Budh Margi Gochar: ଏହି ଦିନରୁ ମାଲାମାଲ୍ ହେବେ ଏହି ୪ ରାଶି, ଧନ-ଐଶ୍ବର୍ଯ୍ୟରେ ଭରିଯିବ ଜୀବନ
Advertisement
Article Detail0/zeeodisha/odisha1865605

Budh Margi Gochar: ଏହି ଦିନରୁ ମାଲାମାଲ୍ ହେବେ ଏହି ୪ ରାଶି, ଧନ-ଐଶ୍ବର୍ଯ୍ୟରେ ଭରିଯିବ ଜୀବନ

Budh Margi Gochar: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି । ତେବେ,  ଗ୍ରହଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା କେତେକ ରାଶି ଉପରେ ଭଲ ପ୍ରଭାବ ପକାଇଥାଏ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, (Budh Margi Gochar) ୧୬ ସେପ୍ଟେମ୍ବର ବୁଧ ସିଂହ ରାଶିରେ ପ୍ରବେଶ କରିବେ।  ବୁଧଙ୍କ ସିଂହ ରାଶିକୁ ଚଳନ  କେତେକ ରାଶିକୁ ଶୁଭଫଳ ମିଳିବ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Budh Margi Gochar: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି । ତେବେ,  ଗ୍ରହଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା କେତେକ ରାଶି ଉପରେ ଭଲ ପ୍ରଭାବ ପକାଇଥାଏ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, (Budh Margi Gochar) ୧୬ ସେପ୍ଟେମ୍ବର ବୁଧ ସିଂହ ରାଶିରେ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ (Budh Margi Gochar) ବୁଦ୍ଧି, ତର୍କ , ବନ୍ଧୁତ୍ୱର ଓ ଅର୍ଥର କାରକ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଏବଂ ଶୁକ୍ର ବୁଧଙ୍କର ବନ୍ଧୁ ହୋଇଥିବାବେଳେ ଚନ୍ଦ୍ର ଏବଂ ମଙ୍ଗଳ ଏହାର ଶତ୍ରୁ ଅଟନ୍ତି। ଏହି ପରିପ୍ରେକ୍ଷୀରେ, ସିଂହରେ ରାଶିରେ ବୁଧଙ୍କ(Mercury Transit) ଚଳନ ଅତ୍ୟନ୍ତ ଶୁଭ । ଏବଂ ବୁଧଙ୍କ ସିଂହ ରାଶିକୁ ଚଳନ  କେତେକ ରାଶିକୁ ଶୁଭଫଳ ମିଳିବ। ଫଳରେ ସେମାନଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ।  ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

Also Read: Puri News: ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ , ଜାଣନ୍ତୁ କେଉଁ ସମୟରେ ହେବ ଏହି ନୀତି?
 
ମାଲେମାଲେ ହେବେ ଏହି ୪ ରାଶି:

ମିଥୁନ : ସିଂହରେ ରାଶିରେ ବୁଧଙ୍କ ଚଳନ ମିଥୁନ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ଖାସ୍ କରି ଏହି ସମୟରେ ସେମାନଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଦୂରେଇ ଯିବ। ବୈବାହିକ ଜୀବନ ସୁଖମୟ ହେବ।  ଏହି ସମୟରେ ଆପଣଙ୍କୁ ବିଦେଶରେ ଚାକିରି ପାଇଁ ଅଫର ମିଳିବ। ବୁଧଙ୍କ କୃପାରୁ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ହେବ । ଖାସ୍ କରି ଆପଣଙ୍କୁ ଏହି ଅବଧି ମଧ୍ୟରେ ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ରୋଜଗାର ପାଇଁ ବାଟ ଫିଟିବ। ବେକାରୀଙ୍କୁ ଚାକିରି ମିଳିବ। ଏହି ସମୟରେ ବ୍ୟବସାୟରେ ଆପଣଙ୍କୁ ଅଧିକ ଲାଭ ମିଳିବ। 

କର୍କଟ:  ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟ ସୁନା ଚମକିବ। ଆଶାୟୀମାନେ,  ଏହି ସମୟରେ ନୂଆ ଚାକିରି ପାଇଁ କୌଣସି ଅଫର ପାଇ ପାରନ୍ତି। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ମିଳିବ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ବି ମିଳିପାରେ। ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ସ୍ବାସ୍ଥ୍ୟ ଭର ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେଆସିବ।  ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି । 

କନ୍ୟା : ୧୬ ସେପ୍ଟେମ୍ବର ଠାରୁ ଏହି ରାଶିଙ୍କ ଭାଗ୍ୟ ଖୋଲିଯିବ। ଚାକିରି ଆଶାରେ ଥିବା ଲୋକଙ୍କୁ ସଫଳତା ମିଳିବ। ଏବଂ କାର୍ଯ୍ୟାଳୟରେ ପଦୋନ୍ନତି ନେଇ ଯୋଗ ରହିଛି । କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ସମୟରେ ଶୁଭଫଳ ପାଇବେ। ଅବିବାହିତ ମାନଙ୍କ ପାଉଁ ଭଲ ପ୍ରସ୍ତାବ ଆସିପାରେ। ଏହି ସମୟରେ  ଆପଣ ନୂଆ ସମ୍ପତ୍ତି, ଘର ଓ ଗାଡି଼ ମଧ୍ୟ କ୍ରୟ କରିପାରିବ। ଦିର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ମଧ୍ୟ ଆପଣଙ୍କୁ ମିଳିବ। ପାରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଜୀବନସାଥୀଙ୍କ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସହଯୋଗ କରିବେ। 

ବିଛା: ସିଂହରେ ରାଶିରେ ବୁଧଙ୍କ ଚଳନ ବିଛା ରାଶିର ଲୋକଙ୍କୁ ମାଲାମାଲ୍ କରିଦେବ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଏହି ସମୟରେ ବୁଧଙ୍କ କୃପା ଲାଭ କରିବେ। ଏହି ସମୟରେ ଆପଣ ନୂଆ ବ୍ୟବସାୟ ଆରମ୍ଭ କଲେ ଆପଣଙ୍କୁ ଅଧିକ ଲାଭ ମିଳିବ। ପୁରୁଣା ବିବାଦର ସମାଧାନ ହେବ। ନୂତନ ଗାଡି଼ କ୍ରୟ କରିବାର ସମ୍ଭାବନା ରହିଛି । ବିଦେଶ ଯାତ୍ରାର ଯୋଗ ବି ରହିଛି । ବ୍ୟବସାୟର ଆୟ ବଢିବା ସହ ସୁମମ୍ବାଦ ମିଳିବ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)