Advertisement
Photo Details/zeeodisha/odisha2410150
photoDetails0hindi

Shukra Gochar 2024: ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ, କାଲିଠୁ ବଦଳିବ ୩ ରାଶିର ଭାଗ୍ୟ

Shukra Gochar Nakshatra Parivartan 2024: ଶୁକ୍ରଙ୍କୁ ଧନ, ଭାଗ୍ୟ, ଆକର୍ଷଣ, ପ୍ରେମ ଏବଂ ଗୌରବ ପ୍ରଦାନକାରୀ ଗ୍ରହ ଭାବେ ବିବେଚନା କରାଯାଏ । ରାଶିରେ ଶୁକ୍ରଙ୍କ ସ୍ଥିତି ଭଲ ଥିଲେ ବ୍ୟକ୍ତି ଜୀବନରେ କେବେବି ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଏ ନାହିଁ । ଜଣେ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ଜୀବନ ଉପଭୋଗ କରିଥାଏ । ଧନ ଜୀବନ ସାରା ବୃଦ୍ଧି ପାଇଥାଏ ।

1/5

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ ମସିହା ସେପ୍ଟେମ୍ୱର ୨ ତାରିଖ ସକାଳ ୫ଟା ୨୦ ମିନିଟ୍ ସମୟରେ ଶୁକ୍ର ହସ୍ତା ନକ୍ଷତ୍ରରେ ଚଳନ କରିବେ । ହସ୍ତା ନକ୍ଷତ୍ର ହେଉଛି ୧୩ ତମ ନକ୍ଷତ୍ର । ଏହା ପରେ ପୁଣିଥରେ ସେପ୍ଟେମ୍ବର ୧୩ ତାରିଖ ଦିନ ଶୁକ୍ର ପୁନର୍ବାର ନକ୍ଷତ୍ର ପରିବର୍ତ୍ତନ କରି ଚିତ୍ରା ନକ୍ଷତ୍ରରେ ଚଳନ କରିବେ ।

2/5

ସିଂହ ରାଶି

ହସ୍ତା ନକ୍ଷତ୍ରରେ ଶୁକ୍ରଙ୍କ ଚଳନ କାରଣରୁ ଆପଣ ଉପକୃତ ହେବେ । ଜୀବନରେ ସଫଳତା ପାଇବା ପାଇଁ ଆପଣ ଅନେକ ନୂଆ ସୁଯୋଗ ପାଇବେ । ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳିପାରେ । ବ୍ୟବସାୟୀମାନେ ସଫଳତା ହାସଲ କରିବେ । ଜୀବନରୁ ନକରାତ୍ମକ ପ୍ରଭାବ ଏହି ସମୟ ମଧ୍ୟରେ ଦୂରେଇଯିବ ।

3/5

କନ୍ୟା ରାଶି

ଆପଣଙ୍କ ପାଇଁ ଶୁକ୍ରଙ୍କ ପ୍ରଭାବ ଭଲ ରହିବ । ବନ୍ଧୁଙ୍କ ସହିତ ଭଲ ସମୟ ବିତାଇବାକୁ ସମର୍ଥ ହେବେ । ବିଚାରାଧୀନ ଥିବା କାର୍ଯ୍ୟ ଶୀଘ୍ର ସମାପ୍ତ ହେବ । ମାଆ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଆପଣଙ୍କୁ ମିଳିବ । ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।

4/5

ମକର ରାଶି

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କୁ ସଫଳତା ଆଣିଦେବ । ବିବାହରେ ଥିବା ବାଧା ଦୂର ହେବ । ଆପଣ ହଠାତ୍ ଆର୍ଥିକ ଲାଭ ପାଇପାରନ୍ତି । ଆପଣ ଟଙ୍କା ସମସ୍ୟାରୁ ମୁକ୍ତି ପାଇବେ । ଦୂରଯାତ୍ରାରୁ ମଧ୍ୟ ଆପଣଙ୍କୁ ଶୁଭଫଳାଫଳ ମିଳିବ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)