ରେଙ୍ଗାଲି ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ଏକୋଇଶିଆ ପୂଜାରେ ହେଲା ନାମକରଣ
Advertisement

ରେଙ୍ଗାଲି ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ଏକୋଇଶିଆ ପୂଜାରେ ହେଲା ନାମକରଣ

ଆଜି ଏକୋଇଶିଆ ଅବସରରେ ହସପିଟାଲ କର୍ତ୍ତୃପକ୍ଷ କେକ୍ କାଟି ମିଠା ବଣ୍ଟନ କରିଥିଲେ । ବିଜୟିନୀର ଉଜ୍ୱଳ ଭବିଷ୍ୟତ କାମନା କରି ସ୍ଥାନୀୟ ଲୋକେ ଆଶୀର୍ବାଦ ଦେଇଥିଲେ ।

ରେଙ୍ଗାଲି ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ଏକୋଇଶିଆ ପୂଜାରେ ହେଲା ନାମକରଣ

ସମ୍ୱଲପୁର:  ରେଙ୍ଗାଲି ସ୍ଥିତ ଲାରିପାଲି ଜଙ୍ଗଲ ନିକଟରେ ଥିବା ଏକ ପରିତ୍ୟକ୍ତ ବୋରୱେଲରୁ ଗତ ୧୨ ଡିସେମ୍ୱରରେ ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିର ଏକୋଇଶିଆ ଉତ୍ସବ ପାଳନ ହୋଇଛି । ବୁର୍ଲା ବଡ଼ ଡାକ୍ତରଖାନାରେ ଏକୋଇଶିଆ ପାଳନ ସମୟରେ ଡାକ୍ତରମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିସହିତ ଶିଶୁଟିର ନାମକରଣ କରାଯାଇ ବିଜୟିନୀ ରଖାଯାଇଛି । ଡାକ୍ତରଖାନାର ସମସ୍ତ ସଦସ୍ୟ ଏହି ଏକୋଇଶିଆ ଉତ୍ସବକୁ ଖୁବ ଧୁମଧାମରେ ପାଳନ କରିଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ଶିଶୁ କନ୍ୟା ବିଜୟିନୀର ସ୍ୱାସ୍ଥ୍ୟବସ୍ଥାରେ ପୂର୍ବାପେକ୍ଷା ଯଥେଷ୍ଟ ସୁଧାର ଆସିଛି ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିଜୟିନୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ସେ ଏସଏନସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅଛି । ଆଜି ଏକୋଇଶିଆ ଅବସରରେ ହସପିଟାଲ କର୍ତ୍ତୃପକ୍ଷ କେକ୍ କାଟି ମିଠା ବଣ୍ଟନ କରିଥିଲେ । ବିଜୟିନୀର ଉଜ୍ୱଳ ଭବିଷ୍ୟତ କାମନା କରି ସ୍ଥାନୀୟ ଲୋକେ ଆଶୀର୍ବାଦ ଦେଇଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ଡିସେମ୍ୱର ୧୨ ତାରିଖରେ ଲାରିପାଲି ଜଙ୍ଗଲରେ ଥିବା ବୋରିଂ ମଧ୍ୟରୁ ଶିଶୁର କ୍ରନ୍ଦନ ସ୍ୱର ଶୁଭିବା ପରେ ଜଣାପଡିଥିଲା ଯେ, କେହିଜଣେ ନବଜାତ ଶିଶୁଟିକୁ ବୋରିଂ ଭିତରେ ଫିଙ୍ଗିଦେଇ ଚାଲିଯାଇଛି । ତୁରନ୍ତ ଏନେଇ ପ୍ରଶାସନକୁ ସୂଚନା ଦିଆଯିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଦୀର୍ଘ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ଉଦ୍ଧାରକାରୀ ଦଳ ।

Also Read- କୋଟିଆକୁ ନେଇ ପୁଣି ଚିନ୍ତା, ବଢୁଛି ଲକ୍ଷଣ ବିହୀନ ରୋଗୀଙ୍କ ସଂଖ୍ୟା

Also Read- Odisha Politics: ନୂଆ ବର୍ଷରେ ବିଜେଡିକୁ ଫେରିଲେ ବରିଷ୍ଠ ନେତା ଦାମୋଦର ରାଉତ