Entertainment News: ମନ କିଣୁଛି ସୁନାଝିଅ
ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଦର୍ଶକଙ୍କୁ କିଛି ନୂଆ ଦେଖେଇବା ପ୍ରୟାସ ସବୁବେଳେ ଜାରି ରଖିଥାଏ l ଦର୍ଶକଙ୍କ ରୁଚି ଅନୁସାରେ ସୃଜନଶୀଳତା ଦୃଷ୍ଟିରୁ ପରିକଳ୍ପନା କରି ସଫ
ଭୁବନେଶ୍ୱର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଦର୍ଶକଙ୍କୁ କିଛି ନୂଆ ଦେଖେଇବା ପ୍ରୟାସ ସବୁବେଳେ ଜାରି ରଖିଥାଏ l ଦର୍ଶକଙ୍କ ରୁଚି ଅନୁସାରେ ସୃଜନଶୀଳତା ଦୃଷ୍ଟିରୁ ପରିକଳ୍ପନା କରି ସଫଳ ମଧ୍ୟ ହୋଇଛି l ସେହି ପରିପ୍ରେକ୍ଷୀରେ ଜୀ-ସାର୍ଥକ ପ୍ରସାରିତ ମେଗା ଧାରାବାହିକ 'ସୁନା ଝିଅ' ଓଡିଆ ଦର୍ଶକଙ୍କ ସୁନା ଝିଅ ହେବାରେ ସଫଳ ହୋଇଛି ।
ଗୀତାଞ୍ଜଳି ମାନସିଂହ ଏବଂ ତାଙ୍କର ତିନି ଝିଅ ପ୍ରିୟା, ପଲ୍ଲଭି ଏବଂ ପୁରଭିଙ୍କୁ ନେଇ ଏହି କାହାଣୀ ବର୍ତମାନ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସକ୍ଷମ ହୋଇଛି । ତେବେ ଝିଅ ପ୍ରିୟାର ଓ ବିଷ୍ଣୁଙ୍କ ବିବାହ ପରବର୍ତୀ ଯାତ୍ରାକୁ ନେଇ କାହାଣୀଟି ସଫଳତାର ସହ ଆଗେଇ ଚାଲିଛି । ଦୀର୍ଘ ୨୫ ବର୍ଷର ସଂଘର୍ଷ ପରେ ପ୍ରିୟା ବର୍ତ୍ତମାନ ଜଣେ ବ୍ଲକ ଉନ୍ନୟନ ଅଧିକାରୀ ବା ବିଡିଓ ହୋଇପାରିଛନ୍ତି କିନ୍ତୁ ଏହି ଜୀବନ ଯାତ୍ରାରେ ସେ ହରାଇଛନ୍ତି ନିଜ ପିଲାକୁ । ସେପଟେ ଅନେକ ବାଦ ବିବାଦ ଓ ଅନେକ ବିଶୃଙ୍ଖଳା ପରେ ଶେଷରେ ବିଷ୍ଣୁ ଏବଂ ପ୍ରିୟା ଏକାଠି ହୋଇଛନ୍ତି ଓ ପ୍ରିୟା ନିଜ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ଦେବରାଜ ପ୍ରିୟା ନାମରେ କିଛି ଟଙ୍କା ରୋଜଗାର କରିବାକୁ ଯୋଜନା କରିଛନ୍ତି କିନ୍ତୁ ବିଫଳ ହୋଇଛନ୍ତି ଓ ଅଜାଣତରେ ଆହତ ହୋଇଛନ୍ତି ଏବଂ ଏଥିପାଇଁ ବିଷ୍ଣୁଙ୍କ ସହ ପ୍ରିୟା କୁ ପରିବାରର ସମସ୍ତ ସଦସ୍ୟ ଦାୟୀ କରିଛନ୍ତି । ତେବେ ଦେବରାଜ ଓ ନେତ୍ରା ଦ୍ବାରା ସୃଷ୍ଟି ହେଉଥିବା ଏହି ପରି ସମସ୍ୟାର ସମାଧାନ ପ୍ରିୟା କିପରି କରିବ ତାକୁ ନେଇ କାହାଣୀର ଅଗ୍ରଗତି ହେଉଛି ।
ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ, ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇଛି ଆସିଛି ସେହି ପରି ଏହି କାହାଣୀ 'ସୁନା ଝିଅ' ଯେଉଁଥିରେ ବିଷ୍ଣୁଙ୍କ ଓ ସହ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ ଏହି କାହାଣୀ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେଇଛି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।