Sritam Das: ଓଲିଉଡ ଅଭିନେତା ଶ୍ରୀତମ ଦାସ ( Ollywood Actor and director Sritam Das)। ଏ-ହି ଅଭିନେତାଙ୍କୁ ନେଇ ଆସିଛି ଏକ ବଡ଼ ଖବର। ସୁଟିଂ ବେଳେ ଆହତ ହୋଇଛନ୍ତି ଅଭିନେତା। ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
Trending Photos
Sritam Das: ଓଲିଉଡ ଅଭିନେତା ଶ୍ରୀତମ ଦାସ ( Ollywood Actor and director Sritam Das)। ଏ-ହି ଅଭିନେତାଙ୍କୁ ନେଇ ଆସିଛି ଏକ ବଡ଼ ଖବର। ସୁଟିଂ ବେଳେ ଆହତ ହୋଇଛନ୍ତି ଅଭିନେତା। ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଙ୍କୀରେ ଫିଲ୍ମ 'ନବକଳେବର' (Nabakalebara)ର ସୁଟିଂ ଚାଲିଥିବା ବେଳେ ସେଟରେ ଆହତ ହୋଇଛନ୍ତି ( sritam das injured during shooting)।
Also Read: Tunnel: ୨୯ଟି ନିର୍ମାଣାଧୀନ ସୁଡ଼ଙ୍ଗର ସୁରକ୍ଷା ଅଡିଟ୍ କରିବ NHAI, ତାଲିକାରେ ରହିଛି ଓଡି଼ଶାର ଏହି ୨ଟି ଟନେଲ୍
Also Read: Train Cancelled Today: ୩୦ ଯାଏଁ ଚାଲିବନି ଏହି ଟ୍ରେନ୍, ନଜର ପକାନ୍ତୁ କେଉଁ ସବୁ ରୁଟରେ ମିଳିବନି ସେବା
ମିଳିଥିବା ସୂଚନା ମୂତାବକ, ଶ୍ରୀତମ ସୁଟିଂ କରୁଥିବା ବେଳେ ଏକ ଘୋଡାରୁ ଖସି ପଡିଥିଲେ। ସେଥିରେ ତାଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ତାଙ୍କ ହାତର ପ୍ଲାଷ୍ଟର ହୋଇଥିବା ବେଳେ ଆଜି ଅସ୍ତ୍ରୋପ୍ରଚାର ହେବାର ସମ୍ଭାବନା ରହିଛି। ତାଙ୍କ ଶରୀରର ଅନ୍ୟ ଅଙ୍ଗ ଗୁଡିକରେ ଆଘାତ ଲାଗିଥିଲେ ମଧ୍ୟ ସେ ବର୍ତ୍ତମାନ ବିପଦ ମୁକ୍ତ ଥିବା ଜଣାପଡିଛି। ଶ୍ରୀତମଙ୍କ ଅନେକ ଶୁଭଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଶ୍ରୀତମ ଦାସ ଓଲିଉଡ ଜଗତର ଜଣାଶୁଣା ନାଁ। ଓଡ଼ିଆ ଅଭିନେତା ଓ ନିର୍ଦ୍ଦେଶକ ଭାବେ ସେ ଖୁବ୍ ଖ୍ୟାତି ଅର୍ଜନ କରିଛନ୍ତି। ସେ ୬୦ରୁ ଉର୍ଦ୍ଧ ଓଡ଼ିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି । ତାଙ୍କର ଜନ୍ମ ଓଡ଼ିଶାର କଟକରେ ହୋଇଥିଲା । ସେ ୧୯୯୫ରେ ପ୍ରଥମେ ଓଡ଼ିଆ ସିନେମା 'ସାବିତ୍ରୀ'ରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏଯାବତ ଅନେକ ସଫଳ ସିନେମାରେ ସେ ଅଭିନୟ କରିଛନ୍ତି । 'ତୁ ଥାଆ ମୁଁ ଯାଉଚି ରୁଷି'ରେ କାହାଣୀକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ କାମ କରିସାରିଛନ୍ତି ।
"ତୁ ଥା ମୁଁ ଯାଉଛି ରୁଷି" ଫିଲ୍ମର ପ୍ରଯୋଜନା ସଂସ୍ଥା "ଷ୍ଟାର କନସଲଟାନ୍ସୀ"ର ଚିଟଫଣ୍ଡ କାରବାରରେ ଜଡ଼ିତ ଥିବାନେଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀତମଙ୍କୁ ୨୦୧୮ରେ ଜେରା ମଧ୍ୟ କରିଥିଲା । ରାଜନୀତି ବି ବେଶ୍ ସକ୍ରିୟ ଶ୍ରୀତମ୍ । ଶ୍ରୀତମ ବିଜେପିରେ ଯୋଗ ଦେଇଛନ୍ତି। ଗତ ପୌର ନିର୍ବାଚନରେ ଶ୍ରୀତମ ଦାସ୍ କଟକରୁ ମେୟର ପ୍ରାର୍ଥୀ ପାଇଁ ନିର୍ବାଚନ ଲଢିଥିଲେ। କିନ୍ତୁ ହାରି ଯାଇଥିଲେ।