(ଖୋର୍ଦ୍ଧା,ସୂର୍ଯ୍ୟ ନାରାୟଣ ମହାନ୍ତି )  Entertainment News: ‘୧୨୦୦ କାରିଗରରେ ଦାୟ ନା ଧର୍ମପଦରେ ଦାୟ’,ଏ ଉକ୍ତି ଟି ଶୁଣିଲେ ଧର୍ମପଦ କଥା ମନେ ପଡ଼ିଯାଏ । ଇତିହାସରେ ପ୍ରଥମ ସହୀଦର ମାନ୍ୟତା ପାଇଥିବା ଧର୍ମପଦ-କେବଳ ଜଣେ ୧୨ ବର୍ଷର ପିଲାର ନାଁ ନୁହେଁ, ଏକ ଇତିହାସ । ଓଡ଼ିଆ ଜାତି, କଳା ଓ ସଂସ୍କୃତିର ଏକ ଜୀବନ୍ତ ଇତିହାସ ଯାହା ଆଜି କୋଣାର୍କ ମନ୍ଦିର ରୂପେ ଓଡ଼ିଶାରେ ଠିଆ ହୋଇଛି । ହେଲେ ସେ ୧୨୦୦ କାରିଗରଙ୍କ ଜୀବନ ବଞ୍ଚାଇବାକୁ ନିଜର ପ୍ରାଣବଳୀ ଦେଇ ଇତିହାସରେ ଅମର ହେଇ ରହିଲେ ଧର୍ମପଦ । ସେହି ଇତିହାସକୁ ଆଜି ରୂପେଲି ପରଦାରେ ପୁଣି ଜୀବନ୍ୟାସ ଦେବାକୁ ଯାଉଛି ଜାସୋଦୀପ ପ୍ରଡକସନ୍ସ ।  ଏହି ଫିଲ୍ମର ନାଁ ରହିଛି ‘ଧର୍ମପଦ’(Odia film Dharmapada) । ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଫିଲ୍ମର ଟାଇଟେଲ୍ ଘୋଷଣା ହୋଇଛି। 


COMMERCIAL BREAK
SCROLL TO CONTINUE READING

Also Read: Sritam Das: ସ୍ବାସ୍ଥ୍ୟବସ୍ଥା ନେଇ ଏମିତି କହିଲେ ଡାକ୍ତର, ଆଜି ହୋଇପାରେ...


ତେବେ ଇତିହାସ ନୁହେଁ କିଛି ନିଛକ ସତ ଯାହା ଚୀନ ପରିବ୍ରାଜକଙ୍କ ହାତ ଲେଖାରୁ ଉଦ୍ଧୃତ, ସେହି କାହାଣୀ ଯାହା ଆଗରୁ କେହି କେବେ କହିନାହିଁ ବା କେହି ଶୁଣି ନାହିଁ, ସେହି ପରି କାହାଣୀକୁ ନେଇ ନିର୍ମିତ ହେଉଛି ‘ଧର୍ମପଦ’ ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ଦୀପକ ନାୟକ । ଫିଲ୍ମର ନିର୍ଦ୍ଦେଶନାରେ ଅଛନ୍ତି ଦକ୍ଷ ନିର୍ଦ୍ଦେଶକ ଅଜୟ ପାଢୀ । ଫିଲ୍ମ ର ଟାଇଟିଲ ଘୋଷଣା ହୋଇଯାଇଥିବା ସହିତ ମୁଖ୍ୟ କଳାକାର ଚୟନ ମଧ୍ୟ ଚାଲିଛି । ଖୁବ ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହେବ ଓ ଏହି ଫିଲ୍ମରେ ଦର୍ଶକ ଏକ ରୋମାଞ୍ଚ ଭରା କାହାଣୀ ଦେଖିବାକୁ ପାଇବେ ବୋଲି ମିଡିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।


ସତ ଘଟଣା ଉପରେ ଆଧାରିତ ଏହି ‘ଧର୍ମପଦ’ ଫିଲ୍ମ ର ଟାଇଟିଲ ଘୋଷଣା ଉତ୍ସବରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇଥିଲେ । ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମୀନକେତନ ପଟ୍ଟନାୟକ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଓ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ଭୁବନ ମୋହନ ଦାସ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ଆର. ଏନ୍. ଦାଶ, ମୁରର୍କା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ଶ୍ରୀ ସୁନୀଲ ମୁରାକା, ସୁଭାଦ୍ରା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ପାତ୍ର, କ୍ରୋମ ସାଗର ପ୍ରା.ଲି. ର ଏମଡି ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଥାଟୋଇ, ଏମଡି କଳିଙ୍ଗ ହସ୍ପିଟାଲ୍ ନୀଲଞ୍ଜନ ମୁଖାର୍ଜୀ, ଫିଲ୍ମର ନିର୍ଦ୍ଦେଶକ ଅଜୟ ପାଢ଼ୀ ପ୍ରଯୋଜକ ଦୀପକ ନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।