Shourin Bhatt: ପୁଣି ବିବାଦରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ ।  ସୌରିନଙ୍କର ପୋଲିସ୍ ସହ ସରିଲା ଲୁଚାଛପା ଖେଳ । ସୌରିନଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି (Look out circular) କଲା କଟକ କମିଶନରେଟ ପୋଲିସ (Bhubaneswar–Cuttack Police Commissionerate) । କମିଶନରେଟ୍ ପୋଲିସ ଏଥର ସୌରିନଙ୍କୁ ଯେଉଁଠି ପାଇବ ସେଇଠି ଗିରଫ କରିବ । ସୋରିନଙ୍କୁ ଗିରଫ କରିବା ପାଇଁ ସୌରିନଙ୍କ ତାଙ୍କ କୋଲକୋତା ସ୍ଥିତ ବାସଭବନକୁ ଯାଇଥିଲା କମିଶନରେଟ୍ ପୋଲିସର(Commissionerate Police) ୪ଜଣିଆ ଟିମ୍ । ସେଠାରେ କୋଲକୋତା ପୋଲିସ୍ ସହାୟତାରେ ତାଙ୍କ ଘରେ ଚଢାଉ କରିଥିଲେ। କିନ୍ତୁ ସେଠାରେ ସୌରିନଙ୍କୁ ପାଇ ନଥିଲା ପୋଲିସ ।  ସୌରିନଙ୍କ ଘର ସମେତ ତିନୋଟି ସ୍ଥାନରେ ଛାପା ମାରିଥିଲା ପୋଲିସ୍ । ହେଲେ ତାଙ୍କୁ କୌଣସି ସ୍ଥାନରେ ପାଇ ନଥିଲା। ଫଳରେ ସେଠାରୁ ନିରାଶ ହୋଇ ଫେରିଥିଲା ପୋଲିସ୍ ।  ଏହା ପରେ କମିଶନରେଟ ପୋଲିସ ପକ୍ଷରୁ ସୌରିନଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି (Look out circular) ଜାରି କରିଛି ।  


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Budh Margi Gochar: ଏହି ଦିନରୁ ମାଲାମାଲ୍ ହେବେ ଏହି ୪ ରାଶି, ଧନ-ଐଶ୍ବର୍ଯ୍ୟରେ ଭରିଯିବ ଜୀବନ


ସୂଚନା ଅନୁସାରେ, ନିକଟରେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଜଣେ ଯୁବତୀ ଯୌନ ନିର୍ଯ୍ୟାତନା ଅଭିଯୋଗ (Shourin Bhatt Harassment Case)  ଆଣିଥିଲେ।  ଏନେଇ କଟକ ମହିଳା ଥାନାରେ କଣ୍ଠଶିଳ୍ପୀ ସୌରିନ ନାଁରେ ଯୁବତୀ ଜଣକ ଅଭିଯୋଗ କରିଥିଲେ।  ଯୁବତୀ ଜଣକ ଅଭିଯୋଗ ଆଣିଥିଲେ ଯେ, ଗୀତ ଗାଇବାକୁ ସୁଯୋଗ ଦେବାକୁ କହି ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସେ ମତେ ନିର୍ଯ୍ୟାତନା ଦେଇଛନ୍ତି । ପ୍ରଥମେ କଟକ (Cuttack) ଜଗତପୁର ଥାନାରେ ଅଭିଯୋଗ କରିବା ପରେ ଯୁବତୀ ଜଣକ କଟକ ମହିଳା ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି  । ସୂଚନା ମୁତାବକ ଅଭିଯୋଗ ଆଣିଥିବା ଯୁବତୀ ଜଣକ ବ୍ୟାଙ୍କ (Bank)ରେ ଚାକିରି କରନ୍ତି । ୮ ବର୍ଷ ଧରି ସେ ସୌରିନ ଭଟ୍ଟଙ୍କ ସହ ସମ୍ପର୍କ (Relation)ରେ ରଖିଥିଲେ । ଏପରିକି ଯୁବତୀଙ୍କ ଠାରୁ ସୌରିନ୍ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ନେଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ଦେଖାଇ ସୌରିନ ତାଙ୍କୁ ବ୍ଲାକଲମେଲ କରୁଥିଲେ ବୋଲି ଅଭିଯୋଗ ଆଣିଥିଲେ ଯୁବତୀ।   ଯୁବତୀଙ୍କ ଅଭିଯୋଗ ପରେ, ପୋଲିସ୍ ଛାନଭିନ୍ ଆରମ୍ଭ କରିଥିଲା। ଏବଂ ସୌରିନଙ୍କୁ ଗିରଫ କରିବା ପାଇଁ କୋଲକାତା ଯାଇଥିଲା। କିନ୍ତୁ ସେଠାରେ ପୋଲିସ୍  ଖାଲି ହାତରେ ଫେରିଥିଲା।  ପରେ ଏହି ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଥିଲେ ସୌରିନ୍ ଭଟ୍ଟ । ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ମଧ୍ୟ ଆବେଦନ କରିଥିଲେ । ହେଲେ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ କରିଛନ୍ତି ।