍ରତିନିଧୀ ଦଳ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ପହଞ୍ଚିଥିଲେ।

Also Read- Stroke Symptoms: ଯୁବାବସ୍ଥାରେ ବଢୁଛି ହୃଦଘାତ ମାମଲା, ଲକ୍ଷଣ ଜାଣିଲେ ହେବ ଜୀବନ ରକ୍ଷା

Also Read- Budh Gochar 2024: ସେପ୍ଟେମ୍ବର ୨୧ରୁ ଚମକିବ ୫ରାଶିର ଭାଗ୍ୟ, ମିଳିବ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ