New Odia Music Video: ଆଜି ନୂଆ ବର୍ଷ ଅବସରରେ ଦୀପାଞ୍ଜଳି ମ୍ୟୁଜିକ୍ ରେ ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ଏକ ସୁନ୍ଦର ଭଜନ "ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ" ଯେଉଁ ଗୀତ ଟିରେ ଖୁବ୍ ସୁନ୍ଦର ଭାବେ ଅଭିନୟ କରିଛନ୍ତି ଦିବ୍ୟ ଓ ଦୀପାଞ୍ଜଳି । ତାହା ସହ ଜୟଦେବ ମିଶ୍ର ଗୀତଟିକୁ କଣ୍ଠଦାନ କରିଥିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଖୁବ୍ ସୁନ୍ଦର ଭାବେ ଭାବପୂର୍ଣ୍ଣ ହୋଇ ଗୀତଟି କୁ ଲେଖିଛନ୍ତି ଜିତେନ୍ଦ୍ର ଜେନା  ।


COMMERCIAL BREAK
SCROLL TO CONTINUE READING

ନିର୍ଦ୍ଦେଶକ ବାବୁ ବାବୁଙ୍କ ବହୁଗୁଡିଏ ସଫଳତା ପରେ ନୂଆ ବର୍ଷରେ ଏକ ନୂଆ ପ୍ରୟାସ ଯାହା କି ଦର୍ଶକ ମାନଙ୍କ ହୃଦୟକୁ ଏହି ଗୀତ ମାଧ୍ୟମରେ ଛୁଇଁ ପାରିବ । ଏଥିସହ ଏହି ଗୀତଟି ଶ୍ରୀକ୍ଷେତ୍ର ଧାମ ପୁରୀର ବିଭିନ୍ନ ସ୍ଥାନରେ ସୁଟିଂ ହେବା ସହ ପୁରୀ ମନ୍ଦିର ସାମ୍ନାର କିଛି ଦୃଶ୍ୟ ଦର୍ଶକ ମାନଙ୍କ ମନକୁ ଜିଣିବ । ଏଣୁ ଖାଲି ଏହି ନୂଆ ବର୍ଷ ନୁହେଁ ସବୁସମୟରେ ଏହି ଭଜନଟି ଦର୍ଶକମାନଙ୍କ ହୃଦୟରେ ରହିବ ।


Also Read- ରେଙ୍ଗାଲି ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ଏକୋଇଶିଆ ପୂଜାରେ ହେଲା ନାମକରଣ


Also Read- କୋଟିଆକୁ ନେଇ ପୁଣି ଚିନ୍ତା, ବଢୁଛି ଲକ୍ଷଣ ବିହୀନ ରୋଗୀଙ୍କ ସଂଖ୍ୟା