Advertisement
Article Detail0/zeeodisha/odisha2039064
Zee OdishaOdisha Stateରେଙ୍ଗାଲି ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ଏକୋଇଶିଆ ପୂଜାରେ ହେଲା ନାମକରଣ

ରେଙ୍ଗାଲି ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ଏକୋଇଶିଆ ପୂଜାରେ ହେଲା ନାମକରଣ

ଆଜି ଏକୋଇଶିଆ ଅବସରରେ ହସପିଟାଲ କର୍ତ୍ତୃପକ୍ଷ କେକ୍ କାଟି ମିଠା ବଣ୍ଟନ କରିଥିଲେ । ବିଜୟିନୀର ଉଜ୍ୱଳ ଭବିଷ୍ୟତ କାମନା କରି ସ୍ଥାନୀୟ ଲୋକେ ଆଶୀର୍ବାଦ ଦେଇଥିଲେ ।

ରେଙ୍ଗାଲି ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ଏକୋଇଶିଆ ପୂଜାରେ ହେଲା ନାମକରଣ

ସମ୍ୱଲପୁର:  ରେଙ୍ଗାଲି ସ୍ଥିତ ଲାରିପାଲି ଜଙ୍ଗଲ ନିକଟରେ ଥିବା ଏକ ପରିତ୍ୟକ୍ତ ବୋରୱେଲରୁ ଗତ ୧୨ ଡିସେମ୍ୱରରେ ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିର ଏକୋଇଶିଆ ଉତ୍ସବ ପାଳନ ହୋଇଛି । ବୁର୍ଲା ବଡ଼ ଡାକ୍ତରଖାନାରେ ଏକୋଇଶିଆ ପାଳନ ସମୟରେ ଡାକ୍ତରମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିସହିତ ଶିଶୁଟିର ନାମକରଣ କରାଯାଇ ବିଜୟିନୀ ରଖାଯାଇଛି । ଡାକ୍ତରଖାନାର ସମସ୍ତ ସଦସ୍ୟ ଏହି ଏକୋଇଶିଆ ଉତ୍ସବକୁ ଖୁବ ଧୁମଧାମରେ ପାଳନ କରିଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ଶିଶୁ କନ୍ୟା ବିଜୟିନୀର ସ୍ୱାସ୍ଥ୍ୟବସ୍ଥାରେ ପୂର୍ବାପେକ୍ଷା ଯଥେଷ୍ଟ ସୁଧାର ଆସିଛି ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିଜୟିନୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ସେ ଏସଏନସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅଛି । ଆଜି ଏକୋଇଶିଆ ଅବସରରେ ହସପିଟାଲ କର୍ତ୍ତୃପକ୍ଷ କେକ୍ କାଟି ମିଠା ବଣ୍ଟନ କରିଥିଲେ । ବିଜୟିନୀର ଉଜ୍ୱଳ ଭବିଷ୍ୟତ କାମନା କରି ସ୍ଥାନୀୟ ଲୋକେ ଆଶୀର୍ବାଦ ଦେଇଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ଡିସେମ୍ୱର ୧୨ ତାରିଖରେ ଲାରିପାଲି ଜଙ୍ଗଲରେ ଥିବା ବୋରିଂ ମଧ୍ୟରୁ ଶିଶୁର କ୍ରନ୍ଦନ ସ୍ୱର ଶୁଭିବା ପରେ ଜଣାପଡିଥିଲା ଯେ, କେହିଜଣେ ନବଜାତ ଶିଶୁଟିକୁ ବୋରିଂ ଭିତରେ ଫିଙ୍ଗିଦେଇ ଚାଲିଯାଇଛି । ତୁରନ୍ତ ଏନେଇ ପ୍ରଶାସନକୁ ସୂଚନା ଦିଆଯିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଦୀର୍ଘ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ଉଦ୍ଧାରକାରୀ ଦଳ ।

Add Zee News as a Preferred Source

Also Read- କୋଟିଆକୁ ନେଇ ପୁଣି ଚିନ୍ତା, ବଢୁଛି ଲକ୍ଷଣ ବିହୀନ ରୋଗୀଙ୍କ ସଂଖ୍ୟା

Also Read- Odisha Politics: ନୂଆ ବର୍ଷରେ ବିଜେଡିକୁ ଫେରିଲେ ବରିଷ୍ଠ ନେତା ଦାମୋଦର ରାଉତ

About the Author