ମାଛ କିମ୍ବା ବ୍ରେଡ ଖାଉଥିଲେ କମିଯିବ ସ୍ମରଣ ଶକ୍ତି !
Advertisement
Article Detail0/zeeodisha/odisha2276549

ମାଛ କିମ୍ବା ବ୍ରେଡ ଖାଉଥିଲେ କମିଯିବ ସ୍ମରଣ ଶକ୍ତି !

ଆପଣମାନେ ଜାଣିଛନ୍ତି କି ଏପରି ବି କିଛି ଖାଦ୍ୟ ଅଛି ଯାହାକୁ ଅଧିକ ମାତ୍ରାରେ ସେବନ କରିବା ଉଚିତ୍ ନୁହେଁ । ନଚେତ୍ ଏହା ଆପଣଙ୍କୁ ବିପଦରେ ପକାଇବା ସହ ଆପଣଙ୍କ ସ୍ମରଣ ଶକ୍ତିକୁ ମଧ୍ୟ ହ୍ରାସ କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସେବନ କରିବା ମସ୍କିଷ୍କ ପାଇଁ ବିପଦ ସୃଷ୍ଟି କରେ ।

ମାଛ କିମ୍ବା ବ୍ରେଡ ଖାଉଥିଲେ କମିଯିବ ସ୍ମରଣ ଶକ୍ତି !

Health Tips: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ଶରୀରର ପ୍ରତି ଧ୍ୟାନବାନ୍ ହେଇ ନଥାଉ । ଫଳରେ ଆମକୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଶରୀର ପରି ମସ୍ତିଷ୍କର ମଧ୍ୟ ଯତ୍ନ ନେବା ମଧ୍ୟ ନିତ୍ୟାନ୍ତ ଜରୁରୀ । ନଚେତ୍ ପରବର୍ତ୍ତି ସମୟରେ ଏହା ଏକ ବଡ ସମସ୍ୟାର କାରଣ ହୋଇ ଛିଡାହୋଇପାରେ । ତେଣୁ ଆଜିଠାରୁ ହିଁ ଏହାର ଧ୍ୟାନ ରଖିବା ଉଚିତ୍ । ତେବେ ଆମ ଦୈନନ୍ଦିନର ଖାଦ୍ୟ ଶୈଳୀ ଆମ ମସ୍ତିଷ୍କ ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଇଥାଏ । ତେଣୁ ଏଥିପ୍ରତି ଆମେ ସତର୍କ ହେବା ଆବଶ୍ୟକ । ଆପଣମାନେ ଜାଣିଛନ୍ତି କି ଏପରି ବି କିଛି ଖାଦ୍ୟ ଅଛି ଯାହାକୁ ଅଧିକ ମାତ୍ରାରେ ସେବନ କରିବା ଉଚିତ୍ ନୁହେଁ । ନଚେତ୍ ଏହା ଆପଣଙ୍କୁ ବିପଦରେ ପକାଇବା ସହ ଆପଣଙ୍କ ସ୍ମରଣ ଶକ୍ତିକୁ ମଧ୍ୟ ହ୍ରାସ କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସେବନ କରିବା ମସ୍କିଷ୍କ ପାଇଁ ବିପଦ ସୃଷ୍ଟି କରେ ।

ମାଛ- ମାଛରେ ଓମେଗା -୩ ଏବଂ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ରହିଥାଏ । ଯାହାକି ମସ୍ତିଷ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ଅଧିକ ମାଛ ଖାଇବା ମଧ୍ୟ ସ୍ମୃତି ଶକ୍ତି ଉପରେ ଖରାପ ପ୍ରଭାବ ପକାଇପାରେ । ବାସ୍ତବରେ ମାଛରେ ପାରା ନାମକ ଏକ ଉପାଦାନ ରହିଥାଏ । ଯାହା ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ ଏବଂ ସ୍ମୃତି ଶକ୍ତି ଦୁର୍ବଳ କରିପାରେ । ତେଣୁ ଅଧିକ ମାଛ ସେବନ କରିବା ଉଚିତ୍ ନୁହେଁ ।

ମିଠା ପାନୀୟ- ଖରାଦିନ ଆସିଲେ ପ୍ରତ୍ୟେକ ବ୍ୟକ୍ତି କୋଲ୍ଡ ଡ୍ରିଙ୍କସ୍ ପିଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହାକୁ ଅଧିକ ମାତ୍ରାରେ ସେବନ କରିବା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ । କାରଣ ବଜାରରେ ଉପଲବ୍ଧ ହେଉଥିବା କାର୍ବୋନେଟେଡ୍ ପାନୀୟରେ ବହୁତ ମାତ୍ରାରେ ଚିନି ଏବଂ କିଛି ରାସୟନିକ ପଦାର୍ଥ ମିଶିଥାଏ । ଫଳରେ ଏହା ଯାହା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଅଧିକ କୋଲ୍ଡ ଡ୍ରିଙ୍କସ୍ ପିଉଥିଲେ ସାବଧାନ ହୋଇଯାଆନ୍ତୁ ।

ବ୍ରେଡ୍ ଏବଂ କୁକିଜ୍- ପାସ୍ତା, ବ୍ରେଡ ଏବଂ କୁକିଜ୍ ଭଳି ଜିନିଷ ମଧ୍ୟ ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ। କାରଣ ସେଥିରେ ଫାଇବର ବହୁତ କମ୍ ପରିମାଣରେ ରହିଥାଏ।ଏଥିସହିତ ଏଗୁଡ଼ିକ ବିଶୋଧିତ କାର୍ବସ୍ ଖାଦ୍ୟ ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ। ବିଶୋଧିତ କାର୍ବସରେ ଏକ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯାହା ସ୍ମୃତି ଶକ୍ତି ଦୁର୍ବଳ କରିପାରେ । ତେଣୁ ଏହିସବୁ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍।

ମଦ- ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଫୁସଫୁସ ଏବଂ ଯକୃତ ସହିତ ଏହା ଆପଣଙ୍କ ମସ୍ତିଷ୍କକୁ ମଧ୍ୟ ଦୁର୍ବଳ କରିଥାଏ । ମଦ୍ୟପାନ କରିବା ଦ୍ୱାରା ମସ୍ତିଷ୍କର ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ସ୍ମୃତିଶକ୍ତି ମଧ୍ୟ ପ୍ରଭାବିତ ହୋଇପାରେ । ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ସ୍ମୃତି ଶକ୍ତି ଦୁର୍ବଳ ହୋଇଯାଏ ।

Also Read- ତାଜ୍‌ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ୨ ବଗିରେ ନିଆଁ