DAMaN Hindi Dubbing, ନୂଆଦିଲ୍ଲୀ: ଓଡିଶାରେ ଲାଗିଥିବା ଦମନ ନିଆଁ ଏବେ ଦକ୍ଷିଣ ଭାରତରେ ବ୍ୟାପିବାକୁ ଯାଉଛି। ଓଡିଆରେ ବ୍ୟାପକ ସଫଳତା ପରେ 'ଦମନ'କୁ ହିନ୍ଦୀରେ ରିଲିଜ୍ କରିବାକୁ ମେକର୍ସ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ପ୍ରାୟ ଶେଷ ହୋଇଯାଇଛି। ମୁମ୍ୱାଇରେ ଫିଲ୍ମର ଡବିଂ କରାଯିବ।
ଫିଲ୍ମର ଡବିଂ ପାଇଁ ନିଜ ଟିମ ସହ ଅଭିନେତା ବାବୁଶାନ ମହାନ୍ତି ମୁମ୍ବାଇ ପହଞ୍ଚିଥିବା ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା, ଦମନର ହିନ୍ଦୀ ଡବ୍ କେବେ ରିଲିଜ ହେବ ଓ କିଏ ବାବୁଶାନଙ୍କ କଣ୍ଠଦାନ କରିବେ?


COMMERCIAL BREAK
SCROLL TO CONTINUE READING

ଅବିଶ୍ୱାସନୀୟ ଭାବେ ଓଡିଆ ଫିଲ୍ମ ଦମନ ସଫଳତା ଅର୍ଜନ କରିଛି। କେବଳ ଓଡିଶା ନୁହଁ, ରାଜ୍ୟ ଓ ଦେଶ ବାହାରେ ଫିଲ୍ମ ଦମନକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି। ଫିଲ୍ମ ଏବେ ହିନ୍ଦୀରେ ଡବ୍ ହେବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଫିଲ୍ମର ଡବିଂ ପାଇଁ ଅଭିନେତା ବାବୁଶାନ ମହାନ୍ତି ମୁମ୍ବାଇ ପହଞ୍ଚିଛନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ଦମନ' ହିନ୍ଦୀରେ ଆସିବ। ଗୀତ ଗୁଡିକ ମଧ୍ୟ ହିନ୍ଦୀରେ ହେବ କିନ୍ତୁ ସ୍ଥାନୀୟ ଭାଷାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। । ଫିଲ୍ମ ପଲିସ୍ କରାଯିବ ଯେଉଁଠି ଆବଶ୍ୟକ, ସେଇଠି ଏଡିଟ୍ ହେବ।


Also Read: Daman: ବଲିଉଡକୁ ଟକ୍କର ଦେବ 'ଦମନ', ହିନ୍ଦିରେ ଆସିବ ଫିଲ୍ମ


ବାବୁଶାନ ଏହା ମଧ୍ୟ କହିଛନ୍ତି ଯେ, ହିନ୍ଦୀରେ ଦମନକୁ ଦେଶବ୍ୟାପୀ ୪୫୦ରୁ ୫୦୦ ସ୍କ୍ରିନରେ ରିଲିଜ କରାଯିବ। ଫିଲ୍ମରେ ବାବୁଶାନଙ୍କ ପାଇଁ ଲୋକପ୍ରିୟ ଭଏସ ଆର୍ଟିଷ୍ଟ ସଙ୍କେତ ମାତ୍ରେ କିମ୍ବା ରାଜେଶ ଖଟ୍ଟର କଣ୍ଠଦାନ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେଥିରେ ବାବୁଶାନ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବାବୁଶାନ ନିଜେ ନିଜପାଇଁ କଣ୍ଠଦାନ କରିବେ। କୁହାଯାଉଛି ଯେ, କାନ୍ତାରାର ହିନ୍ଦୀ ଡବିଂ ପାଇଁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଦମନର ବଜେଟ୍ କମ ଥିବାରୁ ନିଜେ ଅଭିନେତା ଏହି ଡବିଂ କରିବେ। ବାବୁଶାନ ଖୁବ ସୁନ୍ଦର ଭାବେ ହିନ୍ଦୀ କହିପାରନ୍ତି, ତେଣୁ ଡବିଂରେ ସେମିତି କିଛି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି।


ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ଫିଲ୍ମ କେବେ ହିନ୍ଦୀରେ ରିଲିଜ୍ ହେବ? ଦମନର ମେକର୍ସ କିମ୍ବା ଅଭିନେତା ସ୍ପଷ୍ଟ କରିନାହାନ୍ତି କି, ଫିଲ୍ମ କେବେ ହିନ୍ଦୀରେ ଆସିବ। ବର୍ତ୍ତମାନର ସ୍ଥିତି ଦେଖି ଏହା କୁହାଯାଇ ପାରିବ ଯେ, ଚଳିତ ମାସରେ ଦମନ, ହିନ୍ଦୀରେ ରିଲିଜ ହେବାର କୌଣସି ସମ୍ଭାବନା ନାହିଁ। କାରଣ ନଭେମ୍ବର ୧୮ରେ ବହୁପ୍ରତିକ୍ଷୀତ ସସ୍ପେନ୍ସ ଓ ଥ୍ରୀଲର ଫିଲ୍ମ 'ଦ୍ରିସମ-୨' ଓ ୨୫ ତାରିଖରେ 'ଭେଡିଆ' ରିଲିଜ ହେବାକୁ ଯାଉଛି। ତେଣୁ ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଦମନକୁ ସ୍କ୍ରିନ ମିଳିବା ପ୍ରାୟ ସମ୍ଭବ ନୁହଁ। କିନ୍ତୁ ନଭେମ୍ବର ଶେଷ ବେଳକୁ ଟ୍ରେଲର ଓ ଡିସେମ୍ବରରେ ମିଡରେ ଫିଲ୍ମ ଆସିପାରେ।


Also Read: Daman Review: ଓଡିଆ ଫିଲ୍ମ ଜଗତ ପାଇଁ ସଞ୍ଜୀବନୀ 'ଦମନ'


ଓଡିଶା ବ୍ୟତୀତ ଦକ୍ଷିଣ ଭାରତରେ ଦମନ, ଦମଦାର ପ୍ରଦର୍ଶନ କରୁଛି। କିନ୍ତୁ ହିନ୍ଦୀ ବେଲ୍ଟରେ ଫିଲ୍ମକୁ ସେତି ସ୍କ୍ରିନ ମିଳିପାରି ନାହିଁ। ନଭେମ୍ବର ୧୧ରେ ଓଡିଶା ବାହାରେ ରିଲିଜ ହୋଇଥିବା ଫିଲ୍ମ ଦମର ସ୍କ୍ରିନକୁ ଉତ୍ତର ଭାରତରେ ଧୀରେ ଧୀରେ ହ୍ରାସ କରାଯାଇଛି। କିନ୍ତୁ ଅନ୍ୟପକ୍ଷରେ ସାଉଥରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ଦମନ ଓଡିଉଡର ପ୍ରଥମ ଫିଲ୍ମ ହେବ ଯାହାକୁ ନେଇ ଭାରତ ବ୍ୟପୀ ଚର୍ଚ୍ଚା ଚାଲୁଛି। ଆଗାମୀ ଦିନର ବ୍ୟବସାୟକୁ ଦେଖି ଦମନକୁ ପାନ ଇଣ୍ଡିଆ ସ୍ତରରେ ରିଲିଡ କରିବାକୁ ମେକର୍ସ ବିଚାର କରୁଥିବା ନେଇ ଆଲୋଚନା ହେଉଛି।