Ponniyin Selvan:I Film : ଫିଲ୍ମ ଫ୍ରାଇଡେରେ  ଅର୍ଥାତ ସେପ୍ଟେମ୍ବର ୩୦ରେ ପରଦାକୁ ଆସିଛି‘ପୋନିୟିନ୍ ସେଲଭାନ୍’(Ponniyin Selvan:I)। ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ପ୍ରଥମ ଦିନରେ ଫିଲ୍ମଟି ଭଲ କଲେକସନ କରିଥିବା ବେଳେ  ଆଗାମୀ ଦିନରେ ଫିଲ୍ମ ବିକ୍ରମବେଧାକୁ ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି ।    ମଣି ରତ୍ନମଙ୍କ ନିର୍ଦ୍ଦେଶକ ଔପନ୍ୟାସିକ ଫିଲ୍ମ ‘ପୋନିୟିନ୍ ସେଲଭାନ୍’(Ponniyin Selvan:I)ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ବିକ୍ରମ, ଜୟମ ରବି, କାର୍ତ୍ତି, ତ୍ରିଶା ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫିଲ୍ମରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ଦକ୍ଷିଣରୁ ହିନ୍ଦୀ ଭର୍ସନ ପର୍ଯ୍ୟନ୍ତ ଭଲ ପ୍ରତିକ୍ରିୟା ମିଳିଛି। ପ୍ରଥମ ଦିନରେ ଫିଲ୍ମଟି ବହୁତ ଭଲ କାମ କରିଥିବାବେଳେ ଏବେ ଏହାର ଦ୍ୱିତୀୟ ଦିନର କଲେକ୍ସନ୍ ମଧ୍ୟ ସାମ୍ନାକୁ ଆସିଛି ।ଏହି ଚଳଚ୍ଚିତ୍ରର କାହାଣୀ କାଲକି କୃଷ୍ଣମୂର୍ତ୍ତିଙ୍କ ଦ୍ୱାରା ଲିଖିତ ଉପନ୍ୟାସ ଉପରେ ଆଧାରିତ । ଏହି ହେଉଛି ଏକ ମଲ୍ଟିଷ୍ଟାର୍ ଚଳଚ୍ଚିତ୍ର। ଯେଉଁଥିରେ ସାଉଥ୍‌ରୁ ବଲିଉଡ ପର୍ଯ୍ୟନ୍ତ ଜଣାଶୁଣା ଅଭିନେତାମାନେ ନଜର ଆସିଛନ୍ତି । ଏହା ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଛି । 


COMMERCIAL BREAK
SCROLL TO CONTINUE READING


ଏହି ଫିଲ୍ମ ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସରେ ୩୬.୫ କୋଟି ଟଙ୍କା ରୋଜଗାର କରିଛି । ଏବେ ଫିଲ୍ମର ଦ୍ୱିତୀୟ ଦିନର ସଂଗ୍ରହ ମଧ୍ୟ ବାହାରକୁ ଆସିଛି । ଫିଲ୍ମ ‘PS1’ହେଉଛି ଐତିହାସିକ ଡ୍ରାମା, ଯାହାର କାହାଣୀ ଚୋଳ ସାମ୍ରାଜ୍ୟର ଇତିହାସ ଉପରେ ଆଧାରିତ । ଦ୍ୱିତୀୟ ଦିନରେ ୩୨.୫୦ କୋଟି ଟଙ୍କା କଲେକସନ୍‌ କରିଛି। ଘରୋଇ ବକ୍ସ ଅଫିସରେ ଫିଲ୍ମର ମୋଟ ସଂଗ୍ରହ ୬୯.୦୦କୋଟି ଟଙ୍କାକୁ ବୃଦ୍ଧି ପାଇଛି। କେବଳ ହିନ୍ଦୀ ହିଁ ନୁହେଁ, ଫିଲ୍ମର ଯାଦୁ ସାଉଥରେ ମଧ୍ୟ ଆରମ୍ଭ ହୋଇଛି। ତାମିଲ ସିନେମାର ଏହା ହେଉଛି ତୃତୀୟ ଚଳଚ୍ଚିତ୍ର ଯାହା ଉଦଘାଟନୀ ଦିନରେ ଏତେ ରୋଜଗାର କରିଥିଲା । କରାଯାଉଛି ଯେ ଦୁଇ ଦିନ ମଧ୍ୟରେ ୬୯.୦୦ କୋଟି ଟଙ୍କା ବ୍ୟବସାୟ କରିଥିବା ଏହି ଫିଲ୍ମ ପ୍ରଥମ ସପ୍ତାହ ଶେଷରେ ୧୦୦ କୋଟି ଟଙ୍କା ସଂଗ୍ରହ କରିପାରିବ। 


ଯଦି ଆମେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ  କାମର କଥା କହିବା ତେବେ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ  ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଆଗାମୀ ଦିନରେ ଓ୍ବୋ କୈନ ଥି ରିମେକ,  ରାତ୍ ଔର ଦିନ୍ ରିମେକ୍ ଓ ସଞ୍ଚୟ ଘୋଷଙ୍କ ଫିଲ୍ମ ମଧ୍ୟ ରହିଛି ।  ଐଶ୍ୱର୍ଯ୍ୟା ରାୟ ବଚ୍ଚନ  ୧୯୭୩ ନଭେମ୍ବର ୧ ତାରିଖରେ  କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। 1997 ରେ ଅୈର ପ୍ୟାର ହୋ ଗାୟା ଫିଲ୍ମରେ ଡେବ୍ୟୁ କରିଥିଲେ ସେ । ପରେ ବଲିଉଡକୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଆସିଛନ୍ତି । ସେ ହାମ ଦିଲ୍ ଦେ ଚୁକେ ହେ ସନମ୍, ତାଲ୍ ଓ ଆ ଆବ୍ ଲୈଟ ଚାଲେ ଭଳି ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ।