Odia film Pratiksha: ଓଲିଉଡ୍ ନିର୍ମାତା ମାନେ ଗତ କିଛି ବର୍ଷ ହେବ ଦର୍ଶକଙ୍କୁ ଭଲ ସିନେମା ଭେଟି ଦେଉ ନାହାଁନ୍ତି । ଫଳରେ ଦର୍ଶକ ଓଡିଆ ସିନେମା ପ୍ରତି ସେମାନଙ୍କ ଭଲ ପାଇବା ଦିନକୁ ଦିନ କମିବାରେ ଲାଗିଛି। ଓଲିଉଡ ଇଣ୍ତଷ୍ଟ୍ରି ଏକ ପ୍ରକାର ଦୁର୍ଦ୍ଦିନରେ ଗତି କରୁଛି କହିଲେ ଅତୃକ୍ତି ହେବ ନାହିଁ । ହେଲେ ଏହାରି ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' ଗୋଆ ଠାରେ ଆୟୋଜିତ ହେବାକୁ ଥିବା ୫୩ତମ ଇଣ୍ଡିଆ ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଫିଚର ଫିଲ୍ମ ଶ୍ରେଣୀରେ ପ୍ରଦର୍ଶନ ଲାଗି ମନୋନୀତ ହୋଇଛି। ଯାହା ପୁରା ଓଡ଼ିଶା ପାଇଁ ଗୌରବର ବିଷୟ। ଚଳଚ୍ଚିତ୍ରର ନିର୍ମାତା, ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ଏ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 


COMMERCIAL BREAK
SCROLL TO CONTINUE READING

 



୫୩ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଫିଚର ଫିଲ୍ମ ଶ୍ରେଣୀରେ ଏକମାତ୍ର ଓଡ଼ିଆ ଚଳଚିତ୍ର 'ପ୍ରତୀକ୍ଷା' ସ୍କ୍ରିନିଂ ଲାଗି ମନୋନୀତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତରଫରୁ ଘୋଷଣା ଅନୁଯାୟୀ ଗୋଆ ଠାରେ ଆସନ୍ତା ନଭେମ୍ବର ୨୦ ରୁ ୨୮ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଚଳଚିତ୍ର ମହୋତ୍ସବରେ ଅମିୟ ପଟ୍ଟନାୟକ ପ୍ରଡ଼କସନ ଦ୍ୱାରା ନିର୍ମିତ ଚଳଚିତ୍ର ‘ପ୍ରତୀକ୍ଷା’ ପ୍ରଦର୍ଶନ ହେବ। ଇଣ୍ଡିଆନ ପାନୋରମା ୨୦୨୨ରେ ସ୍କ୍ରିନିଂ ଲାଗି ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାର ସମୁଦାୟ ୨୫ଟି ଫିଚର ଫିଲ୍ମ ଏବଂ ୨୦ଟି ଅଣଫିଚର ଫିଲ୍ମକୁ ସ୍ଥାନ ମିଳିଛି। ବିଭିନ୍ନ ଭାଷାରେ ନିର୍ମିତ ୩୫୬ଟି ଚଳଚିତ୍ର ମଧ୍ୟରୁ ସ୍କ୍ରିନିଂ ଲାଗି ମାତ୍ର ୨୫ଟି ଫିଚର ଫିଲ୍ମକୁ ମନୋନୀତ କରାଯାଇଛି ।


ଏହାବି ପଢନ୍ତୁ :Janhvi Kapoor Boney Kapoor Funny Video: 'ବାପା ଝିଅ' ସମ୍ପର୍କକୁ ବଦଳାଇବାକୁ ଚାହୁଁଛନ୍ତି ବୋନି କପୁର, କହିଲେ ଜାହ୍ନବୀ ମୋର...


ଏହାବି ପଢନ୍ତୁ :Pushpa 2: 'ପୁଷ୍ପା ୨'ର ସୁଟିଂ ଆରମ୍ଭ, ଏହି ଦିନ ରିଲିଜ୍ ହେବ ଫିଲ୍ମ
 
ଓଡିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା'ର ଟ୍ରେଲର ରିଲିଜ୍ ହୋଇଛି । ୩ ମିନିଟ୍ ୬ ସେକେଣ୍ତରେ ଟ୍ରେଲରଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି ।  ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୨ ତାରିଖରେ ରିଲିଜ୍ ହେବ । ଚଳଚ୍ଚିତ୍ର 'ପ୍ରତୀକ୍ଷା'ର ଟ୍ରେଲର ଓ ଅଡିଓ ରିଲିଜ୍‌ ନିକଟରେ ହୋଇଛି । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଦ୍ୱିପାନ୍ୱିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୁପମ୍ବିକା ନାୟକ, ସୁଶୀଳ ମିଶ୍ର, ରୋସନ ବିଶୋୟୀ, ଦୀପକ ଉପାଧ୍ୟାୟ ଏବଂ ସ୍ୱତନ୍ତ୍ର ଭୂମିକାରେ ସିଦ୍ଧାନ୍ତ ମହାପାତ୍ର ଅଛନ୍ତି। ଓଡିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା ଏକ ଫ୍ୟାମିଲି ଡ୍ରାମା ଉପରେ ଆଧାରିତ ।  କିଭଳି ଜଣେ ମଧ୍ୟବିତ ପରିବାର ଯୁବକ ସରକାରୀ ଚାକିରୀ ପଛରେ ଧାଇଁ ନୀରାଶ ହେଉଛି । ରୋଜଗାର ଲାଗି ସଂଘର୍ଷ କରୁଛି , ଘରେ ବୃଦ୍ଧ ବାପାଙ୍କ ଚିନ୍ତା, ବାହାଘର ଲାଗି ଅପେକ୍ଷାରତ ପ୍ରେମିକା ଏବଂ ଶେଷରେ ପରିବାରର ଏକମାତ୍ର ରୋଜଗାରିଆ ପିତାଙ୍କର ମୃତ୍ୟୁ ପରିସ୍ଥିତିର କାହାଣୀ ପ୍ରଦର୍ଶିତ ହୋଇଛି।