Ollywood News: ବଡ଼ ପରଦାରେ ଆସନ୍ତା ୧୩ ତାରିଖ ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର"ଆଭା" । ଏକ ତାରକା ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତାରିଖ ଘୋଷଣା ହୋଇଥିବା ବେଳେ ଆଭା ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ ହୋଇଯାଇଛି । ଜଣେ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ନିର୍ମାଣ ହୋଇଛି ଆଭା ଚଳଚ୍ଚିତ୍ର। ଏହି କାର୍ଯ୍ୟକ୍ରମରେ ଆଭାର ପ୍ରଯୋଜକ ପ୍ରବୀର ମହାପାତ୍ର ଏହାର ମୁକ୍ତିଲାଭ ତାରିଖ ଘୋଷଣା କରିବା ସହ ଚଳଚ୍ଚିତ୍ରର ମୂଳ ଲକ୍ଷ୍ୟ ସମ୍ପର୍କରେ କହିଥିଲେ । ସମାଜକୁ କିଛି ଭଲ ବାର୍ତ୍ତା ଦେବା ପାଇଁ ଆମେ ଆମର କାମ କରିଛୁ ଏବେ ଦର୍ଶକଙ୍କ ଦାୟିତ୍ୱ ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ଉପଭୋଗ କରି ଭଲ ମନ୍ଦ ମତାମତ ଦେବେ ବୋଲି ପ୍ରବୀର କହିଥିଲେ ।


COMMERCIAL BREAK
SCROLL TO CONTINUE READING

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ପ୍ରବୀର ମହାପାତ୍ର, ଅଭିନେତା ବିଶାଲ, ଅଭିନେତ୍ରୀ ମାମାଲି, ସହ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ, ଆଭା ଚଳଚ୍ଚିତ୍ରରେ ଆଭା ଚରିତ୍ରରେ ଅଭିନୟ କରିଥିବା ସୋନା ମଲ୍ଲିକଙ୍କ ସମେତ ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ମାର୍କେଟିଙ୍ଗ୍ ଓ ପିଆର୍  ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇଥିଲେ । ସୋନା ଏହି ଅବସରରେ ଯୋଗ ଦେଇ କହିଥିଲେ କି, ଏହି ଚରିତ୍ର ନିଭାଇବା ମୋ ପାଇଁ ବହୁତ କଷ୍ଟ ଥିଲା । ଏଭଳି ଏକ କାହାଣୀକୁ ଅଣିଥିବାରୁ ମୁଁ ପ୍ରଥମେ ପ୍ରଯୋଜକଙ୍କୁ ଧନ୍ୟବାଦ ଦେବି । ଏହା ମୋ ପାଇଁ ନୂଆ ଏଥିରେ ବହୁତ ଅଭିଜ୍ଞ ଲୋକ ଅଛନ୍ତି ତେଣୁ ସେମାନଙ୍କ ସହ କାମ କରିବା ମୋ ପାଇଁ ସ୍ବପ୍ନ ପରି ଥିଲା । ଫିଲ୍ମଟିକୁ ନିଶ୍ଚୟେ ଦର୍ଶକେ ପସନ୍ଦ କରିବେ ବୋଲି ସୋନା ଆଶା ରଖିଛନ୍ତି । ଏଥିସହ ସିନେମାରେ ସୁଯୋଗ ପାଇଥିବାରୁ ସେ ନିଜକୁ ଧନ୍ୟ ମନେ କରିଛନ୍ତି ।


ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଓମ୍ ବାବା ପ୍ରଡକସନ୍ସ ଏକ ନୂଆ ସ୍ୱାଦର ସିନେମା । ଆଭା ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଭାବେ ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ ଅଭିନୟ କରିଛନ୍ତି । ତାଙ୍କ ସହିତ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର , ଶ୍ଵେତା ଆଚାର୍ଯ୍ୟଙ୍କ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି । ଆଭା ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ । ଭିନ୍ନକ୍ଷମ ହେଲେ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ଯାହା ସମାଜକୁ ଏକ ପ୍ରକାର ଶିକ୍ଷା ମିଳିବ ତାରି ଉପରେ ଆଧାରିତ ଚଳଚ୍ଚିତ୍ର ଆଭା । ଏହି ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗ୍ରାମର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି । ୪୨ ଡିଗ୍ରୀ ତାପମାତ୍ରାରେ, ସମସ୍ତ ଟେକ୍ନିସିଆନ୍ସ ନୂତନ ଧରଣର ଚଳଚ୍ଚିତ୍ର ଟିଏ ନିର୍ମାଣ କରିବା ପାଇଁ ଚେଷ୍ଟା କରିଛନ୍ତି । ସଂଳାପ ରଚନା କରିଛନ୍ତି ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ । ଚଳଚ୍ଚିତ୍ରର ଫଟୋଗ୍ରାଫି ନିର୍ଦ୍ଦେଶକ ଚିତ୍ତରଞ୍ଜନ ବିଶ୍ୱାଳ, ନିର୍ଦ୍ଦେଶକ ପ୍ରଲବ ରୟ, କାର୍ଯ୍ୟକାରୀ ପ୍ରଯୋଜକ ସତ୍ୟ ପ୍ରକାଶ ସାହୁ ଏହି ଚଳଚ୍ଚିତ୍ରକୁ ନେଇ ବହୁତ ଆଶାବାଦୀ । ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶିତ  ଚମତ୍କାର ଗୀତ ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ସ୍ୱାଦର ରସର ଚିନ୍ତା କରିବାକୁ ଶିଖାଇବ । ସ୍କ୍ରିପ୍ଟ, ସ୍କ୍ରିନ୍ ପ୍ଲେ ଏବଂ ଡିରେକସନ ପଲ୍ଲଵ ରୟ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି। ଏହି ଚଳଚ୍ଚିତ୍ର ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜ ରେ ସୁପ୍ରଭାବ ପକାଇବ।


Also Read- Shukra Gochar 2024: ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ, କାଲିଠୁ ବଦଳିବ ୩ ରାଶିର ଭାଗ୍ୟ


Also Read- ବଢୁଛି ରେଭେନ୍ସା ନାଁ ପରିବର୍ତ୍ତନ ବିବାଦ, ବିଜେପିକୁ ଟାର୍ଗେଟ୍ କଲେ ବିରୋଧି